ମୋହନ ସରକାରଙ୍କ ମାଷ୍ଟରଷ୍ଟ୍ରୋକ୍: ଶପଥ ନେଉ ନେଉ କଲେ ୪ ବଡ ଘୋଷଣା

8,140

କନକ ବ୍ୟୁରୋ: ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ପ୍ରଥମ ବୈଠକରେ ୪ ପ୍ରସ୍ତାବ ପାରିତ ହୋଇଛି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପ୍ରସ୍ତାବ ଉପରେ ମୋହର । କାଲି ସରକାରଙ୍କ ଉପସ୍ଥିତିରେ ଖୋଲିବ ୪ ଦ୍ୱାର । ମଙ୍ଗଳ ଆଳତୀ ବେଳେ ଖୋଲିବ ୪ ଦ୍ୱାର । ଦ୍ୱିତୀୟ ନିଷ୍ପତ୍ତିରେ ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ ମଞ୍ଜୁର ହେବ । ତୃତୀୟ ନିଷ୍ପତ୍ତିରେ ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି । ଧାନର ଏମଏସପି ୩୧ ଶହ ଟଙ୍କା ହେବ । ଚତୁର୍ଥ ନିଷ୍ପତ୍ତି ୧୦୦ ଦିନରେ କାର୍ଯ୍ୟକାରୀ ସୁଭଦ୍ରା ଯୋଜନା । ପ୍ରତ୍ୟେକ ମହିଳାଙ୍କୁ ୫୦ ହଜାର ଟଙ୍କାର ଭାଉଚର ମିଳିବ ।

୧-କାଲିଠାରୁ ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର
୨- ଶ୍ରୀମନ୍ଦିର ପାଇଁ ୫ ଶହ କୋଟିର କର୍ପସ ଫଣ୍ଡ
୩- ଖୁବଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି
୪- ୧୦୦ ଦିନ ଭିତରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା