ଜମ୍ମୁ-କାଶ୍ମୀରରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ଛକାପଞ୍ଝା । ପୁଲୱାମାରେ ସେନା ଉପରକୁ ଆକ୍ରମଣ କଲେ ଆତଙ୍କୀ ।
ଅଶାନ୍ତ ଜମ୍ମୁ-କାଶ୍ମୀର । ସେନା ଉପରକୁ ଆତଙ୍କବାଦୀ ଜମ୍ମୁ କଶ୍ମୀରର ପୁଲୱାମାରେ ଯବାନଙ୍କ ଉପରକୁ ଆତଙ୍କବାଦୀମାନେ ଅତର୍କିତ ଆକ୍ରମଣ କରିଥିବା ସୁଚନା ମିଳିଛି । ଯେଉଁଥିରେ ୨ ଜଣ ସିଆରପିଏଫ ଯବାନ ଗୁରୁତରଭାବେ ଆହତ ହୋଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ମଙ୍ଗଳବାର ସକାଳୁ ସକାଳୁ ଆତଙ୍କୀମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ତେବେ ଜାତୀୟ ଗଣମାଧ୍ୟର ରିପୋର୍ଟ ଅନୁସାରେ ସିଆରପିଏଫ ଯବାନଙ୍କ ଶିବିରକୁ ଆତଙ୍କବାଦୀମାନେ ନିଶାନା କରି ଆକ୍ରମଣ କରିଛନ୍ତି । ଫଳରେ ୨ଜଣ ସିଆରପିଏଫ ଯବାନ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନ୍ୟପଟେ ଆତଙ୍କବାଦୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବା ପାଇଁ ଯବାନମାନେ ତଲାସି ଅଭିଯାନ ଜାରି ରଖିଛନ୍ତି । ପୂର୍ବରୁ ଅନେକଥର ଆତଙ୍କବାଦୀ ମାନଙ୍କ ଆକ୍ରମଣର କଡ଼ା ଯବାବ ଦେଇଛନ୍ତି ଭାରତୀୟ ସେନାବାହିନୀ ।