କନକ ବ୍ୟୁରୋ: ମନ୍ଦିର ଦାନ ବାକ୍ସରୁ ବାହାରିଲା ୧୭ କୋଟିରୁ ଉଦ୍ଧ୍ୱର୍ ଟଙ୍କା । ସୁନା ବିସ୍କୁଟ ସମେତ ସୁନା ରୁପା ଅଳଙ୍କାର ମଧ୍ୟ ହୁଣ୍ଡିରୁ ବାହାରିଥିବା ସୂଚନା । ରାଜସ୍ଥାନ ଚିତୋରଗଡ଼ର ସାୱାଁଲିୟା ସେଠ ମନ୍ଦିର ହୁଣ୍ଡିରୁ ପୁଳା ପୁଳା ଟଙ୍କା ସହ ସୁନା ଗହଣା କଢାଯାଇଛି । ମନ୍ଦିର ଟ୍ରଷ୍ଟର ପ୍ରାୟ ୫୦ରୁ ଉଦ୍ଧ୍ୱର୍ କର୍ମଚାରୀ ଟଙ୍କା ଗଣୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ହୁଣ୍ଡିରୁ ବାହାରିଥିବା ଏହି ଟଙ୍କା ଏବଂ ସୁନା ଗହଣା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଏବଂ ଆଖପାଖ ୧୬ଟି ଗାଁର ବିକାଶ କାର୍ଯ୍ୟରେ ଲାଗିବ ବୋଲି ମନ୍ଦିର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରାକେଶ କୁମାର ସୂଚନା ଦେଇଛନ୍ତି ।