ପେଶା ନାଁରେ ସୁନ୍ଦରଗଡରେ ଅଣାୟତ ପରିସ୍ଥିତି ସୃଷ୍ଟି : ବାଲିଘାଟକୁ ନିଜ କବଜାକୁ ନେଲେ ଆଦିବାସୀ ସମର୍ଥକ, ପ୍ରଶାସନ ଓ ତହସିଲଦାରଙ୍କୁ ଆସିବାକୁ ବାରଣ

35

କନକ ବ୍ୟୁରୋ : ପେଶା ନାଁରେ ଧିରେ ଧିରେ ଅଧିକରୁ ଅଧିକ ଗୁରୁତର ହେଉଛି ସୁନ୍ଦରଗଡ ଜିଲ୍ଲାର ପରିସ୍ଥିତି । କୁତ୍ରା ତହସିଲ ଅଂଚଳର ତରକେରା ପଥରଗାଡିରେ ରେ ପେଶା ସମର୍ଥକମାନେ ବାଲିଘାଟକୁ ୧୩ ମାସ ହେଲା ନିଜ କବଜାକୁ ନେଇଛନ୍ତି । ପ୍ରଶାସନକୁ ଗାଁକୁ ପଶିବାକୁ ବାରଣ କରି ଆଦିବାସୀମାନେ ନିଜେ ନିଜ ଗାଁରେ ଶାସନ କରିବା ଆରମ୍ଭ କରିଦେଇଛନ୍ତି । ନିଜ ଗାଁରେ ନିଜ ସରକାର କରିବା ପାଇଁ ଦାବି କରୁଥିବା ଆଦିବାସୀ ପଥର ଗାଡି ଗାଁକୁ ପ୍ରଶାସନ ଓ ପୋଲିସକୁ ବାରଣ କରି ସବୁ ନିଜ ଅକ୍ତିଆରକୁ ନେଇଛନ୍ତି । ମାଓବାଦୀଙ୍କ ଆନ୍ଦୋଳନ ଭଳି ଆଦିବାସୀ ମାନଙ୍କ ଏହା ଏକ ସୁଚିନ୍ତିତ ଆନ୍ଦୋଳନ ବୋଲି କୁହାଯାଉଛି । ତହସିଲ ଟେଣ୍ଡର କରିଥିବା ଘାଟକୁ ବନ୍ଦ କରି ମାଟପିଟ କରି ସେହିଠାରୁ ବାଲି ଉଠାଇବା ବନ୍ଦ କରିଦେଇଥିଲେ । ଆଉ ପ୍ରଶାସନ ପରମିଟ ନୁହେଁ ସାଧା କାଗଡରେ ପେଶା ଗ୍ରାମସଭା ପୋଲି ଲେଖି ପରିମିଟ ତିଆରି କରି ବେରାକ ଚଳାଇଛନ୍ତି ।

ସବୁଠାରୁ ବଡ କଥା ହେଲା ଆଦିବାସୀଙ୍କ ଜିଦ ଆଗରେ ହାରମାନିଛି ପ୍ରଶାସନ । ନାଚାର ହୋଇଛି ଜିଲ୍ଲା ପ୍ରଶାସନ । ଏଥିଦ୍ୱାରା ସରକାରଙ୍କ ରାଜସ୍ୱହାନୀ ହେଉଛି । ପ୍ରଶାସନ କିମ୍ବା ତହସିଲଦାର ସେଠାକୁ ଗଲେ ଆଦିବାସୀ ସେମାନଙ୍କୁ ଅଟକ ରଖିେଉଛନ୍ତି । ପଥରଗାଡିକୁ ଯିବାକୁ ପ୍ରଶାସନ ଓ ପୋଲିସକୁ ବାରଣ କରି ନୂଆ ଷ୍ଟାଇଲରେ ନିଜ ଗାଁରେ ଶାସନ କରିବା ଆରମ୍ଭ କରିଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ କଡା ନଜର ରଖିଛି ।