ଜିଓର ସିକ୍ରେଟ୍ ନମ୍ବର । ଅସୁବିଧା ସମୟରେ ବି ଆପଣଙ୍କ କାମରେ ଆସିପାରେ
ଜିଓ ୟୁଜର୍ସଙ୍କ ପାଇଁ ଦୁଇଟି ସିକ୍ରେଟ୍ କୋଡ ସଂପର୍କରେ ଆଜି ଆମେ ଆଲୋଚନା କରିବାକୁ ଯାଉଛୁ । ଯଦି ଆପଣ ମଧ୍ୟ ଜିଓ ନମ୍ବର ବ୍ୟବହାର କରୁଛନ୍ତି ତେବେ ଏହି ସିକ୍ରେଟ କୋଡ ଆପଣଙ୍କ କାମରେ ନିଶ୍ଚୟ ଆସିବ । କାରଣ ଅଧିକାଂଶ ସମୟରେ ଆପଣ ବାହାରକୁ ଯାଉଥିବେ ଆଉ ଏଭଳି ବି ହୋଇଥାଏ କି ଆପଣ ଯାଇଥିବା ସ୍ଥାନରେ ଜିଓର ନେଟୱର୍କ ମିଳିବା ବହୁତ କଷ୍ଟକର ହୋଇପଡେ । ଖାଲି ଏତିକି ନୁହେଁ ଅନେକବାର ଏଭଳି ବି ହୋଇଥାଏ କି ଆପଣଙ୍କର ଫୋନର ବ୍ୟାଟେରୀ ଅଧାରେ ହିଁ ସରିଯିବ ହେଲେ ପାଖରେ ଅନ୍ୟ ଫୋନ ଥାଇ ବି ଆପଣ ସେଥିରେ ଜିଓ ନମ୍ବର ବ୍ୟବହାର କରିପାରୁନଥିବେ । ତେବେ ଏଭଳି ପରିସ୍ଥିତିରେ ଆପଣ ଆପଣଙ୍କର ଜିଓ ନମ୍ବରରେ ଆସୁଥିବା ସମସ୍ତ କଲ ଆପଣଙ୍କର ଅନ୍ୟ ନମ୍ବରରେ ବି ଡାଇଭଟ କରିପାରିବେ । ଆଜ୍ଞା ହଁ । ଏହା ସଂପୂର୍ଣ୍ଣ ସମ୍ଭବ ଅଟେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଜିଓର ଦୁଇଟି ସିକ୍ରେଟ କୋଡ ରହିଛି ଯାହା କି କେବଳ ଜିଓ ନମ୍ବରରେ ହିଁ କାମ କରିଥାଏ । ଜିଓର ଏହି ଦୁଇ ସିକ୍ରେଟ୍ କୋଡ ମଧ୍ୟରୁ ଗୋଟିଏ ହେଲା *409* । ସର୍ବ ପ୍ରଥମେ ଆପଣ ଫୋନ କଲ ମେନ୍ୟୁକୁ ଆସନ୍ତୁ । ଏଠାରେ ସର୍ବପ୍ରଥମେ *409* ଲେଖନ୍ତୁ , ଏହାପରେ ଏଠାରେ ଆପଣ ସେହି ନମ୍ବରକୁ ଏଂଟର କରନ୍ତୁ ଯାହା ଉପରେ ଆପଣ ଆପଣଙ୍କର ନମ୍ବରର କଲ ଡାଇଭଟ କରିବାକୁ ଚାହୁଁଛନ୍ତି । ଯେପରି ଯଦି ଆପଣଙ୍କର ଜିଓ ନମ୍ବର ୮୮୮୮୮୮୮୮୮୮ ରହିଛି । ଆପଣ ଏହି ନମ୍ବରର କଲ ୯୯୯୯୯୯୯୯୯୯ ନମ୍ବରରେ ଡାଇଭଟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଏଥିପାଇଁ ଆପଣଙ୍କର ଜିଓ ନମ୍ବରରୁ *409*୯୯୯୯୯୯୯୯୯୯ ନମ୍ବର ଡାଏଲ କରିବାକୁ ପଡିବ । ଏହାପରେ କଲ କରନ୍ତୁ । ଏହା ପଛରେ # ଡାଏଲ କରିବାକୁ ପଡିବ ନାହିଁ । ତେବେ ଯେମିତି ହିଁ ଆପଣ କଲ କରିବେ ସେମିତି ହିଁ ଅନ୍ୟ ପଟରେ କମ୍ପ୍ୟୁଟର ଶଦ୍ଦ ଶୁଣାଯିବ । ଆଉ କହିବ କି କୌଣସି ଅସୁବିଧା କାରଣରୁ ଆପଣଙ୍କର କଲ ଫରୱାର୍ଡିଂରେ ରହିଛି । ଅର୍ଥାତ୍ ଏବେ ଆପଣଙ୍କର ଜିଓ ନମ୍ବରରେ ଆସୁଥିବା କଲ ଆପଣଙ୍କର ଅନ୍ୟ ଫୋନକୁ ଚାଲି ଆସିବ ।
ଏବେ କଲ ଫରୱାର୍ଡଂ ତ ଆକ୍ଟିଭେଟ ହୋଇଗଲା ମାତ୍ର ଏହାକୁ ହଟାଇବାକୁ ମଧ୍ୟ ପଡିବ । ଏହାର ପ୍ରୋସେସ୍ ମଧ୍ୟ ପାଖାପାଖି ସମାନ ରହିଛି । ଏଥିପାଇଁ ଆପଣଙ୍କର ଫୋନରୁ *410 ଡାଏଲ କରିବାକୁ ହେବ । ଏହା ପଛରେ ବି # ଲଗାଇବାକୁ ପଡିବନାହିଁ । ଏହାକୁ ଡାଏଲ କରିବା କ୍ଷଣି ହିଁ କମ୍ପ୍ୟୁଟର କହିବ କି ମୋବାଇଲ ବନ୍ଦ କିମ୍ବା ଅପହଂଚ ସ୍ଥିତିରେ ହୋଇଥିବା କଲ ଫରୱାର୍ଡିଂକୁ ବନ୍ଦ କରିଦିଆଯାଇଛି । ଆର୍ଥାତ୍ ଏବେ ଆପଣଙ୍କର ଜିଓ ନମ୍ବରରେ ଆସୁଥିବା ସମସ୍ତ କଲ ଜିଓ ନମ୍ବରରେ ହିଁ ଆସିବ । ଅନ୍ୟ ନମ୍ବରରେ ଆଉ ଆସିବ ନାହିଁ ।