ଦାଢିଆ ମହିଳାଙ୍କ ବିଶ୍ୱ ରେକର୍ଡ : ଅଜବ ନୁହେଁ ସତ

26

03ଇଣ୍ଡିଆନ ଅରିଜିନ୍- ଇଂଲଣ୍ଡର ମହିଳା ହରନାମ କୈାରଙ୍କୁ ବିଶ୍ୱର ଦାଢି ଥିବା ମହିଳା ଭାବେ ଗିନିସ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡସରେ ସ୍ଥାନ ଦିଆଯାଇଛି । କମ୍ ବୟସରେ ଏହି ଟାଇଟଲ ହାସଲ କରିବାରେ ହରନାମ ହେଉଛନ୍ତି ପ୍ରଥମ ମହିଳା । ହରନାମଙ୍କ ବୟସ ଏବେ ୨୪ ବର୍ଷ ଏବଂ ତାଙ୍କ ଦାଢସ ପ୍ରାୟ ୬ ଇଂଚ ଲମ୍ବ ।

କୁହାଯାଏ ମଣିଷ ଆଖିରେ ଯେଉଁଟା ସମସ୍ୟା ଓ ଦୁଃଖଦ ଘଟଣାତାହା ବେଳେ ବେଳେ ଭଗବାନଙ୍କ ବରଦାନ ସାବ୍ୟସ୍ତ ହୋଇଥାଏ । ହରନାମଙ୍କ କ୍ଷେତ୍ରରେ ସେୟା ହିଁ ଘଟିଛି । ପିଲାବେଳୁ ତାଙ୍କ ଶରୀରରେ ପଲିସିଷ୍ଟିକ୍ ଓଭାରୀ ସିଣ୍ଡ୍ରୋମ୍ ଭଳି ଅଧିକ ହରମୋନ ସୃଷ୍ଟି ସମସ୍ୟା ଦେଖାଦେଇଥିଲା। ଯଦ୍ୱାରା ଶରୀରରେ ଅଧିକ କେଶ ବୃର୍ଦ୍ଧି ଘଟିବାକୁ ଲାଗିଲା । ଧିରେ ଧିରେ ବୟସ ବଢିବା ସହ ତାଙ୍କ ମୁହଁ ,ହାତ ଓ ଛାତିରେ କେଶ ଉଠିବାକୁ ଲାଗିଲା ।

02ହରନାମ ଅନେକ ଦିନ ଧରି ବ୍ରିଟିଶ ମିଡିଆରେ ଛାଇ ରହିଛନ୍ତି । ୨୦୧୬ ମାର୍ଚ୍ଚ ମାସରେ ଲଂଣ୍ଡନ ଫ୍ୟାସନ ୱିକରେ ଚାଲିବାରେ ହରନାମ ପ୍ରଥମ ଦାଢିବାଲି ମହିଳାର ଗୈାରବ ଅର୍ଜନ କରିଛନ୍ତି ।

04ଗିନିସ୍ ବୁକରେ ପ୍ରଥମ ଥର ପାଇଁ ହରନାମ ଜଣେ ଦାଢିଆ ମହିଳା ଭାବେ ସ୍ଥାନ ପାଇଛନ୍ତି । ଗିନିସ ୱର୍ଲ୍ଡ ରେକର୍ଡସ ନିଜର ୬୨ତମ ସଂସ୍କରଣ ପ୍ରକାଶ କରିଛି । ଏହିଥର ପୂରା ବିଶ୍ୱର ୪ହଜାରରୁ ଅଧିକ ଅଦଭୂତ ରେକର୍ଡସ ସବୁକୁ ଏହି ସଂସ୍କରଣରେ ସ୍ଥାନ ଦିଆଯାଇଛି । କିନ୍ତୁ ସବୁଠୁ ନିଆରା ରେକର୍ଡ ସୃଷ୍ଟି କରିଛନ୍ତି ଦାଢି-ମୁଛ ଥିବା ମହିଳା ହରନାମ କୈାର ।

ଆଜି ହରନାମ ତାଙ୍କର ଏହି ଗିନିସ ରେକର୍ଡରେ ଖୁବ୍ ଖୁସି ବୋଲି କୁହନ୍ତି ଏବଂ ଏବେ ସେ ଗର୍ବର ସହ କହିବେ ଯେ ସେ ଗିନିସ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡ ଧାରୀ ।