ଆଜି ରାତି ଗୁରୁତ୍ୱପୂର୍ଣ୍ଣ, ସମସ୍ତେ ରୁହନ୍ତୁ ସତର୍କ : ଏସଆରସି 

600

କନକ ବ୍ୟୁରୋ: ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା ବିସ୍ତୁତ ସୂଚନା ଦେଇଛନ୍ତି । ମୁଣ୍ଡଳୀରେ ଧିରେ ଧିରେ ହ୍ରାସ ପାଉଛି ଜଳସ୍ତର । ୪ଟି ଜିଲ୍ଲାରେ ପିକ୍ ଫ୍ଲଡ କମିବା ଆରମ୍ଭ ହୋଇସାରିଛି । କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପିକ୍ ଫ୍ଲଡ କମିବାରେ ଲାଗିଛି । ସେହିଭଳି ୬ଟି ସ୍ଥାନରେ ଘାଇ ସୃଷ୍ଟିି ହୋଇଛି । ଘଳିଆ ପଡିଥିବା ସ୍ଥାନକୁ ମରାମତି କରାଯାଉଥିବା ସେ ସ୍ପଷ୍ଟ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଆସନ୍ତାକାଲି ସକାଳେ ଜଳସ୍ତର ଆହୁରି କମିବାକୁ ଲାଗିବ । ଆଜି ରାତି ଗୁରୁତ୍ୱପୂର୍ଣ୍ଣ ତଥା ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ବର୍ତ୍ତମାନ ସୁଦ୍ଧା ବନ୍ୟାରେ ୪ ଲକ୍ଷ ୬୭ ହଜାର ଲୋକେ ପ୍ରଭାବିତ ହୋଇଛନ୍ତି । ତେବେ ବର୍ତ୍ତମାନ ମଧ୍ୟ ପାଣି ଆସୁଥିବାରୁ ବନ୍ୟାରେ ପ୍ରଭାବିତ ସଂଖ୍ୟା ଆହୁରି ବଢିପାରେ ।