ରାଜଧାନୀର ଭୟଙ୍କର ରିଲ୍ସ । ଖଣ୍ଡା, ବନ୍ଧୁକ ଧରି ରିଲ୍ସ କରି ଲୋକଙ୍କ ମନରେ ଆତଙ୍କ ଖେଳାଉଛନ୍ତି ଅସମାଜିକ ଯୁବକ । ସତର୍କ କରାଇଲା କମିଶନରେଟ୍ ପୋଲିସ

1,402

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ‘ରାଜା ଗୁଣ୍ଡାର ରାଜ’ । ଆତଙ୍କିତ କଲାଭଳି ରିଲ୍ସ କରି ଭୟଭୀତ କରାଉଛନ୍ତି ରାଜଧାନୀ ଯୁବକ । ମାରଣାସ୍ତ୍ର ଧରି କରୁଛନ୍ତି ଭୟଙ୍କର ଭିଡିଓ । ରାଜଧାନୀରେ ଖଣ୍ଡା ବୁଲାଉଥିବା ରକ୍ତ ଚରିତ୍ର ଗ୍ୟାଙ୍ଗ ପରେ ଏବେ ରାଜା ଗୁଣ୍ଡାର ରିଲ୍ସକୁ ନେଇ ଚର୍ଚ୍ଚା । ତେବେ ରିଲ୍ସ ଜରିଆରେ ଆତଙ୍କ ସୃଷ୍ଟି କରୁଥିବା ଯୁବକଙ୍କୁ ଚେତାବନୀ ଦେଇଛି କମିଶନରେଟ୍ ପୋଲିସ । ଭୟଙ୍କର ରିଲ୍ସ କଲେ ବନ୍ଧାହେବେ ବୋଲି ଚେତାବନୀ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

  • ରାଜଧାନୀ ରାଜରାସ୍ତାରେ ରାଜା ଗୁଣ୍ଡାର ରାଜ୍!
  • ଲୋମଟାଙ୍କୁରା ରିଲସ, ଲୋକେ ଆତଙ୍କିତ

ଛାତି ଥରାଇଦେଲା ଭଳି ଭିଡିଓ । କେତେବେଳେ କାହାକୁ ହାଣି ପକାଉଛନ୍ତି ତ ଆଉ କାହାକୁ ଗୁଳି ମାରିଦେଉଛନ୍ତି । ତା ସାଙ୍ଗକୁ ଧମକ ଆଉ ଅଭଦ୍ର ଭାଷାରେ ଗାଳିଗୁଲଜ । ଏଇ କିଛି ଦିନ ହେବ ସୋସିଆଲ ମିଡିଆରେ ରାଜା ଗୁଣ୍ଡା ନାଁରେ ରାଜ କରୁଥିବା ଯୁବକମାନଙ୍କ ରିଲ୍ସ ଦେଖିଲେ ଆପଣ ବି ଭୟ କରିବେ । ଏହି ଯୁବକର ଛାତିରେ ଖୁପୁରୀ ଆଉ ସାପର ଚିହ୍ନ ଦେହସାରା ବନ୍ଧୁକ, ଛୁରୀରର ଟାଟୁ ସହ ବେକରେ ସୁନା ଭଳି ଚକ ଚକ କରୁଥିବା ଚେନ । ଖୋଲା ଦେହରେ ଏ ବାବୁଙ୍କୁ ଦେଖିଲେ ଯେ କେହି ବି ଡରିଯିବ । ଏବେ ଏଭଳି ରିଲ୍ସ ଭାଇରାଲ ହେବା ପରେ ଏହା କମିଶନରେଟ ପୁଲିସର ସ୍କାନରରେ ଆସିଛି ।

ତେବେ ଏହି ସବୁ ଭିଡିଓ କେଉଁ ଉଦ୍ଦେଶ୍ୟରେ କରାଯାଇଛି ତାହା ସ୍ପଷ୍ଟ ହୋଇନି । ନୃଶଂସ ଭଳି ବ୍ୟବହାର କରୁଥିବା ଏହି ଯୁବକମାନେ ବ୍ୟବହାର ଜଣେ ସାଧାରଣ ଲୋକର ହାର୍ଟବିଟ ବଢାଇଦେବ । ରାଜରାସ୍ତାରେ ଏମାନଙ୍କ ନୃଂଶସ ଆଚରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ତେବେ ଓପନ ଜିପରେ ବସି ରାଜରାସ୍ତା ଉପରେ ର୍ୟାପ କରିବା ଆଳରେ ଅଶ୍ଳୀଳ ଇଙ୍ଗିତ ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେବାରେ ହେଉଛି, ଯାହାକୁ ଅତି ଗୁରୁତର ସହ ନେଇ କମିଶନରେଟ ପୁଲିସ ।

ପୂର୍ବରୁ ରାଜଧାନୀରେ ନିଜର ଦବଦବା ଜାହିର କରିବାକୁ ରକ୍ତଚରିତ ଗ୍ୟାଙ୍ଗ ରିଲ୍ସ କରି ଲୋକଙ୍କ ମନରେ ଆତଙ୍କ ଖେଳାଇଥିଲେ । ଏହି ଗ୍ୟାଙ୍ଗ ଓ ଗ୍ୟାଙ୍ଗଲିଡର ଝାରପଡା ଜେଲରେ ଦିନ କାଟିଥିଲେ । ଏବେ ଭୟଭୀତ କଲାଭଳି ରିଲ୍ସ କଲେ କଡା କାର୍ଯ୍ୟାନୁଷ୍ଠନ ନିଆଯିବ ବୋଲି ଚେତାବନୀ ଦେଇଛି ।