କନକ ବ୍ୟୁରୋ: ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଅଂଚଳର ଶ୍ରୀକୋଣା ଗ୍ରାମର ପିତା ରାଧାକାନ୍ତ ରାଉଳ ଏବଂ ପତ୍ନୀ ରେଣୁବାଳାଙ୍କର ଏକମାତ୍ର କନ୍ୟା ସୁଶ୍ରୀ ଆରାଧନା ଚଳିତବର୍ଷ ସିବିଏସ୍ଇର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୯ ପ୍ରତିଶତ ନମ୍ବର ରଖିଥିଲେ। ଏଥିସହିତ, ସେ ନିକଟରେ ଜାତୀୟସ୍ତରରେ ସର୍ବୋଚ୍ଚ ଟ୍ୟାଲେଣ୍ଟ କମ୍ପିଟିସନ, ନ୍ୟାସନାଲ ଟ୍ୟାଲେଣ୍ଟ୍ ସର୍ଚ୍ଚ ପରୀକ୍ଷାରେ ମଧ୍ୟ କୃତିତ୍ୱ ହାସଲ କରିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ତାଙ୍କର ବହୁମୁଖୀ ପ୍ରତିଭା ପାଇଁ କେନ୍ଦ୍ର ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ବାପାମା’ଙ୍କ ସହ ସାଧାରଣତନ୍ତ୍ର ପରେଡ଼ ଦେଖିବା ପାଇଁ ତାଙ୍କୁ ନିମନ୍ତ୍ରଣ କରାଯାଇଛି। ସେମାନେ ବାଲେଶ୍ବର ଷ୍ଟେସନରୁ ଦୂରନ୍ତ ଏକ୍ସପ୍ରେସରେ ଦିଲ୍ଲୀ ଯାତ୍ରା କରିଛନ୍ତି।