ସ୍ମାର୍ଟ ସିଟିର ସ୍ମାର୍ଟ ବ୍ୟବସ୍ଥା : ଏଣିକି ଅନଲାଇନରେ ମିଳିବ ସ୍ୱର୍ଗଦ୍ୱାର ସୁବିଧା

51

କନକ ବ୍ୟୁରୋ : ଅନଲାଇନରେ ଏଣିକି ମିଳିବ ସ୍ୱର୍ଗଦ୍ୱାରରେ ଶବଦାହର ସୁବିଧା । ସ୍ମାର୍ଟ ସିଟିର ସ୍ମାର୍ଟ ସୁବିଧା । ଶବଦାହ ଠାରୁ ଆରମ୍ଭ କରି ଦଶାହ କାର୍ଯ୍ୟ ପର୍ଯ୍ୟନ୍ତ ସବୁ ହୋଇପାରିବ ଅନଲାଇନରେ । ଶବକୁ ସ୍ୱର୍ଗଦ୍ୱାର ନେବାଠୁ ବ୍ରାହ୍ମଣ, ବାରିକ, ଧୋବା, ଲୁଗାପଟା, ଅବଢା ଯାଏଁ ପଇସା ଦେଲେ ସବୁ ମିଳିଯିବ ସ୍ୱର୍ଗଦ୍ୱାର ଡଟ୍ କମରେ ।

ଏଥିପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବାକୁ ପଡିବନାହିଁ । ସ୍ୱର୍ଗଦ୍ୱର ଡଟ୍ କମରେ ଶୁଭାରମ୍ଭ କରିଛନ୍ତି ମେୟର ଅନନ୍ତ ନାରାୟଣ ଜେନା । ତାଙ୍କ ସହ ଯୋଗଦେଇ ଥିଲେ ସମ୍ବାଦର ସଂମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ  ।