ମାଆଙ୍କୁ ମନେ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ବାପା ମାଆଙ୍କ ଫଟୋ ପୂଜା କରିବା ପରିବର୍ତ୍ତେ ତାଙ୍କର ଯତ୍ନ ନେବାକୁ ଦେଲେ ପରାମର୍ଶ

201

କନକ ବ୍ୟୁରୋ : ଉତ୍କଳ ମଣ୍ଡପରେ ଭାଷଣ ଦେବା ସମୟରେ ମାଆଙ୍କୁ ମନେପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାନ୍ଧୀଜୀ ଏବଂ ଛତ୍ରପତି ଶିବାଜୀଙ୍କ ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି ମାତୃକରୁଣା ଜଣେ ବ୍ୟକ୍ତିଙ୍କୁ ଅସାଧାରଣ ପ୍ରତିଭାର ଅଧିକାରୀ କରାଏ । ପିତାମାତା, ଗୁରୁଜନଙ୍କ ସେବା ହିଁ ମାନବ ଧର୍ମ ବୋଲି କହିଛନ୍ତି ରାଷ୍ଟ୍ରପତି ।

ବୃଦ୍ଧ ପିତା, ମାତାଙ୍କର ଯତ୍ନ ଆମେ ଠିକ୍ ସମୟରେ ନେଉଛେ କି ବୋଲି ପ୍ରଶ୍ନ କରିଛନ୍ତି ରାଷ୍ଟ୍ରପତି । ବାପା, ମାଆଙ୍କ ଫଟୋ ପୂଜା କରିବା ବଦଳରେ ତାଙ୍କର ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତିି ରାଷ୍ଟ୍ରପତି । ସାମାଜିକ, ଆର୍ଥିକ ସହ ଆଧ୍ୟାତ୍ମକ ବିକାଶ ଜରୁରୀ ବୋଲି ଆଜି ସୁଖ ଅପହଞ୍ଚ ନୁହେଁ ମାନସିକ ଶାନ୍ତି ଅପହଞ୍ଚ । ଆତ୍ମା ସୁଦ୍ଧି ପାଇଁ ଯୋଗ ଜରୁରୀ ବୋଲି କହିଛନ୍ତି ରାଷ୍ଟ୍ରପତି । ତାଙ୍କର ଜୀବନର ଏକ ଉଦାହରଣ ଦେଇ ରାଷ୍ଟ୍ରପତି କହିଥିଲେ, ସେ ଏକ ସମୟରେ ମାନସିକ ଚିନ୍ତାରେ ଥିଲେ ହେଲେ ଯୋଗ କରିବା ପରେ ଏଥିରୁ ମୁକୁଳି ପାରିଥିଲେ ।