ଗୌତମ ଆଦାନୀ ତାଙ୍କ ବଡପୁଅଙ୍କୁ ଦେଲେ ଗୁରୁଦାୟିତ୍ୱ, ଜାଣନ୍ତୁ କେଉଁ ବ୍ୟବସାୟ ସମ୍ଭାଳିବେ କରଣ

86

କନକ ବ୍ୟୁରୋ : ଭାରତୀୟ ବ୍ୟବସାୟୀ ଗୌତମ ଆଦାନୀ ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି । ସାରା ବିଶ୍ୱର ଧନୀ ତାଲିକାର ଦ୍ୱିତୀୟ ସ୍ତାନରେ ରହିଛି ତାଙ୍କର ନାମ । ଏହାରି ମଧ୍ୟରେ ତାଙ୍କ ବଡପୁଅ କରଣଙ୍କ ନାମକୁ ବି ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଦାନୀ ଗ୍ରୁପ ଏବେ ଅମ୍ବୁଜା ଓ ଏସିସି ସିମେଣ୍ଟ କମ୍ପାନୀକୁ ଅଧିଗ୍ରହଣ କରିଛନ୍ତି । ଏହାପରେ ଏବେ ଆଦାନୀ ଗ୍ରୁପ ଦେଶରେ ଦ୍ୱିତୀୟ ସିମେଣ୍ଟ ଉତ୍ପାଦକ କମ୍ପାନୀ ହୋଇପାରିଛି । ହେଲେ ଆଦିତ୍ୟ ବିର୍ଲା ଗ୍ରୁପ ଏବେ ଭାରତର ସବୁଠାରୁ ବଡ ସିମେଣ୍ଟ ଉତ୍ପାଦ କମ୍ପାନୀ ଭାବେ ରହିଛି ।

ସେପଟେ କୁହାଯାଇଛି କି ଖୁବଶୀଘ୍ର ଗୌତମ ଆଦାନୀ ତାଙ୍କ ବଡ ପୁଅ କରଣ ଆଦାନୀଙ୍କୁ ସିମେଣ୍ଟ ବ୍ୟବସାୟର ଦାୟିତ୍ୱ ଦେବାକୁ ଯାଉଛନ୍ତି । ସୂତ୍ର ସୂଚନା ମୁତାବକ କରଣ ଆଦାନୀଙ୍କୁ ଅମ୍ବୁଜା ସିମେଣ୍ଟର ଅଣ-କାର୍ୟ୍ୟକାରୀ ନିର୍ଦ୍ଦେଶକ ପଦ ନିଯୁକ୍ତି କରିବା ସହ ଏସିସି ସମେଣ୍ଟର ନନ୍ ଏକଜ୍ୟୁକିଟିଭ ଚେୟାରମ୍ୟାନ ପଦରେ ଅବସ୍ଥାପିତ କରିବେ । କରଣ ଆଦାନୀ ଏବେ ବନ୍ଦର ଏବଂ ସ୍ପେଶାଲ ଇକୋନମିକ ଜୋନ୍ସ ଲିମିଟେଡର ସିଇଓ ଅଛନ୍ତି ।

ସୂଚନା ଥାଉକି କିଛିଦିନ ତଳେ ଆଦାନୀ ଗ୍ରୁପ ଦେଶର ଏହି ୨ ପ୍ରମୁଖ ସମେଣ୍ଟ କମ୍ପାନୀକୁ ୧୦.୫ ଅରବ ଡଲାରରେ କିରିଛନ୍ତି । ଏବେ ଖବର ଆସୁଛି କି ଗୌତମ ଆଦାନୀଙ୍କ ୩୫ ବର୍ଷୀୟ ବଡପୁଅ କରଣ ଆଦାନୀଙ୍କୁ ଏହି ୨ ଟି କମ୍ପାନୀର ଦାୟିତ୍ୱ ସମ୍ଭାଳିବାକୁ ଦେଉଛନ୍ତି ।