ନିର୍ଭୟାଙ୍କ ଶେଷ ଚିଠି: ସହି ହେଉନି ଏତେ ଯନ୍ତ୍ରଣା । ମା’ ମୋତେ ଟିକିଏ ଶୋଇବାକୁ ଦିଅ…….

65

ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ । ଯାହା ଥରାଇ ଦେଇଥିଲା ଭାରତ ସମେତ ସାରା ବିଶ୍ୱକୁ । ଦୁଷ୍କର୍ମକାରୀଙ୍କ ପଶୁତ୍ୱର ନଗ୍ନ ପ୍ରତିଛବି ଦେଖିବାକୁ ମିଳିଥିଲା ଏ ଘଟଣାରୁ । ଏହି ମାମଲାରେ ଫାଶୀ ଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ଆବେଦନ ଉପରେ ଆଜି ମାନ୍ୟବର ସୁପ୍ରିମକୋର୍ଟ ନିଷ୍ପତି ଶୁଣାଇବେ । ଏହି ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ସାରା ଦେଶକୁ ଦୋହଲାଇ ଦେଇଥିଲା । ଯାହାକି ଦେଶର ସାମାଜିକ, ରାଜନୈତିକ ଏବଂ ଆଇନ କ୍ଷେତ୍ରରେ ସୃଷ୍ଟି କରିଦେଇଥିଲା ଏକ ବହୁତ ଆନ୍ଦୋଳନ । ଗୋଟିଏ ପଟେ ନିର୍ଭୟା ଦୀର୍ଘଦିନ ଧରି ମେଡିକାଲ ବେଡରେ ପଡି ରହି ଜୀବନ-ମରଣ ସହିତ ସଗ୍ରାମ କରୁଥିଲା ବେଳେ ଅନ୍ୟପଟେ ସାରା ଦେଶ ତାଙ୍କର ଆରୋଗ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଥିଲା । ହେଲେ ଏହି ସମୟରେ ନିର୍ଭୟାଙ୍କ ମନରେ ଅନ୍ୟ କିଛି ହିଁ ଚାଲୁଥିଲା । ନିର୍ଭୟା ମରିବା ପୂର୍ବରୁ ନିଜ ମାଆଙ୍କ ନାଁରେ କିଛି ଚିଠି ଛାଡି ଯାଇଥିଲେ । ଯାହା ଗଣମାଧ୍ୟମ ରିପୋର୍ଟରେ ସାମ୍ନାକୁ ଆସିଛି । ତେବେ ଜାଣନ୍ତୁ କଣ ଚାଲୁଥିଲା ସେହି କଠୋର ମୁହୂର୍ତ୍ତପରେ ନିର୍ଭୟାଙ୍କ ମନରେ….

ପ୍ରଥମ ଚିଠି

୧୯ ଡିସେମ୍ବର ୨୦୧୨ରେ ନିର୍ଭୟା ନିଜ ମା’ଙ୍କ ପାଇଁ ପ୍ରଥମ ଚିଠି ଲେଖିଥିଲେ । ସେ ମା’ଙ୍କୁ ନିଜ କଷ୍ଟ ତଥା ଯନ୍ତ୍ରଣା ସଂପର୍କରେ ଜଣାଇବାକୁ ଚାହୁଥିଲେ । ସେ ଲେଖିଥିଲେ କି ମା’ ମୋତେ ବହୁତ ଯନ୍ତ୍ରଣା ହେଉଛିା ଏହି ଯନ୍ତ୍ରଣାକୁ ମୁଁ ସହ୍ୟ କରିପାରୁ ନାହିଁ । ମୋର ପିଲାବେଳୁ ଡାକ୍ତର ହେବାର ବହୁତ ଇଚ୍ଛା ଥିଲା, ଯାହାଦ୍ୱାରା କି ମୁଁ ଲୋକମାନଙ୍କର କଷ୍ଟ, ଯନ୍ତ୍ରଣାକୁ ଦୂର କରିପାରିବି । କିନ୍ତୁ ମୁଁ ଜାଣି ନଥିଲି କି ଏଭଳି ଯନ୍ତ୍ରଣା ଦିନେ ମୋତେ ବି ସହିବାକୁ ପଡିବ । ଡାକ୍ତରମାନଙ୍କର ଔଷଧ ବି ମୋର ଏହି ଯନ୍ତ୍ରଣାକୁ ଲାଘବ କରୁପାରୁ ନାହିଁ । ମୁଁ ଏହି ଯନ୍ତ୍ରଣା ଏବଂ କଷ୍ଟକୁ ଆଉ ସହି ପାରୁ ନାହିଁ ।

