ଆଜିଠାରୁ ଆରମ୍ଭ ହୋଇଛି ସୁପ୍ରିମକୋର୍ଟ ସିଧାପ୍ରସାରଣ। ଘରେ ବସି ଦେଖି ହେବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶୁଣାଣି।

102

କନକ ବ୍ୟୁରୋ: ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତି । ଏବେ ଘରେ ବସି ଦେଖି ହେବ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶୁଣାଣି । ସେପ୍ଟେମ୍ବର ୨୭, ଅର୍ଥାତ୍ ଆଜିଠାରୁ ସୁପ୍ରିମ୍କୋର୍ଟଙ୍କ ଶୁଣାଣିର ସିଧାପ୍ରସାରଣ ଆରମ୍ଭ ହୋଇଛି । ଇଡବ୍ଲୁଏସ ଆରକ୍ଷଣ, ମହାରାଷ୍ଟ୍ର ଶିବସେନା ପ୍ରସଙ୍ଗ, ଦିଲ୍ଲୀ-କେନ୍ଦ୍ର ସରକାର ବିବାଦ, ଆଦି ମାମଲାର ଶୁଣାଣି ଲୋକେ ଘରେ ବସି ସିଧାପ୍ରସାରଣ ଦେଖିଛନ୍ତି । ମଙ୍ଗଳବାରରୁ ସୁପ୍ରିମକୋର୍ଟ ସାମ୍ବାଧାନିକ ବେଞ୍ଚରେ ଚାଲିଥିବା ମାମଲାର ସିଧାପ୍ରସାରଣ ବିଧିବଦ୍ଧ ଆରମ୍ଭ କରାଯାଇଛି । ତେବେ ସବୁଠାରୁ ବଡ କଥା କେବଳ ମାମଲାର ଶୁଣାଣିବେଳେ ସିଧାପ୍ରସାରଣ ଦେଖିହେବ ।

ପୁନଃପ୍ଲେ କରି ଦେଖିବା ବ୍ୟବସ୍ଥା ରଖାଯାଇନାହିଁ । ସାଧାରଣ ଲୋକମାନେ ୱେବକାଷ୍ଟ ଡଟ୍ ଜିଓଭି ଡଟ୍ ଇନ୍ କିମ୍ବା ଏସସିଇଣ୍ଡିଆରେ ଏହାର ପ୍ରସାରଣ ଦେଖିପାରିବେ । ପ୍ରଥମ ପର୍ଯ୍ୟାୟରେ ୩ଟି ସାମ୍ବାଧାନିକ ବେଞ୍ଚରେ ଚାଲିଥିବା ଶୁଣାଣିର ସିଧାପ୍ରସାରଣ ହୋଇଛି । ଆଗକୁ ଶୁଣାଣିର ସିଧାପ୍ରସାରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଗୋଟିଏ ନିର୍ଦ୍ଧିଷ୍ଟ ଫ୍ଲାଟଫର୍ମରେ ମାମଲା ଗୁଡିକର ଶୁଣାଣି ଲୋକମାନେ ଦେଖିପାରିବେ ।

ପ୍ରଥମ ପର୍ଯ୍ୟାୟରେ ୟୁଟ୍ୟୁବରେ ଅସ୍ଥାୟୀ ଭାବେ ସିଧାପ୍ରସାରଣ କରାଯାଇଛି । ନ୍ୟାଶନାଲ ଇନର୍ଫମରମେଟିକ ସେଣ୍ଟର ଏହି ବ୍ୟବସ୍ଥାର ପରିଚାଳନା କରୁଛି । ବର୍ତମାନ ୟୁଟ୍ୟୁବରେ କରାଯାଉଛି ଓ ଆଗକୁ କୋର୍ଟ ନିଜସର୍ଭରରେ ସିଧାପ୍ରସାରଣ କରିବେ । ସାଧାରଣ ଲୋକମାନେ ସୁପ୍ରିମକୋର୍ଟଙ୍କ ଶୁଶାଣି ସର୍ମ୍ପକରେ ନିଜର ମୋବାଇଇ ଲାପଟପ ଓ କମ୍ପ୍ୟୁଟରରେ ମଧ୍ୟ ଦେଖିପାରିବେ ।