ତୈଳଦର ବୃଦ୍ଧି ପ୍ରତିବାଦରେ ଶୋଭାଯାତ୍ରା କରୁଥିବା ବେଳେ ସାଇକେଲରୁ ପଡିଗଲେ ଲାଲୁଙ୍କ ପୁଅ ତେଜ୍ ପ୍ରତାପ ଯାଦବ ! ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ

36

କନକ ବ୍ୟୁରୋ : ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୈାଧିତ ତୈଳ ଦର ବୃଦ୍ଧି ହେଉଥିବାରୁ ସାରା ବିଶ୍ୱରେ ତୈଳଦର ମଧ୍ୟ ବଢୁଛି । ତେଣୁ ସରକାରଙ୍କୁ ଏ ବିଷୟରେ ଅନେକ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡୁଛି । ତେଣ ଅନେକ ସମୟରେ ଏହାକୁ ବିରୋଧ କରି ନେତାମାନେ ସାଇକେଲରେ ଯାଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି । ତେବେ ତୈଳଦର ବୃଦ୍ଧି ପ୍ରତିବାଦରେ ଉତ୍ତରପ୍ରଦେଶରେ ରାଷ୍ଟ୍ରୀୟ ଜନତାଦଳର ମୁଖ୍ୟ ତେଜପ୍ରତାପ ଆଜି ଏକ ସାଇକେଲ ଶୋଭାଯାତ୍ରା କରିଥିଲେ । ତେବେ ସେ କୌଣସି କାରଣରୁ ସାଇକେଲରୁ ପଡିଯାଇଥିଲେ । ଏହି ପଡିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି । ତେବେ ସେ କହିଛନ୍ତି ଯେ, ଦେଶରେ ତେଲ ଦର ବୃଦ୍ଧି ପାଉଥିବାରୁ ଏହାର ସିଧାସଳଖ ପ୍ରଭାବ ଲୋକମାନଙ୍କ ପାଖରେ ପଡୁଛି । ପେଟ୍ରୋଲ ବଢିବା ଦ୍ୱାରା ସମସ୍ତ ସାମଗ୍ରୀର ଦାମ ମଧ୍ୟ ବଢିବାରେ ଲାଗିଛି । ତେଣୁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି ।

ତେଣୁ ସାରା ଦେଶରେ ଏହାକୁ ବିରୋଧ କରିବାର ଆବଶ୍ୟକତା ରହିଛି । ଯଦି ଆମେ ମାନେ ବିରୋଧ ନକରିବା ତେବେ ସରକାର ଏହାକୁ ନିୟନ୍ତ୍ରଣ କରି ନପାରନ୍ତି ବୋଲି ତେଜପ୍ରତାପ କହିୁଛନ୍ତି । କେବଳ ଏତିକି ନୁହେଁ ବରଂ ପେଟ୍ରୋଲର ଦରଦାମ ଯେପରି ଭାବରେ ବଢୁଛି ତାହାର ପ୍ରତିବାଦ କରିବାର ଆବଶ୍ୟକତା ରହିଛି ବୋଲି ତେଜପ୍ରତାପ କହିଛନ୍ତି । ତେବେ ନିଜେ ନିଜର ସମର୍ଥକଙ୍କ ସହ ଏକ ସାଇକେଲ ଯାତ୍ରାରେ ଯାଉଥିବା ସମୟରେ ରାସ୍ତାରେ ପଡିଯାଇଥିଲେ । ତେବେ ସାଇକେଲ ଚଳାଇ ସେ ଏକ ବୁଲାଣି ବୁଲୁଥିବା ବେଳେ ନିୟନ୍ତ୍ରଣ ହରାଇ ତଳେ ପଡ଼ି ଯାଇଥିଲେ । ଏହି ପଡିଯିବା ସମୟର ଭିଡିଓ ଏବେ ଭାଇରାଲ ହୋଇଥିବାର ଦେଖିବାକୁ ମିଳିଛି ।