ଗଳି ଗଳିରେ ଚାଲିଛି ବ୍ରାଉନସୁଗାର କାରବାର। ରାଜଧାନୀ ପରେ ପିପିଲିରେ ବି ଧଳାଜହର କାରବାର।

74

କନକ ବ୍ୟୁରୋ: ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିବାରେ ବ୍ରାଉନ ସୁଗର ଖାଇବାର ଦୃଶ୍ୟ । କେବଳ ସହର ନୁହେଁ ଗାଁ ଗଣ୍ଡାରେ ବି ନେଟୱାର୍କ ବିଛାଇ ସାରିଲେଣି ଧଳା ଜହର ବେପାରୀ । ସହରରେ ସକ୍ରିୟ ଥିବା ବ୍ରାଉନସୁଗାର ବ୍ୟବସାୟୀଙ୍କ ଟାର୍ଗେଟରେ ଏବେ ଗ୍ରାମାଞ୍ଚଳର ଯୁବପୀଢ଼ି । ରାତି ଅନ୍ଧାରରେ ସକ୍ରିୟ ଧଳା ଜହର ବ୍ୟବସାୟୀ । ଅନ୍ଧାର ଭିତରେ ଆସି ଗାଁ ଗଣ୍ଡାର ଯୁବକଙ୍କୁ ବେଧଡକ ଭାବେ ବିକ୍ରି କରୁଛନ୍ତି ବ୍ରାଉନସୁଗାର । ଯେଉଁ ନିଶା ସହରାଞ୍ଚଳରେ ମିଳୁଥିଲା ଏବେ ତାହା ଗାଁ ଗାଁରେ ଗଳିକନ୍ଦିରେ ମିଳୁଛି । ପିପିଲି ଅଂଚଳରୁ ଆସିଛି ଏଭଳି ଦୃଶ୍ୟ ।

ବ୍ରାଉନସୁଗାର ବ୍ୟବସାୟ କରୁଥିବା ମାଫିଆମାନେ ଛୋଟ ଛୋଟ ଏଜେଣ୍ଟଙ୍କ ଜରିଆରେ ଗାଁ ଗାଁରେ ସେମାନଙ୍କ ସିଣ୍ଡିକେଟ ଚଳାଇଛନ୍ତି । ସେମାନେ ଛୋଟ ଛୋଟ ପୁଡିଆ କରି ବ୍ରାଉନସୁଗାରକୁ ଏଜେଣ୍ଟଙ୍କ ପାଖରେ ପହଞ୍ଚାଇବା ପରେ ସେଗୁଡିକୁ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଛନ୍ତି । ଧଳା ଜହର ସହଜରେ ମିଳଯାଉଥିବାରୁ, ଏବେ ସହରଠାରୁ ଆରମ୍ଭ କରି ଗାଁ ଗଣ୍ଡାର ଗଳି କନ୍ଦି ଓ ରାସ୍ତା କଡରେ ଯେଉଁଠି ଦେଖିବେ ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି । ବ୍ରାଉନ ସୁଗାରକୁ ସେବନ କରୁୂଛନ୍ତି ଯୁବପୀଢ଼ି । ଏହି ଦୃଶ୍ୟରେ ସ୍ପଷ୍ଟ ହେଉଛ ଜଣେ ଯୁବକ କେମିତି ବ୍ରାଉନସୁଗାର ନିଶା ସେବନ କରୁଛନ୍ତି ।