ସ୍ୱାମୀ, ସ୍ତ୍ରୀ ଓ ସେ… । ସ୍ୱାମୀଙ୍କ ଜୀବନ ନେବାକୁ ସ୍ତ୍ରୀ ଦେଇଥିଲା ସୁପାରି, ଡ୍ରାଇଭରଙ୍କ ସହ ଅନୈତିକ ପ୍ରେମ ସମ୍ପର୍କର ପୂରା କାହାଣୀ କଲେ ସ୍ୱାମୀ ।

571

କନକ ବ୍ୟୁରୋ : ଯିଏ ସାରା ଜୀବନ ସାଥୀ ହୋଇ ରହିବା ପାଇଁ , ହାତ ଧରିଥିଲା, ସେ କେମିତି ପ୍ରେମ ପାଇଁ ଅନ୍ଧ ହୋଇଯାଇପାରେ, ଆଉ ଜୀବନ ନେବାକୁ ଷଡଯନ୍ତ୍ର କରିପାରେ ସେଭଳି ଏକ ଖବର ପୂରା ଭୁବନେଶ୍ୱରକୁ ଆଜି ତାଜୁବ କରିଥିଲା । ଭୁବନେଶ୍ୱରରେ ଜଣେ ମହିଳା ଡ୍ରାଇଭର ପ୍ରେମରେ ପାଗଳ ହୋଇ ସ୍ୱାମୀଙ୍କୁ ହତ୍ୟା କରିବା ପାଇଁ ଗୁଣ୍ଡା ଲଗାଇ ଦେଇଥିଲେ । ଗତ ୧୬ତାରିଖରେ ଗୁଣ୍ଡାଙ୍କ ମରଣାନ୍ତକ ଆକ୍ରମଣରେ ସ୍ୱାମୀ ବଂଚିଯିବା ପରେ ପୁରା କାହାଣୀ ପଦାକୁ ଆସିଛି ।

ଡ୍ରାଇଭର ସହ ଅନୈତିକ ପ୍ରେମ ସଂପର୍କକୁ ନେଇ ସ୍ୱାମୀଙ୍କୁ ହଟାଇ ଦେବାକୁ ଉଦ୍ୟମ କରିଛି ସ୍ତ୍ରୀ । ପରକୀୟା ପ୍ରୀତି ନେଇ ଏପରି ଅଭିଯୋଗ ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଛି ।
ନାମ- ସିଲସିଲା ବେହେରା
ସ୍ୱାମୀ- ବିନାୟକ ବେହେରା, ରେଳବାଇରେ ସିନିୟର ଇଲେକ୍ଟ୍ରିକାଲ ଇଂଜିନିୟର
ଆଉ ପୁଲିସ ହେପାଜତରେ ଥିବା ବ୍ୟକ୍ତି ସିଲସିଲାଙ୍କ ଘର ଡ୍ରାଇଭର ଅଶୋକ ସାହୁ । ଘର ଅନୁଗୁଳ ହାଟତୋଟା ଅଂଚଳରେ । ଅଭିଯୋଗ ହେଉଛି ଯାହାକୁ ପାଇବା ପାଇଁ ସ୍ୱାମୀ ବିନାୟକଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଟଙ୍କା ଦେଇ ଭଡାଟିଆ ଗୁଣ୍ଡାଙ୍କୁ ଲଗାଇଥିଲା ସିଲସିଲା । ସୌଭାଗ୍ୟକୁ ସ୍ୱାମୀ ବଂଚିଗଲେ ଓ ପୁରା ଘଟଣା ଜଣାପଡିଲା । ପୁଲିସ ପ୍ରେମିକ ଡ୍ରାଇଭରକୁ ଗିରଫ କରିଥିବା ବେଳେ ସିଲସିଲା ଫେରାର ହୋଇଯାଇଛି । ଆଉ ଅଶୋକ ପୁଲିସ ଆଗର ସତ ମାନିଯାଇଛି ।

ଭୁବନେଶ୍ୱର ରେଳଷ୍ଟେସନରେ ସିନିୟର ଇଲେକ୍ଟ୍ରିକାଲ ଇଂଜିନିୟର ଭାବେ କାର୍ଯ୍ୟରତ ବିନାୟକ ବେହେରାଙ୍କ ୨୦୧୮ରେ ପୁରୀ ବଦଳି ହୋଇଯାଇଥିଲେ । ହେଲେ ପୁଅ ପାଠ ପଢୁଥିବାରୁ ପରିବାର ରହୁଥିଲେ ଭୁବନେଶ୍ୱରରେ । ଏହାରି ଭିତରେ ଡ଼୍ରାଇଭର ଅଶୋକ ଓ ବିନାୟକଙ୍କ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା କୁହାଯାଉଛି । ସେପଟେ ବିନାୟକ ବେହେରାଙ୍କ ସ୍ତ୍ରୀ ସିଲସିଲା ବେହେରା ଅଭିଯୋଗକୁ ଖଣ୍ଡନ କରି ପାଲଟା ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ସ୍ୱାମୀଙ୍କୁ ହତ୍ୟା ଯୋଜନା ବିଫଳ ହେବା ପରେ ଘରୁ ଫେରାର ହୋଇଯାଇଥିଲା ସିଲସିଲା । ଧଉଳି ଆପାର୍ଟମେଂଟରେ ପ୍ରେମିକ ଅଶୋକ ସହ ଲୁଚିଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା । ଅଶୋକକୁ ପୋଲିସ ଧରିବାରେ ସଫଳ ହୋଇଥିବାବେଳେ ସିଲସିଲା ପଳାଇଛି । ପୁଲିସ ଏବେ ସିଲସିଲା ଓ ଭଡାଟିଆ ଗୁଣ୍ଡାଙ୍କୁ ଧରିବାକୁ ତନାଘନା ଚଲାଇଛି ।