‘ଆମକୁ ବି ନିୟମିତ କର’ : ଗଣଶିକ୍ଷା ମନ୍ତ୍ରୀଙ୍କ ଘରେ ଆଗରେ ନୂଆ ନିୟମରୁ ବାଦ୍ ୨୦୧୬ ପୂର୍ବର ଠିକା ଶିକ୍ଷକଙ୍କ ଧାରଣା

116

କନକ ବ୍ୟୁରୋ : ଚୁକ୍ତି ଭିତ୍ତିକ ଶିକ୍ଷକମାନଙ୍କୁ ରେଗୁଲାର କରାଯାଇଛି । ୨୦୧୬ରୁ ୨୦୨୨ ପର୍ଯ୍ୟନ୍ତ ଥିବା ଠିକା ଶିକ୍ଷକମାନଙ୍କୁ ନିୟମିତ କରିଛନ୍ତି ସରକାର । ହେଲେ ୨୦୧୬ ପୂର୍ବରୁ ଯେଉଁମାନେ ଠିକାରେ ଚାକିରୀ ଆରମ୍ଭ କରିଥିଲେ ଓ ଏବେ ସରକାରଙ୍କ ଏ ନୂଆ ନିୟମରୁ ବାଦ୍ ପଡ଼ିଛନ୍ତି । ସେହିମାନେ ଏବେ ବିକ୍ଷୋଭ ଆରମ୍ଭ କରିଛନ୍ତି । ସ୍ଥାୟୀ ହେବାରୁ ବାଦ୍ ପଡିଥିବା ୧୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ବିରୋଧ କରିଛନ୍ତି । ଏନେଇ ମନ୍ତ୍ରୀ ସମୀର ଦାସଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏନପିଏସ ସେକେଣ୍ଡାରୀ ସ୍କୁଲ ଟିଚର ଆସୋସିଏସନ । ଠିକା ନିଯୁକ୍ତିର ଉଚ୍ଛେଦ କରିବାକୁ ପୁନର୍ବିଚାର କରନ୍ତୁ ବୋଲି ଆସୋସିଏସନ୍ ଦାବି କରିଛି ।