ପେଗାମ୍ବରଙ୍କ ଉପରେ ବିବଦୀୟ ଟିପ୍ପଣୀ ମାମଲା : ଆକ୍ସନ ମୋଡରେ କୁଏତ, ସୁପର ମାର୍କେଟରୁ ହଟାଇଲା ଭାରତୀୟ ସାମଗ୍ରୀ

523

କନକ ବ୍ୟୁରୋ : ପେଗାମ୍ବର ମହମ୍ମଦଙ୍କ ଉପରେ ବିଜେପି ନେତାଙ୍କ ବିବାଦୀୟ ଟିପ୍ପଣୀ ମାମଲା ଥମିବାର ନାଁ ନେଉନି । ଦେଶରେ ବିରୋଧୀ ଦଳ ଏହାକୁ ବିରୋଧ କରୁଥିବା ବେଳେ ଏବେ ବିଦେଶରେ ବି ଏହି ବୟାନକୁ ନେଇ ବିରୋଧ ଆରମ୍ଭ ହୋଇଯାଇଛି । କୁଏତର ଏକ ସୁପର ମାର୍କେଟରୁ ଭାରତୀୟ ସାମଗ୍ରୀ ହଟାଯାଉଥିବାର ଚିତ୍ର ଏବେ ଘଟଣାକୁ ନୂଆ ମୋଡ ଦେଇଛି । ବିଜେପିର ପ୍ରବକ୍ତା ଥିବା ନୁପୂୂର ଶର୍ମା ଏକ ଟିଭି ଡିବେଟରେ ମହମ୍ମଦ ପେଗାମ୍ବରଙ୍କ ଉପରେ କିଛି ବିବାଦୀୟ ଟିପ୍ପଣୀ ଦେଇଥିଲେ । ଏହାକୁ ନେଇ କିଛି ଦକ୍ଷୀଣ ଦେଶ ଭାରତୀୟ ଦୂତାବାସକୁ ନୋଟିସ ଜାରି କରିବା ସହ କୁଏତର ଏକ ସୁପର ମାର୍କେଟରୁ ଭାରତୀୟ ସାମଗ୍ରୀ ହଟାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ଏହି କ୍ରମରେ ସାଉଦି ଆରବ, କତର ଓ ପଶ୍ଚିମର ଅନ୍ୟ କିଛି ଦେଶ ସହ ମିଶର ସ୍ଥିତ ଅଜହର ୟୁନିଭରସିଟି ତରଫରୁ ଏଭଳି ବୟାନକୁ କଡା ଭାଷାରେ ନିନ୍ଦା କରାଯାଇଛି । ସେପଟେ ଏଭଳି ବୟାନ ଦେଇଥିବା ବିଜେପିର ପୂର୍ବତନ ପ୍ରବକ୍ତା ନୁପୂର ଶର୍ମା ଓ ନବୀନ କୁମାରଙ୍କୁ ଦଳ ବହିସ୍କାର କରିଛି ।

ଯେଉଁ ସୁପର ମାର୍କେଟରୁ ଭାରତୀୟ ସାମଗ୍ରୀ ହଟାଯାଇଛି ତାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ନସୀର ଅଲ ମୁତାବହରୀ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି କୁଏତ ମୁସିଲିମ ଭାବେ ଆମେ କେବେ ବି ପେଗାମ୍ବରଙ୍କ ଅପମାନ ସହ୍ୟ କରିପାରିବୁ ନାହିଁ ।

ସେପଟେ ଭାରତ ସରକାର ଏଭଳି ଟିପ୍ପଣୀକୁ ଅନୁଚିତ ଓ ସଙ୍କିର୍ଣ୍ଣ ମାନସିକତା ବୋଲି କହିଛି । ବିଦେଶ ମନ୍ତ୍ରଣାଳୟର ଅଧିକାରୀ ପ୍ରବକ୍ତା ଅରିନ୍ଦମ୍ ବାଗଚୀ କହିଛନ୍ତି ଭାରତ ସବୁ ଧର୍ମପ୍ରତି ସମାନ ସମ୍ମାନ ପ୍ରଦାନ କରିଥାଏ । ସେ କହିଛନ୍ତି କି କିଛି ବ୍ୟକ୍ତିଙ୍କ ଦ୍ୱାରା ଏକ ପୂଜନୀୟ ବ୍ୟକ୍ତିଙ୍କ ବିରୋଧରେ ଏଭଳି ଟିପ୍ପଣୀ ଦିଆଯାଇଛି ଯାହାକି ଭାରତ ସରକାରଙ୍କ ବିଚାରଧାରାର ବିରୋଧ ।