ଧଳା ଶଙ୍ଖକୁ କଳା ଭୟ ! ନବୀନଙ୍କ ପାଇଁ ଓଢଣୀ କାଢିଲେ ମହିଳା

85

ସୁନ୍ଦରଗଡ ବ୍ୟୁରୋ, କନକ ନ୍ୟୁଜ୍ : ଧଳା ଶଙ୍ଖକୁ କଳା ଭୟ । ନବୀନଙ୍କ ପାଇଁ ଓଢଣୀ କାଢିଲେ ମହିଳା । ନବୀନ ସରକାର ମା ଭଉଣୀଙ୍କ ସମ୍ମାନ ସହ ଖେଳିଛନ୍ତି ସାଂଘାତିକ ଖେଳ । ନବୀନଙ୍କ ସୁରକ୍ଷା ପାଇଁ ଏଠି ସବୁ ସାଜିଛି ବେଫିକର । ମା ଭଉଣୀଙ୍କ ସୁରକ୍ଷାର ନାରା ଦେଉଥିବା ନବୀନ ସରକାରଙ୍କ ଉଚ୍ଚାରଣ ଓ ଆଚରଣରେ ଆକାଶ ପାତାଳ ପାର୍ଥକ୍ୟ ଦେଖାଦେଇଛି ।

କିନ୍ତୁ ନବୀନ ବାବୁଙ୍କର ସୁରକ୍ଷା ପାଇଁ ଏଠି ମହିଳାଙ୍କ ସମ୍ମାନ ନେବାରେ ପଛାଇ ନାହାନ୍ତି ନବୀନବାବୁଙ୍କ ପୋଲିସ ବାହୀନି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମଙ୍ଗସପୁର ଅଂଚଳରେ । ମୁଖ୍ୟମନ୍ତ୍ରୀ ସଭାସ୍ଥଳୀକୁ ଆସିଥିବା ମହିଳା ଓ ଯୁବତୀଙ୍କୁ ହଟ୍ଟହଟ୍ଟା ହେବାକୁ ପଡିଛି । ନବୀନଙ୍କ କାର୍ଯ୍ୟକ୍ରମକୁ ଯିବାକୁ ହେଲେ ମହିଳା ଓ ଯୁବତୀଙ୍କୁ ଓହ୍ଲାଇବାକୁ ପଡିଲା କଳା ଓଢଣୀ ।

ନବୀନଙ୍କୁ ଘାରିଛି କଳାପତାକା ଭୟ । ତେବେ କଳା ଓଢଣୀ କୁ ଦେଖି ବିଚଳିତ ହୋଇପଡିଥିଲା ପୋଲିସ । ଆଉ ବଳ ଚଳାଇଥିଲା ନିରିହ ମହିଳାଙ୍କ ଉପରେ । ଯିଏ ନବୀନଙ୍କ ସଭାସ୍ଥଳକୁ ଯିବାକୁ ଚାହୁଁଥିଲେ ସେ ବାଧ୍ୟ ହୋଇ ନିଜ ଓଢଣୀ ଓହ୍ଲାଇଥିଲା ।