ନବୀନ ନିବାସରେ ବିଜେଡି ନେତା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ ଓ ଉଷା ଦେବୀ ।

3,061

କନକ ବ୍ୟୁରୋ : ନବୀନ ନିବାସରେ ବରିଷ୍ଠ ବିଜେଡି ନେତା । ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କରିଛନ୍ତି । ବେଶ କିଛି ସମୟ ଧରି ନବୀନଙ୍କ ସହ ଆଲୋଚନା କରିଥିଲେ । ସୌଜ୍ୟନତା ଦୃଷ୍ଟିରୁ ଆଲୋଚନା ହୋଇଥିବା କହିଛନ୍ତି ପ୍ରଫୁଲ୍ଲ ମଲ୍ଲିକ । ଲୋକଙ୍କ ସେବା କରିବାକୁ ବିଜେଡି ସୁପ୍ରିମୋ ପରାମର୍ଶ ଦେଇଛନ୍ତି । ଆମେ ବିରୋଧୀ ଦଳ ଭାବେ କାମ କରିବୁ ବୋଲି କହିଛନ୍ତି ପ୍ରଫୁଲ୍ଲ ।

ସେହିପରି ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ଆଶା କରିନଥିବା କହିଛନ୍ତି ଉଷା ଦେବୀ । ସରକାରରେ ବହୁଦିନ ହେବ ଥିଲୁ, ପରିବର୍ତ୍ତନ ହୋଇଛି । ବହୁତ କଷ୍ଟ ଲାଗୁଛି । ସେହିଭଳି ପାଣ୍ଡିଆନ ନବୀନ ନିବାସ ଆସୁଥିବା ପ୍ରସଙ୍ଗକୁ ଏଡାଇ ଯାଇଥିଲେ ଉଷା ଦେବୀ । ସେହିପରି ରଘୁନାଥ ମହାନ୍ତି ଓ ତାଙ୍କ ପୁଅ ରାଜାଶ୍ରୀ ମହାନ୍ତି ମଧ୍ୟ ନବୀନ ନିବାସରେ ପହଂଚିଛନ୍ତି ।