ରାଜଧାନୀ ରାସ୍ତା ହେଲା ଲାଲ-ହଳଦୀ ରଙ୍ଗରେ ରଙ୍ଗୀନ: ସରକାରଙ୍କ ତାଗିଦକୁ ଭ୍ରୁକ୍ଷେପ ନକରି ଆନ୍ଦୋଳନକୁ ଓହ୍ଲାଇଲେ ଅଙ୍ଗନବାଡି କର୍ମୀ

122

କନକ ବ୍ୟୁରୋ: ଆନ୍ଦୋଳନରେ ସାମିଲ ହେବା ପାଇଁ ସରକାରଙ୍କ ନିର୍ଦ୍ଦେଶନାମାଙ୍କୁ ନ ମାନି ଭୁବନେଶ୍ୱରର ଲୋୟର ପିଏମଜିରେ ଏକାଠି ହୋଇଛନ୍ତି ହଜାର ହଜାର ଅଙ୍ଗନୱାଡି କର୍ମୀ । ଆଉ ବିଭିନ୍ନ ଦାବି ପୂରଣ ପାଇଁ କରିଛନ୍ତି ନାରାବାଜି ।

୮ ଦଫା ଦାବି ନେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଅଙ୍ଗନୱାଡି କର୍ମୀ । ସରକାରୀ ମାନ୍ୟତା ଦାବିରେ ଏକାଠି ହୋଇଛନ୍ତି । ଯେଉଁ ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ ସେ ଯାଏଁ ଅଙ୍ଗନୱାଡି କର୍ମୀଙ୍କୁ ୧୮ ହଜାର ଓ ସହାୟିକାଙ୍କୁ ୯ ହଜାର ଟଙ୍କା ଦେବାକୁ ଦାବି କରିଛି ସଂଘ । ମିନି ଅଙ୍ଗନୱାଡି କର୍ମୀଙ୍କୁ ମୁଖ୍ୟ ଅଙ୍ଗନୱାଡି କର୍ମୀର ମାନ୍ୟତା ଦେବାକୁ ଦାବି ହୋଇଛି । ଅବସରକାରଳୀନ ସହାୟତା ରାଶି ବାବଦକୁ ୫ ଲକ୍ଷ ଟଙ୍କା ଦେବା ସହ ପେନସନ ବାବଦକୁ ମାସିକ ୫ ହଜାର ଟଙ୍କା ଦେବାକୁ ଦାବି କରିଛି ସଂଘ ।

ନିଜ ହକ ପାଇଁ ଅଙ୍ଗନୱାଡି କର୍ମୀ ଆନ୍ଦୋଳନ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର । କିନ୍ତୁ ଏମାନଙ୍କୁ ଆନ୍ଦୋଳନ ନକରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ସରକାର । ନିଜ ନିଜ ଅଙ୍ଗନୱାଡି କେନ୍ଦ୍ର ନଛାଡିବାକୁ ମହିଳା ଓ ଶିଶୁ ବିକାଶ ଚିଠି ମଧ୍ୟ କରିଥିଲା । କିନ୍ତୁ ସରକାରୀ ଚିଠିକୁ ଖାତିର ନକରି ଅହୋରାତ୍ର ଧାରଣା ଦେବାକୁ ରାଜଧାନୀ ଆସିଛନ୍ତି ହଜାର ହଜାର ଅଙ୍ଗନୱାଡି କର୍ମୀ । ବିଭିନ୍ନ ଦାବି ନେଇ ଅଙ୍ଗନୱାଡି କର୍ମୀ ପୂର୍ୱରୁବି ଲୋୟର ପିଏମଜିରେ ଧାରଣା ଦେଇଛନ୍ତି । ଆଉଦାବି ପୂରଣ ନହେଲେ ରାଜଧାନୀ ଛାଡି ଯିବୁ ନାହିଁ ବୋଲି କହିଛନ୍ତି ଆନ୍ଦୋଳନକାରୀ ।