ସୁନ୍ଦରଗଡରେ ମାଆ ଝିଅଙ୍କୁ ତଂଟି ଚିପି ହତ୍ୟାର ପର୍ଦ୍ଦାଫାଶ କଲା ପୋଲିସ । ଅଭିଯୁକ୍ତ ଗିରଫ । ଏକତରଫା ପ୍ରେମରେ ବିଫଳ ହୋଇ କରିଥିଲା ହତ୍ୟା ।

55

କନକ ବ୍ୟୁରୋ : ସୁନ୍ଦରଗଡରେ ମାଆ ଓ ଝିଅଙ୍କୁ ତଂଟିଚିପି ହତ୍ୟା ଘଟଣାର ପର୍ଦ୍ଦାଫାସ କଲା ପୋଲିସ । ଏକତରଫା ପ୍ରେମରେ ବିଫଳ ହୋଇ ବନ୍ଧୁ ପତ୍ନୀଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ପୋଲିସ ଦେଇଥିବା ସୂଚନା ଅନୁସାରେ, ସାଙ୍ଗର ପତ୍ନୀଙ୍କୁ ପ୍ରଥମେ ପ୍ରେମ ନିବେଦନ କରିଥିଲା ଅଭିଯୁକ୍ତ ସଲିଳ ଭେଂଗ୍ରା । ଏଥିରେ ସେ ରାଜି ନହେବାରୁ ଉତ୍ୟକ୍ତ ହୋଇ ତଂଟିଚିପି ହତ୍ୟା କରିଥିଲା ।

ମୃତଦେହକୁ ନେଇ ବେଡରେ ରଖିବାବେଳେ ଝିଅ ଦେଖିଦେଇଥିବାରୁ ତାକୁ ମଧ୍ୟ ରାସ୍ତାରୁ ହଟାଇ ଦେଇଥିଲା । ସେହିପରି ଦୁଇବର୍ଷର ପୁଅକୁ ମଧ୍ୟ ମାଡମାରି ଆହତ କରିଥିଲା । ଏହାପରେ ସେ ରହୁଥିବା କ୍ୟାମ୍ପକୁ ଏକୁଟିଆ ଚାଲିଯାଇଥିଲା । ଗତ ୨୫ ତାରିଖରେ ମସିନାଢିପା ଗାଁରେ ଏକ ବନ୍ଦ ଘରୁ ମା’ ଓ ଝିଅର ମୃତ ଦେହ ଉଦ୍ଧାର ହୋଇଥିଲା । ହେମଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଥିବାବେଳେ ପୁରା ଘଟଣା ଉପରୁ ପରଦା ହଟାଇଛି ।