ଭୁବନେଶ୍ୱର ଉପକଣ୍ଠରେ ବନ୍ୟା କରାଇଲା ଦୟାନଦୀ: ଆପାର୍ଟମେଂଟ ଭିତରେ ବି ପଶିଲା ବନ୍ୟା ପାଣି 

395

କନକ ବ୍ୟୁରୋ: ଭୁବନେଶ୍ୱର ସହରରେ ରହିବାର ଆଶା ନେଇ ଲକ୍ଷ ଲକ୍ଷ ଟଙ୍କା ଦେଇ ଲୋକେ ଘର କିଣି ଥିଲେ । ହେଲେ, ଦୟା ନଦୀର ଦାଉ ଓ ପ୍ରଶାସନର ଭୁଲ ନିଷ୍ପତି ଯୋଗୁଁ ସୃଷ୍ଟି ହୋଇଛି ଏମିତି ପରିସ୍ଥିତି । ଦୟା ନଦୀର ଜଳସ୍ତର ବଢ଼ିବା ପରେ ମାଡି ଆସିଛି ବନ୍ୟା ଜଳ । ରାସ୍ତା ଉପରେ ପ୍ରବାହିତ ହେଉଛି ପେଟେ ଉଚ୍ଚର ପାଣି । ଘର ଭିତରେ ବି ପାଣି ପଶି ଯାଇଛି । ଉପାୟ ନପାଇ ଘର ଭିତରେ ଫସି ରହିଛନ୍ତି ଶହ ଶହ ଲୋକେ । ଆଉ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି ।

ପାଣିରେ ତିନି ଦିନ ଫସି ରହିବା ପରେ ସେମାନଙ୍କୁ ଉଦ୍ଧାର କରାଯାଉଛି । ଅଗ୍ନିଶମବାହିନୀର କର୍ମଚାରୀମାନେ ବୋଟ୍ ସହାୟତାରେ ସେମାନଙ୍କୁ ଉଦ୍ଧାର କରୁଛନ୍ତି । ଫସିଥିବା ସାତ ଦିନର ଶିଶୁଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ । ଛୋଟ ଛୋଟ ପିଲାମାନଙ୍କୁ କାନ୍ଧରେ ବୋହି ଉଦ୍ଧାର କରିଛନ୍ତି । ଯେଉଁମାନଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଶେଷ ହୋଇଗଲାଣି ସେମାନଙ୍କୁ ପାଣି ବାହାରକୁ ଆସି ନେବାରେ ସହଯୋଗ କରୁଛନ୍ତି । ଯେଉଁମାନେ ଘର ଛାଡି ଯିବାକୁ

ଲୋଭ ଦେଖାଇ ବିଲଡର ଲୋକଙ୍କୁ ଘର ବିକ୍ରି କରି ଦେଇଛନ୍ତି । କିନ୍ତୁ ବିକ୍ରି କରିବା ପରେ ହିନସ୍ତା ହେଉଛନ୍ତି ଲୋକେ । ଏବେ ପ୍ରଶ୍ନ ଉଠୁଛି ଯେଉଁସ୍ଥାନ ଏତେ ଖାଲୁଆ ଅଂଚଳ, ଦୟା ନଦୀ ଓ ଗଂଗୁଆ ନାଳ ମିଶିବା ସ୍ଥାନ ସେହି ସ୍ଥାନରେ ଘର କରିବାକୁ ଅନୁମତି ଦେଲା କିଏ? ଲୋକଙ୍କ ଦୁର୍ଦଶା ପାଇଁ ଘର କରିବାକୁ ଅନୁମତି ଦେଇଥିବା ଅଧିକାରୀମାନଙ୍କୁ ଦାୟୀ କରାଯିବା ଉଚିତ୍ ନୁହେଁ କି?