ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପିର ରଣନୀତି, ଦିଲ୍ଲୀ ଦରବାରରେ ଶାହା ଓ ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଲା ଗୁରୁତ୍ୱପୂର୍ଣ୍ଣ ବୈଠକ

82

କନକ ବ୍ୟୁରୋ : ବିଜେପିର ମିଶନ ତେଲେଙ୍ଗାନା । ଚଳିତବର୍ଷ ହେବ ତେଲେଙ୍ଗାନା ବିଧ।।ନସଭା ନିର୍ବାଚନ । ରାଜ୍ୟରେ କେସିଆର ସରକାରଙ୍କୁ ହଟାଇ କିଭଳି ଶାସନ କ୍ଷମତା ହାତେଇବ ସେନେଇ ବିଜେପି ଆରମ୍ଭ କରିଛି କସରତ । ମଙ୍ଗଳବାର ଦିଲ୍ଲୀ ଦରବାରେ ବସିଛି ବୈଠକ । ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଛି ଗୁୁରୁତ୍ୱପୂର୍ଣ୍ଣ ବୈଠକ । ସୂଚନା ଅନୁସାରେ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଉପସ୍ଥିତି ଥିଲେ । ଏଥିସହ ପ୍ରଦେଶ ବିଜେପିର ଅନେକ ହେଭିୱେଟ ନେତା ବୈଠକରେ ଯୋଗ ଦେଇ ଗୁରୁତ୍ୱପୂର୍ଣ୍ଣ ଚର୍ଚ୍ଚା କରିଛନ୍ତି । ବିଧାନସଭା ନିର୍ବାଚନ ପାଇଁ ପ୍ରଦେଶ ବିଜେପି ନେତୃତ୍ୱରେ ଦଳ ୧୧ହଜାର ଜନସଭା ସମ୍ପର୍କ କାର୍ଯ୍ୟକ୍ରମ ଶେଷ କରିଛି । ଆଗକୁ ସମାନ ଧରଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ କରୁଛି ଦଳ । ସେପଟେ ବିଜେପି ବିରୋଧରେ ମେଂଟ କରି ରଣନୀତି ପ୍ରସ୍ତୁତ କରୁଛନ୍ତି କେସିଆର