ଲଜରୁ ପୋଲିସର ଟଙ୍କା ଜବତ ଘଟଣାରେ ଟ୍ୱିଷ୍ଟ : ସିଜ୍ ହୋଇଥିବା ଟଙ୍କା ଠାରୁ ପୋଲିସ କମ୍ ଦେଖାଇଥିବା ସ୍ପଷ୍ଟ କଲେ ବଲାଙ୍ଗୀର ଏସପି

321

କନକ ବ୍ୟୁରୋ : କଣ୍ଟାବାଞ୍ଜି ଲଜରୁ ପୋଲିସର ଟଙ୍କା ଜବତ ଘଟଣାରେ ଟ୍ୱିଷ୍ଟ । ଜବତ ହୋଇଥିବା ଟଙ୍କାରେ ଅନିୟମିତତା ହୋଇଥିବା ସ୍ପଷ୍ଟ କଲେ ବଲାଙ୍ଗୀର ଏସପି । ଏବେବି ଘଟଣାର ତଦନ୍ତ ଚାଲିିଛି କହିଲେ ଏସପି ନୀତିନ୍ କୁଶଲକର । ସମ୍ପୂର୍ଣ୍ଣ ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଏସପି ।

ସୂଚନା ଅନୁସାରେ ଦାଦନ ଶ୍ରମିକ ଚାଲଣ ସନ୍ଦେହରେ କଣ୍ଟାବାଞ୍ଝି ସହରର ବିଭିନ୍ନ ଲଜରେ ଗତକାଲି ଚଢ଼ାଉ କରିଥିଲା ପୋଲିସ । ସହରର ଏକ ଲଜରୁ ୬୦ ଲକ୍ଷ ଟଙ୍କା ଜବତ ହୋଇଥିଲା । ହେଲେ ପ୍ରେସମିଟରେ ଜବତ ହୋଇଥିବା ଟଙ୍କା ସହ ପୋଲିସ ଦେଖାଇଥିବା ଟଙ୍କା କମ୍ ଥିବା ସ୍ୱଷ୍ଟ କରିଛନ୍ତି ଏସପି । କଣ୍ଟାବାଞ୍ଝି ପୋଲିସ ପକ୍ଷରୁ ସିଜ କରାଯାଇଥିବା ଟଙ୍କା ଓ ଏସଡିପିଓ କହିଥିବା ଟଙ୍କାର ପରିମାଣ ଭିତର ପ୍ରାୟ ୧୩ ଲକ୍ଷ ଟଙ୍କାର ତଫାତ ରହିଛି । ରାଜ୍ୟ ବାହାରର ୭ ଜଣ ଅଟକ ରଖିଛି ପୋଲିସ । ଦାଦନ ଶ୍ରମିକ ଚାଲାଣ ପାଇଁ ଏମାନେ ଲଜରେ ରହୁଥିବା ସନ୍ଦେହ କରାଯାଉଛି ।