୯ ଜିଲ୍ଲାପାଳକୁ ରିପୋର୍ଟ ମାଗିଲେ ଏସଆରସି: ବର୍ଷା ଓ ବନ୍ୟା କ୍ଷୟକ୍ଷତି ନେଇ ୧୭ ସୁଦ୍ଧା ଦେବାକୁ ହେବ ରିପୋର୍ଟ

ଯାଂଚ ପରେ ହିତାଧିକାରୀଙ୍କ ଆକାଂଉଟକୁ ଯିବ ଟଙ୍କା

444

କନକ ବ୍ୟୁରୋ: ରାଜ୍ୟରେ ବର୍ଷା ଓ ବନ୍ୟା ଜନିତ କ୍ଷୟକ୍ଷତି ନେଇ ରିପୋର୍ଟ ମାଗିଲେ ଏସଆରସି । ୯ ଜିଲ୍ଲାପାଳଙ୍କୁ ମଗାଯାଇଛି ରିପୋର୍ଟ । ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଏନେଇ ରିପୋର୍ଟ ମାଗିଛନ୍ତି ଏସଆରସି । ଆସନ୍ତା ୧୭ ତାରିଖ ମଧ୍ୟରେ ଜିଲ୍ଲାପାଳଙ୍କୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ କହିଛନ୍ତି ଏସଆରସି । ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ରାଜ୍ୟରେ ପ୍ରବଳ ବର୍ଷାରୁ ହୋଇଥିବା ନେଇ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନେ ରିପୋର୍ଟ ପ୍ରଦାନ କରିବେ । ଆସନ୍ତା ୧୭ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ପଡିବ ।

source : google

ବର୍ଷା ଓ ବନ୍ୟାରେ ଚାଷ ଜନିତ କ୍ଷୟକ୍ଷତି ସହିତ ଜାତୀୟ ସମ୍ପତି ନଷ୍ଟର ରିପୋର୍ଟ ମାଗିଛନ୍ତି ସରକାର । ଘର, ଚାଷ ଜମି, ମତ୍ସ୍ୟଚାଷ, ପଶୁପାଳନ, ଡଙ୍ଗା , ଜାଲ, ମାଛ ଚାଷ ପୋଖରୀ, ଫସଲ ହାନୀ, ହସ୍ତତନ୍ତ ଶିଳ୍ପ ଜନିତ କ୍ଷତିର ରିପୋର୍ଟ ମାଗିଛନ୍ତି ଏସଆରସି । ସେହିପରି ଜାତୀୟ ସମ୍ପତି ମଧ୍ୟରେ ପ୍ରାଇମେରୀ ସ୍କୁଲ ଘର, ଗୋଷ୍ଠୀ ସ୍ୱାସ୍ଥ୍୍ୟକେନ୍ଦ୍ର, ରାସ୍ତା, ବ୍ରିଜ, କଲଭର୍ଟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥା, ଜଳସେଚନ ବ୍ୟବସ୍ଥା, ପଂଚାୟତ ଘର, ଅଙ୍ଗନୱାଡି ଘର, ମହିଳା ମଣ୍ଡଳ, ଯୁବ କେନ୍ଦ୍ର, କମ୍ୟୁନିଟି ହଲ, ବିଦ୍ୟୁତ ଖୁଂଟ ଓ ବିଦ୍ୟୁତଷ୍ଟେସନରେ କଣ କଣ କ୍ଷତି ହୋଇଛି ତାର ରିପୋର୍ଟ ମାଗିଛନ୍ତି ଏସଆରସି । କ୍ଷୟକ୍ଷତି ହୋଇଥିବା ସ୍ଥାନର ଆବଶ୍ୟକ ଫଟୋ ପ୍ରମାଣପତ୍ର ଦେବାକୁ ପଡିବ । କ୍ଷତିଗ୍ରସ୍ତ ହୋଇଥିବା ବ୍ୟକ୍ତି ବିଶେଷଙ୍କୁ ସମସ୍ତ ସହାୟତା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତା ଜରିଆରେ ଦିଆଯିବ ବୋଲି ସରକାର କହିଛନ୍ତି ।