ନେଦରଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଅଭ୍ୟାସ ବାତିଲ କଲା ଟିମ ଇଣ୍ଡିଆ: ଜାଣନ୍ତୁ କାରଣ…

624

କନକ ବ୍ୟୁରୋ: ନେଦରଲାଣ୍ଡ ବିପକ୍ଷ ମ୍ୟାଚ ପୂର୍ବରୁ ଅଭ୍ୟାସ ବାତିଲ କରିଛନ୍ତି ଭାରତୀୟ ଖେଳାଳି । ଅର୍ଥାତ ଖେଳାଳିମାନେ ଆଜି ଅଭ୍ୟାସ କରିବାକୁ ଯାଇନାହାନ୍ତି । କାରଣ ଖେଳାଳିମାନେ ରହୁଥିବା ହୋଟେଲଠାରୁ ୪୨ କିଲୋମିଟର ଦୂର ବ୍ଲାକ ଟାଉନରେ ଅଭ୍ୟାସ କରିବା ପାଇଁ କୁହାଯାଇଛି । ଏତେ ଦୂର ଯାଇ ଅଭ୍ୟାସେ କରିବେ ନାହିଁ ବୋଲି ଆଇସିସିକୁ ଜଣାଇଛନ୍ତି । ଆସନ୍ତାକାଲି ଭାରତ ସିଡନୀ ନେଦରଲାଣ୍ଡକୁ ଭେଟିବ । ଏହାପୂର୍ବରୁ ଆଜି ନେଟ୍ ପ୍ରାକ୍ଟିସ୍ କରିଥାନ୍ତେ ଭାରତୀୟ ଖେଳାଳି ।

କେବଳ ଏହି ଘଟଣା ନୁହେଁ ଖାଇବାକୁ ନେଇ ମଧ୍ୟ ଭାରତୀୟ ଖେଳାଳି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସିଡନୀରେ ଭାରତୀୟ ଖେଳାଳିଙ୍କୁ ଖରାପ ଖାଦ୍ୟ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଖେଳାଳିଙ୍କୁ କେବଳ ସ୍ୟାଣ୍ଡୱିଚ୍ ଖାଇବାକୁ ଦିଆଯାଇଥିଲା । ତାହା ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି ।

ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ଜବରଦସ୍ତ ଆରମ୍ଭ କରିଛି । ୨୩ ତାରିଖରେ ଖେଳାଯାଇଥିବା ମ୍ୟାଚରେ ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନକୁ ୪ ୱିକେଟରେ ହରାଇଛି ଭାରତ । ସେହିପରି ଦ୍ୱିତୀୟ ମ୍ୟାଚରେ ମଧ୍ୟ ନେଦରଲାଣ୍ଡକୁ ହରାଇ ଭାରତ ନିଜ ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ କରିବ ।