ଭାରତରେ ସମସ୍ତେ ସମାନ । ତେଣୁ ବ୍ୟଭିଚାର ମାମଲାରେ କେବଳ ପୁରୁଷଙ୍କୁ ଦୋଷୀ ସାବ୍ୟସ୍ତ କଲେ ସମ୍ବିଧାନ ଉଲଘଂନ ହେବ ବୋଲି କହିଲେ ସର୍ବୋଚ୍ଚ ନ୍ୟାୟାଳୟ
କନକ ବ୍ୟୁରୋ : ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣରାୟ ଶୁଣାଇଛନ୍ତି । କୋର୍ଟ କହିଛନ୍ତି ଯେ, ଯେତେ ସବୁ ବ୍ୟଭିଚାର ମାମଲା ରୁଡୁ କରାଯାଉଛି ତାହାକୁ ଦେଖିଲେ କେବଳ ପୁରୁୃଷମାନଙ୍କୁ ଦୋଷୀ ରୂପେ ଦେଖାଯାଇପାରିବ ନାହିଁ । ଯଦି କେବଳ ପୁରୁଷମାନଙ୍କୁ ଦୋଷୀ ଭାବରେ ଦେଖାଯିବ ତେବେ ଭାରତୀୟ ସମ୍ବିଧାନର ଧାରା ୧୪ରେ ଥିବା ସମାନତା ଅଧିକାରକୁ ଉଲଘଂନ କରିବ ବୋଲି ଖଣ୍ଡପୀଠ କହିଛନ୍ତି । କୋର୍ଟ କହିଛନ୍ତି ଯେ, ଆଇନ ଅଖିରେ ସମସ୍ତେ ଦୋଷୀ । ଭାରତରେ ଯେଉଁମାନେ ଦୋଷ କରିବେ ସେମାନେ ପୁରୁଷ ହୁଅନ୍ତୁ ଅବା ମହିଳା ସେମାନଙ୍କୁ ସମ୍ବିଧାନ ଅନୁସାରେ ଦଣ୍ଡବିଧାନ କରାଯିବ । ତେବେ ଜୋସେଫ୍ ସାଇନ୍ ନାମକ ଜଣେ ବ୍ୟକ୍ତି ଦାଏର କରିଥିବା ଜନସ୍ୱାର୍ଥ ମାମଲାର ରାୟ ଶୁଣାଇ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ଜଷ୍ଟିସ୍ ଆର୍ ଏଫ୍ ନରିମାନ, ଏ ଏମ୍ ଖାନ୍ଓ୍ଵିଲ୍କର୍, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଇନ୍ଦୁ ମାଲହୋତ୍ରାଙ୍କ ଖଣ୍ଡପୀଠ ପ୍ରଥମେ ଏହି ମାମଲାକୁ ଏକ ସାତ ଜଣିଆ ଖଣ୍ଡପୀଠକୁ ପଠାଇବାକୁ ଚିନ୍ତା କରୁଥିଲେ। କିନ୍ତୁ ପରେ ପୁଣି ଏହି ମାମଲାର ରାୟ ଶୁଣାଣି ଜାରି ରଖିବାକୁ ନିଷ୍ପତ୍ତି ଗ୍ରହଣ କରିବାକୁ ରାଜି ହୋଇଥିଲେ।
Kanak News is now on WhatsApp
Join and get latest news updates delivered to you via WhatsApp
ଆବେଦନକାରୀଙ୍କ କାଉନ୍ସେଲ୍ କାଳୀସ୍ୱରମ୍ ରାଜ କହିଲେ, ସମ୍ବିଧାନର ଧାରା ୧୫ ମହିଳା ଓ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ଆଇନ୍ ପାଇଁ ଅନୁମତି ଦେଇଥିବା ଆଧାରରେ ୧୯୫୪ ମସିହାରେ ଏକ ୪ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ ଧାରା ୪୯୭କୁ ବୈଧ୍ୟତାକୁ ବଜାୟ ରଖିଥିଲେ। ସେ କହିଲେ କି, ପର ସ୍ତ୍ରୀ ସହ ତାଙ୍କ ସ୍ୱାମୀଙ୍କ ସମ୍ମତି ବିନା ଦୈହିକ ସମ୍ପର୍କ ରଖିଥିବା ପୁରୁଷଙ୍କୁ ପାଞ୍ଚ ବର୍ଷ ଜେଲ୍ଖାନା ଖଟିବାକୁ ପଡୁଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ବିନା ଦଣ୍ଡରେ ମହିଳାଙ୍କୁ ଛାଡ଼ି ଦିଆଯାଉଛି। ଏନ୍ଜିଓ ପାର୍ଟନର୍ସ୍ ଫର୍ ଲ’ ଇନ୍ ଡେଭ୍ଲପ୍ମେଣ୍ଟ୍ ତରଫରୁ ଉପସ୍ଥିତ ହୋଇ ଆଡ୍ଭୋକେଟ୍ ମୀନାକ୍ଷି ଅରୋରା କହିଲେ ଯେ ପୁରୁଷଙ୍କ ନିମନ୍ତେ ବ୍ୟଭିଚାରକୁ ଅପରାଧ କହୁଥିବା ଧାରା ୪୯୭କୁ ଉଠାଇ ଦେବା ଉଚିତ। କାରଣ ସ୍ୱାମୀଙ୍କ ଅନୁମତି ନେଇ ଜଣେ ପର ପୁରୁଷ ଯଦି ତାଙ୍କ ସ୍ତ୍ରୀଙ୍କ ସହ ଯୌନ ସମ୍ପର୍କ ରଖୁଛି, ତେବେ ପତ୍ନୀ ତାଙ୍କର ସମ୍ପତ୍ତି ବୋଲି ବିବେଚିତ ହେଉଛି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଲେ କି, ଧାରା ୧୪କୁ ଉଲ୍ଲଙ୍ଘନ କରୁଛି ବୋଲି ଯଦି ଭ୍ୟବିଚାରକୁ ଅପରାଧ ନୁହେଁ ବୋଲି ବିଚାର କରାଯାଇ ଉଠାଇ ଦିଆଯାଏ, ତେବେ କୌଣସି ପୁରୁଷ କିଂବା ନାରୀ ଦଣ୍ଡ ପାଇବେ ନାହିଁ। ଛାଡ଼ପତ୍ର ଏବଂ ଅନ୍ୟାନ୍ୟ ଦେଓ୍ଵାନୀ ମାମଲା ପାଇଁ ବ୍ୟଭିଚାର ଆଧାର ହୋଇପାରେ। ତେବେ ଏପରି ଏକ ସମ୍ବେଦେନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ମାମଲାରେ ଆଜି ମଧ୍ୟ କୋର୍ଟ ଶୁଣାଣି ଜାରି ରଖିବେ ବୋଲି ଜଣାପଡିଛି ।