ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ଉଡିଗଲା କର୍ମଚାରୀଙ୍କ ଖଣ୍ଡ ବିଖଣ୍ଡିତ ଶରୀର

199

କନକ ବ୍ୟୁରୋ: ଜଗତସିଂହପୁର ବାଲିକୁଦା ଥାନା ଇଛାପୁର ମୌଜାର ମାଧୁରୀ ବଜାରର ବାଣ ଗୋଦାମରେ ବିସ୍ଫୋରଣ କେତେ ଭୟଙ୍କର ଥିଲା । ବିସ୍ଫୋରଣ ଏଭଳି ଥିଲା ଯେ, ଆଖପାଖ କରିଛି ସମୟ ପାଇଁ ଥରିଉଠିଥିଲା । ଚାରିଆଡେ ଛଟିକି ପଡିଥିଲା ଖଣ୍ଡବିଖଣ୍ଡିତ ଶରୀର ।

ସମୟ- ଦିନ ଗୋଟାଏ ୧୫
ହଠାତ କେହି କିଛି ବୁଝିବା ପୂର୍ବରୁ ହଠାତ ବାଣ ଗୋଦାମରେ ଭୟଙ୍କର ବିେସ୍ଫୋରଣ ହୋଇଥିଲା । ପ୍ରଥମେ ନିଆଁ ଲାଗିବା ପରେ ବିସ୍ଫୋରଣ ହୋଇଥିଲା । ଆଉ ବିସ୍ଫୋରଣର ଶଦ୍ଦ ଏତେ ପ୍ରଚଣ୍ଡ ଥିଲା ଯେ, ହଠାତ କେହି କିଛି ଜାଣିପାରିନଥିଲେ । ନିଆଁ ଲାଗି ବିସ୍ଫୋରଣ ଯୋଗୁଁ ଲୋକେ ବାହାରକୁ ଆସିପାରିନଥିଲେ । କିଛି ଲୋକ ଛିଟକି ହୋଇ ନିକଟସ୍ଥ ପୋଖରୀରେ ପଡିଥିବା ଜଣାଯାଇଛି । ଘଟଣାରେ ଅନେକ ମୃତାହତ ହୋଇଛନ୍ତି । ବିସ୍ଫୋରଣ ଯେୀଗୁଁ ଅନେକ ଲୋକଙ୍କ ଶରୀର ଜଳିଯାଇଛି । ଦୁଇଜଣ ଘଟଣାସ୍ଥଳରେ ପ୍ରାଣ ହରାଇଥିବାବେଳେ ଗୋଦାମ ମାଲିକ ସୁଶାନ୍ତ ପୃଷ୍ଟିଙ୍କ ମେଡିକାଲରେ ମୃତ୍ୟୁ ହୋଇଛି ।

କୁହାଯାଉଛି, ବିସ୍ଫୋରଣ ସମୟରେ ଗୋଦାମରେ ବହୁ ପରିମାଣର ବାଣ ରଖାଯାଇଥିଲା । ବିସ୍ଫୋରଣରେ ବାଣ ଗୋଦାମ ଛାରଖାର ହୋଇଯାଇଛି । କାନ୍ଥ ଓ ଛାତ ବି ଉଡିଯାଇଛି । କାରଖାନା ନିକଟସ୍ଥ ଏକ ଘର ବି ଭାଙ୍ଗିଯାଇଛି । ଧାନଗଦା ବି ଭୟଙ୍କର ଭାବେ ଜଳିଯାଇଛି । ମୃତାହତ ସମସ୍ତେ ଇଛାପୁର ଅଂଚଳର ବୋଲି ଜଣାପଡିଛି । କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ ।

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ତ୍ପୁଲିସ ପଂହଚି ନିଆଁକୁ ଆୟତ କରିଥିଲା । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲକୁ ପଠାଯିବା ସହ ମୃତଦେହକୁ ଜବତ କରାଯାଇଛି । ପ୍ରଶ୍ନ ଉଠୁଛି,
-ବିସ୍ଫୋରଣର କାରଣ କଣ?
-ଗୋଦାମ ମାଲିକଙ୍କ ପାଖରେ ଲାଇସେନ୍ସ ଥିଲା ନା ନାହିଁ?
-ଗୋଦାମର ଅବସ୍ଥା କିଭଳି ଥିଲା?
-କାରଖାନା ଉପରେ ପ୍ରଶାସନ ନଜର ରଖିଥିଲା ନା ନାହିଁ?