ଦ୍ୱିତୀୟ ଚିଠି

ନିର୍ଭୟା ଦ୍ୱିତୀୟ ଚିଠି ୨୧ ଡିସେମ୍ବର ୨୦୧୨ରେ ଲେଖିଥିଲେ । ନିର୍ଭୟା ନିଜ ମା’ଙ୍କୁ ଲେଖିଥିଲେ କି, ମା’ ଯନ୍ତ୍ରଣା କାରଣରୁ ମୁଁ ଠିକ୍ ଭାରେ ନିଶ୍ୱାସ ନେଇପାରୁନି । ନିଶ୍ୱାସପ୍ରଶ୍ୱାସ ନେବାରେ ମୋତେ ବହୁତ କଷ୍ଟ ହେଉଛି । ଡାକ୍ତରଙ୍କୁ କୁହନ୍ତୁ କି ସେ ମୋତେ ଆଉ ନିଦ ଔଷଧ ନଦେବାକୁ । କାରଣ ମୁଁ ଶୋଇପଡିଲେ ସତେ ଯେପରି କେହି ମୋ ଶରୀରକୁ ଆମ୍ପୁଡି ଦେଉଛି । ମୁଁ ତ ଅଚେତ୍ ଥାଏ, ଶୋଇବା ଦ୍ୱାରା ମୁଁ ଆଉ କଣ ଜାଣିପାରିବି । ମୋର ଚାରିପାଖରେ ଥିବା ଆଇନାକୁ ଭାଙ୍ଗି ଦିଅ ମା’ । ଝରକାର କାଚକୁ ବି ଭାଙ୍ଗି ଦିଅ । ମୁଁ ନିଜ ଚେହେରା ଆଉ ଦେଖିବାକୁ ଚାହୁଁନି ।

ତୃତୀୟ ଚିଠି

ନିର୍ଭୟା ୨୨ ଡିସେମ୍ବର ୨୦୧୨କୁ ନିଜ ମା’ଙ୍କୁ ତୃତୀୟ ଚିଠି ଲେଖିଥିଲେ ଏବଂ କହିଥିଲେ କି ମା’ ମୁଁ ଗାଧୋଇବାକୁ ଚାହୁଁଛି । ମୋର ଶରୀରରେ ସେ ପଶୁମାନଙ୍କର ଦୁର୍ଗନ୍ଧ ଆସୁଛି । ଏହାଦ୍ୱାରା ମୋତେ ମୋ ଶରୀର ପ୍ରତି ଘୃଣାଭାବ ସୃଷ୍ଟି ହେଉଛି । ମୋତେ ଛାଡି ଯାଆନି ମା’ । ଏକୁଟିଆ ମୋର ବହୁତ ଡର ଲାଗୁଛି ।

ଚତୁର୍ଥ ଚିଠି

ନିର୍ଭୟା ୨୩ ଡିସେମ୍ବର ୨୦୧୨ରେ ନିଜ ମା’ଙ୍କୁ ଚତୁର୍ଥ ଚିଠି ଲେଖିଥିଲେ । ଏଥିରେ ନିର୍ଭୟା ପ୍ରଶ୍ନ କରିଥିଲେ କି ମା’ ବାପା କେଉଁଠି ଅଛନ୍ତି? ସେ ମୋତେ ଦେଖା କରିବାକୁ କାହିଁକି ଆସୁନାହାଁନ୍ତି ? ବାପାଙ୍କୁ କହିବେ କି ସେ ମୋ ପାଇଁ ଆଦୌ ମନ ଦୁଃଖ କରିବେ ନାହିଁ ।

ପଂଚମ ଚିଠି

ନିର୍ଭୟା ନିଜର ପଂଚମ ଚିଠି ୨୫ ଡିସେମ୍ବର ୨୦୧୨ରେ ଲେଖିଥିଲେ । ଏଥିରେ ସେ ଲେଖିଥିଲେ କି ମା’ ସେହି ପଶୁମାନଙ୍କୁ କେବେ ଛାଡିବ ନାହିଁ । କାହାକୁ ବି କ୍ଷମା ଦେବନି । ଏଥିସହିତ ନିର୍ଭୟା ତାଙ୍କ ବନ୍ଧୁଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ପଚାରିଥିଲେ ।

