ଭାରତରେ ରହିଛି ଏଭଳି ଏକ ରାଜ୍ୟ, ଯେଉଁଠି ଯେତେ ରୋଜଗାର କଲେ ବି ଦେବାକୁ ପଡେନାହିଁ ଆୟକର

7,343

କନକ ବ୍ୟୁରୋ : ଚଳିତ ବଜେଟ ପରେ ଆୟକରକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ୭ଲକ୍ଷ ବାର୍ଷିକ ରୋଜଗାର ପର୍ଯ୍ୟନ୍ତ ଆୟକରକୁ ଛାଡ କରିଛନ୍ତି । ଏହା ଉପରେ ରୋଜଗାର କରୁଥିବା ଲୋକଙ୍କୁ ବିଭିନ୍ନ ସ୍ଲାବରେ ଆୟକର ଦେବାକୁ ପଡିବ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ବି ଏଭଳି ଏକ ରାଜ୍ୟ ରହିଛି ଯେଉଁଠି ଲୋକମାନେ ଯେତେ ରୋଜଗାର କଲେ ମଧ୍ୟ ସେମାନଙ୍କୁ ଆୟକର ଦେବାକୁ ପଡିନଥାଏ । ସିକିମରେ ରହୁଥିବା ୯୫ ପ୍ରତିଶତ ଲୋକ ବାର୍ଷିକ ଯେତେ ରୋଜଗାର କଲେ ମଧ୍ୟ ସେମାନଙ୍କୁ ଆୟକର ଦେବାକୁ ପଡିନଥାଏ । ସିକିମ୍ ଭାରତ ସଂଘରେ ମିଶିବା ପରେ ଏଠାରୁ ଲୋକଙ୍କୁ ସମ୍ପୂର୍ଣ୍ଣ ଭାବେ ଆୟକର ଛାଡ କରାଯାଇଛି ।

ଦେଶର ସମସ୍ତ ପୂର୍ବତୋର ରାଜ୍ୟମାନଙ୍କୁ ଧାରା ୩୭୧(କ) ମୁତାବକ ବିଶେଷ କ୍ଷମତା ମିଳିଛି । ଏହି କାରଣରୁ ଦେଶର ଅନ୍ୟ ରାଜ୍ୟର ଲୋକମାନଙ୍କୁ ଏସବୁ ରାଜ୍ୟରେ ଜମି କିଣିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ସିକିମର ମୂଳନିବାସୀଙ୍କୁ ଆୟକର ଅଧିନିୟମର ଧାରା, ୧୯୬୧ ର ଧାରା ୧୦(୨୬କକକ) ଆୟକର ଛାଡ କରାଯାଇଛି । ଅର୍ଥାତ ରାଜ୍ୟର ଲୋକମାନେ ସେମାନଙ୍କ ଆମଦାନୀ ଉପରେ କିଛି ବି ଆୟକର ଦେବାକୁ ପଡିବ ନାହିଁ ।

ଆୟକର ଅଧିନିୟମ ମୁତାବକ ଏହି ଛାଡ ସିକିମର ମୂଳନିବାସୀଙ୍କୁ ମିଳୁଛି । ସୁପ୍ରିମକୋର୍ଟର ଏକ ନିଷ୍ପତ୍ତି ପରେ ସିକିମରେ ରହୁଥିବା ପାଖାପାଖି ୯୫ ପ୍ରତିଶତ ଲୋକ ଏହାର ଲାଭ ପାଉଛନ୍ତି । ପ୍ରଥମେ ଏହି ସୁବିଧା ସିକିମ ସବଜେକ୍ଟ ସାର୍ଟିଫିକେଟ ରଖିଥିବା ଲୋକ ଓ ସେମାନଙ୍କର ବଂଶଜମାନଙ୍କୁ ମିଳୁଥିଲା । ଏହାକୁ ସିକିମ ନାଗରିକତା ସଂଶୋଧନ ଆଦେଶ ୧୯୮୯ କ୍ରମରେ ଭାରତୀୟ ନାଗରିକ ଭାବେ ପରିଚୟ ମିଳିଥିଲା । ହେଲେ ୧୯୭୫ ଏପ୍ରିଲ ୨୬ ତାରିଖ ପରେ ସୁପ୍ରିମକୋର୍ଟର ଏକ ନିଷ୍ପତ୍ତି ଫଳରେ ସିକିମର ୯୫ ପ୍ରତିଶତ ଲୋକ ଆୟକର ଦେବାରୁ ଛାଡ ପାଇଥିଲେ ।
ସିକିମର ପ୍ରତିଷ୍ଠା ୧୬୪୨ ମସିହାରେ ହୋଇଥିବା କଥା କୁହାଯାଏ । ହେଲେ ୧୯୫୦ ମସିହାରେ ଭାରତ-ସିକିମ୍ ଶାନ୍ତି ବୁଘାମଣା ମୁତାବକ ସିକିମ୍ ଭାରତର ବୋଲି ଘୋଷଣା କରାଗଲା । ୧୯୭୫ ମସିହାରେ ଏହା ଭାରତ ସହ ବିଲୟ ହୋଇଥିଲା ।