ବଟି ପାଇଁ ଭୁବନେଶ୍ୱରରେ ବୋମାମାଡ ଅଭିଯୋଗ। ବିଳମ୍ବିତ ରାତିରେ ଏକ ବାର ଉପରକୁ ବୋମାମାଡ କରିଥିଲେ ଦୁର୍ବୃତ୍ତ।

68

କନକ ବ୍ୟୁରୋ: ଭୁବନେଶ୍ୱରରେ ବଟି ପାଇଁ ବୋମା ମାଡ ହୋଇଥିବା ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ । ଭୁବନେଶ୍ୱର ବାର ଆସୋସିଏସନ୍ର ସଭାପତି ସତ୍ୟ ମହାନ୍ତି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି, ବଟି ପାଇଁ ଦୁର୍ବୃତ୍ତମାନେ ସୋମବାର ବିଳମ୍ବିତ ରାତିରେ ତାଙ୍କ ବାର ଉପରକୁ ବୋମାମାଡ କରି ଆତଙ୍କ ଖେଳାଇଛନ୍ତି ।

ବ୍ୟବସାୟୀଙ୍କ ମନରେ ଆତଙ୍କ ଖେଳାଇବା ସହ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଅଭିଯୁକ୍ତମାନେ ଗିରଫ ହେବେ ସେନେଇ ପ୍ରଶ୍ନ ଉଠାଇଛନ୍ତି ବ୍ୟବସାୟୀା