କଟକ ନକଲି ମେଡିସିନ୍ ଘଟଣା: ଜାଣିଶୁଣି ଡୁପ୍ଲିକେଟ୍ ମେଡିସିନ୍ କିଣୁଥିଲେ ଏଜେନ୍ସି ମାଲିକ

186

କନକ ବ୍ୟୁରୋ: କଟକରେ ନକଲି ମେଡିସିନ୍ ମିଳିବା ଘଟଣାରେ ମିଳିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ସିଜ୍ ହୋଇଥିବା ମେଡିସିନ୍ ନକଲି ବୋଲି ପ୍ରମାଣିତ ହୋଇଛି । ଏହାସହ ବଡ଼ କଥା ହେଉଛି ଜାଣିଶୁଣି ଏଜେନ୍ସି ମାଲିକ ଡୁପ୍ଲିକେଟ୍ ମେଡିସିନ୍ କିଣୁଥିବା ଜଣାପଡିଛି । ଏଭହାସହ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରାଯାଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର । ପୂର୍ବରୁ ଠାବ କରାଯାଇଥିବା ଦୁଇଟି ଆକାଉଂଟ ସହ ଏବେ ଗିରଫ ହୋଇଥିବା ଦୁଇ ମେଡିସିନ ଏଜେନ୍ସି ମାଲିକଙ୍କ ଆକାଉଂଟରୁ ଟ୍ରାଜାଙ୍କସନ କରାଯାଇଥିବା ପୋଲିସ ତଥ୍ୟ ପାଇଛି । ଏହାସହ ଦୁଇ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଂଟରୁ ୧୨ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି । ଏହାସହ ଗିରଫ ଦୁଇ ଅଭିଯୁକ୍ତ ମାନେ କେବଳ ସେହି ଦୁଇଟି ଏଜେନ୍ସିରୁ ନକଲି ଔଷଧ ଆଣୁଥିଲେ ନା ଆଉ ଅନ୍ୟ କେଉଁଠାରେ ମଧ୍ୟ ଔଷଧ ଆଣୁଥିଲେ ସେ ନେଇ ଅଧିକ ଖୋଳତାଡ ଚାଲିଛି । ଏହାସହ ଗିରଫ ଦୁଇ ଅଭିଯୁକ୍ତ ଅନ୍ୟ କେଉଁମାନଙ୍କୁ ଏହି ନକଲି ଔଷଧ ଯୋଗାଉଥିଲେ ସେ ନେଇ ମଧ୍ୟ ଅଧିକ ଛାନଭିନ ଜାରି ରହିଛି ।