ଆସନ୍ତାକାଲିଠୁ ବଦଳିଯାଉଛି ୫ଟି ବଡ ନିୟମ ! ରେଳ ଟିକେଟଠାରୁ ଆରମ୍ଭ କରି ମୋବାଇଲ ନମ୍ବର ପର୍ଯ୍ୟନ୍ତ ସାମିଲ, ଜାଣନ୍ତୁ ଆପଣଙ୍କ ଉପରେ କଣ ରହିଛି ଏହାର ପ୍ରଭାବ

70

ଆସନ୍ତାକାଲିଠାରୁ ବଦଳିବାକୁ ଯାଉଛି ଅନେକ ନିୟମ । ଏଥିମଧ୍ୟରୁ ଅଧିକାଂଶ ନିୟମ ଆପଣଙ୍କର ଦୈନନ୍ଦିନ ଜୀବନ ସହ ଜଡିତ ରହିଛି , ଯାହା ସିଧାସଳଖ ଆପଣଙ୍କ ଜୀବନକୁ ପ୍ରଭାବିତ କରିପାରେ । ତେବେ ଆସନ୍ତୁ ଜାଣିବା ସେହିସବୁ ନିୟମ ସଂପର୍କରେ….

• ୧ ଜୁଲାଇରୁ ରେଳମନ୍ତ୍ରାଳୟର କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ତେବେ ଆସନ୍ତାକାଲିଠାରୁ ଯାତ୍ରୀଙ୍କୁ ଆଉ ୱେଟିଂ ଟିକେଟ୍ ମିଳିବ ନାହିଁ । ଏଣିକି ଯାତ୍ରୀଙ୍କୁ କନଫର୍ମ ଟିକେଟ୍ କିମ୍ବା ଆରଏସି ହିଁ ପ୍ରଦାନ କରାଯିବ । ଅର୍ଥାତ୍ ଲୋକଙ୍କୁ ଆଉ ୱେଟିଂ ଲିଷ୍ଟରେ ରହିବାର ସମସ୍ୟାରୁ ମୁକ୍ତି ମିଳିବ ।

• ସେହିପରି ଟ୍ରେନର ତତକାଳ ଟିକେଟ କ୍ୟାନସେଲ କରିବା ଉପରେ ୫୦ ପ୍ରତିଶତ ଯାତ୍ରୀଙ୍କୁ ଫେରସ୍ତ ମିଳିବ । ଏହା ପୂୂର୍ବରୁ ତତକାଳ ଟିକେଟ କ୍ୟାନସେଲ କରିବାର ସୁବିଧା ନଥିଲା ।

• ୧ ଜୁଲାଇରୁ ମୋବାଇଲ ସିମ କିଣିବା ପାଇଁ ଆଧାର ନମ୍ବର ଦେବା ବାଧ୍ୟତାମୂଳକ ଅଟେ । ୟୁଆଇଡିଏଆଇ ତରଫରୁ ଏନେଇ ଭର୍ଚୁଆଲ ଆଇଡି ପ୍ରସ୍ତୁତ କରାଯାଇଛି । ଯାହାକି ଆଧାର ନମ୍ବର ସ୍ଥାନରେ ବ୍ୟବହାର କରାଯିବ ।

• ଯଦି ଆପଣ ୧ ଜୁଲାଇ ପରେ ମୋବାଇଲ ନମ୍ବର କିଣନ୍ତି ତେବେ ଏହା ୧୦ଟିକିଆ ପରିବର୍ତ୍ତେ ୧୩ ଟିକିଆ ହେବ । ସରକାର ଏସକ୍ରାନ୍ତ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

• ୧ ଜୁଲାଇରୁ ଚାଲୁ ଖାତାରେ ଜମା ରକମ ଉପରେ ଏବେ ସାଢେ ୩ ପ୍ରତିଶତ ସୁଧ ବାର୍ଷିକ ଦରରେ ମିଳିବ । ପୂର୍ବରୁ ୪ ପ୍ରତିଶତ ଦରରେ ମିଳୁଥିଲା ।

• ଜୁଲାଇ ପହିଲାରୁ କୌଣସି ବି ବ୍ୟକ୍ତି ଯଦି କୌଣସି ଭାରୀ ଜାନ କିମ୍ବା ଯାତ୍ରୀବାହୀ ଗାଡିର ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହିଁବେ ତେବେ ତାଙ୍କୁ ଫର୍ମ ୫ଏ ରେ ଡିଏଲ ସାର୍ଟିଫିକେଟ୍ ଦେବାକୁ ହେବ । ଏହି ଡିଏଲ ସାର୍ଟିଫିକେଟ୍ କୌଣସି ଡ୍ରାଇଭିଂ ସଂସ୍ଥାରୁ ଏକ ଦିବସୀୟ ପ୍ରାପ୍ତ କରିବା ପରେ ହିଁ ମିଳିବ ।

• ଯେଉଁମାନେ ପାନ କାର୍ଡକୁ ଆଧାର ସହ ଲିଙ୍କ କରିନଥିବେ କିମ୍ବା ତାଙ୍କ ନିକଟରେ ଏକାଧିକ ପାନ କାର୍ଡ ରହିଛି ତେବେ ତାହା ଆସନ୍ତାକାଲିଠୁ ରଦ୍ଦ ହୋଇଯିବ ।

• ସେହିପରି ୧ ଜୁଲାଇରୁ ମାରୁତିର ସମସ୍ତ କାର ମହଙ୍ଗା ହୋଇଯିବ ।