ଜୟନାରାୟଣଙ୍କ ଆଶୀର୍ବାଦ ନେଲେ ମନ୍ତ୍ରୀ ରବି ନାୟକ । ମିଠା ଖୁଆଇ ଶୁଭେଚ୍ଛା ଜଣାଇଲେ ସମ୍ବଲପୁର ବିଧାୟକ । 

2,050

କନକ ବ୍ୟୁରୋ : ମୋହନ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା କୁଚିଣ୍ଡା ବିଧାୟକ ରବି ନାୟକଙ୍କୁ ଶୁଭେଚ୍ଛା ଜଣାଇଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ମିଠା ଖୁଆଇ ମନ୍ତ୍ରୀ ରବି ନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜୟନାରାୟଣ ।

କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ଜୟନାରାୟଣ ମିଶ୍ରଙ୍କ ବାସଭବନରେ ପହଞ୍ଚିଥିଲେ ରବି ନାୟକ । ବରିଷ୍ଠ ନେତା ଜୟନାରାୟଣ ମିଶ୍ରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଏହା ପରେ ସେ ମନ୍ତ୍ରୀ ରବି ନାୟକଙ୍କୁ ମିଠା ଖୁଆଇ ଶୁଭେଚ୍ଛା ଜଣାଇଥିଲେ ।

ଅନ୍ୟପଟେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପରେ ରବି ନାୟକ ଚରମବାଣୀ ଶୁଣାଇଛନ୍ତି । ସରକାର ଠିକ ଭାବେ ଚାଲିବ ଓ ଅଫିସର ମାନେ ମଧ୍ୟ ଠିକ୍ ଭାବେ କାମ କରିବେ ବୋଲି କହିଛନ୍ତି ରବି ନାୟକ । ଲୋକଙ୍କ ଆଶା ଆକାଂକ୍ଷାକୁ ଦେଖି କାମ କରିବେ ଅଫିସର । ଏଣିକି ଲୋକଙ୍କ ପାଇଁ କାମ କରିବେ ସରକାରୀ ଅଧିକାରୀ । ରାଜ୍ୟବାସୀ ଏହି ବିଶ୍ୱାସ ସରକାରଙ୍କ ଉପରେ ରଖନ୍ତୁ ବୋଲି କହିଛନ୍ତି କ୍ୟାବିନେଟ ମନ୍ତ୍ରୀ ରବି ନାୟକ ।