ବାରବାଟୀକୁ ଫେରିଲା ଫଟାଫଟ୍ କ୍ରିକେଟ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ଜାଣନ୍ତୁ କେବେ ଖେଳାଯିବ ମ୍ୟାଚ୍?

372

କନକ ବ୍ୟୁରୋ : କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଫଟାଫଟ କ୍ରିକେଟ ପୁଣିଥରେ ଓଡ଼ିଶାକୁ ଫେରିଛି । ଦୀର୍ଘ ବର୍ଷ ପରେ ଓଡ଼ିଶାର ବାରବାଟୀକୁ ପୁଣି ଫେରିଛି ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ । ଜୁନ୍ ୧୨ରେ ବାରବାଟୀରେ ଖେଳାଯିବ ଟି-୨୦ ମ୍ୟାଚ୍ । ଏନେଇ ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ।
ଆସନ୍ତା ଜୁନ୍ ୧୨ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍ । ସିରିଜର ଦ୍ୱିତୀୟ ମ୍ୟାଚଟି ବାରବାଟୀରେ ଖେଳାଯିବ । ପୂର୍ବରୁ ଭାରତ-ୱେଷ୍ଟଇଣ୍ଡିଜ ମ୍ୟାଚ୍ କୋଲକାତାକୁ ସ୍ଥାନାନ୍ତର ହୋଇଥିଲା । କରୋନା କଟକଣା କାରଣରୁ ଏହି ମ୍ୟାଚ୍ କୋଲକାତାକୁ ସ୍ଥାନାନ୍ତର ହୋଇଥିଲା ।