ଶେଷ ଚିଠି

ନିର୍ଭୟା ନିଜ ଶେଷ ଚିଠି ୨୬ ଡିସେମ୍ବର ୨୦୧୨ରେ ଲେଖିଥିଲେ । ସେ ଲେଖିଥିଲେ କି ମା’ ମୁଁ ଏହି ଯନ୍ତ୍ରଣା ଆଉ ଜମା ସହି ପାରୁନି । ଯନ୍ତ୍ରଣା ସହି ସହି ଥକି ଗଲିଣି । ମା’ ମୋତେ ବହୁତ କଷ୍ଟ ହେଉଛି । ଡାକ୍ତରଙ୍କୁ କହି ମୋତେ ଔଷଧ ଆଣିଦିଅ । ମୁଁ ଶୋଇବାକୁ ଚାହୁଁଛି । ମୁଁ ଏବେ ବହୁତ ଥକି ଗଲିଣି । ମୁଁ ଶୋଇବାକୁ ଚାହୁଁଛି । ମା’ ହବ ଯଦି ମୋତେ କ୍ଷମା କରିଦେବୁ । ଏହାପରେ ନିର୍ଭୟା କୋମାକୁ ଚାଲି ଯାଇଥିଲେ ଏବଂ ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନଙ୍କର ସବୁଚେଷ୍ଟା ବିଫଳ ହୋଇଥିଲା ।

ଉଲ୍ଲେଖ ଥାଉ କି, ଡିସେମ୍ବର ୧୬ ୨୦୧୨ରେ ଦିଲ୍ଲୀରେ ହୋଇଥିଲା ନିର୍ଭୟା କାଣ୍ଡ । ବସରେ ପୀଡିତାଙ୍କୁ ଗଣଦୁଷ୍କର୍ମ ହୋଇଥିଲା । ଏହି ସମୟରେ ପୀଡିତାଙ୍କ ପୁରୁଷ ବନ୍ଧୁ ଥିଲେ । ଚଳନ୍ତା ବସରେ ୬ ଜଣ ଏହି ଗଣଦୁଷ୍କର୍ମ କରିଥିଲେ । ଗାଡି ଚଳାଉଥିଲେ ରାମ ସିଂହ । ଏପରିକି ନିର୍ଭୟାଙ୍କୁ ଗାଡି ଚଢାଇ ମାରିବାକୁ ଉଦ୍ୟମ ହୋଇଥିଲା । କିନ୍ତୁ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଉଦ୍ଧାର କରିଥିଲେ । ନିର୍ଭୟାଙ୍କୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ପୀଡତାଙ୍କୁ ସିଙ୍ଗାପୁର ନିଆଯାଇଥିବାବେଳେ ସେଠାରେ ସେ ପ୍ରାଣ ହରାଇଥିଲେ । ସିସିଟିଭି ଓ ପାରିପାଶ୍ୱର୍ିକ ସ୍ଥିତି ଆଧାରରେ ବସ ଜବତ ହୋଇଥିଲା । ନିର୍ଭୟାଙ୍କଠାରୁ ଲୁଟ ହୋଇଥବା ମୋବାଇଲ ଫୋନର ଲୋକେଶନ ଆଧାରରେ ଅପରାଧୀଙ୍କ ପତା ମିଳିଥିଲା । ରାମ ସିଂ ଓ ମୁକେଶକୁ ରାଜସ୍ଥାନରୁ ଧରାଯାଇଥିଲା । ବିନୟ ଓ ପବନ ଦିଲ୍ଲୀରୁ ଗିରଫ ହୋଇଥିଲେ । ନାବାଳକ ଅଭିଯୁକ୍ତକୁ ଦିଲ୍ଲୀ ଆନନ୍ଦ ବିହାର ଆଡ୍ଡାରୁ ଗିରଫ କରାଯାଇଥିଲା । ଆଉ ଜଣେ ଅଭିଯୁକ୍ତ ଅକ୍ଷୟର ଗିରଫଦାରୀ ବିହାରରୁ ହୋଇଥିଲା । ନିର୍ଭୟାକାଣ୍ଡକୁ ନେଇ ଦେଶବ୍ୟ।।ପୀ ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା । ଗୁରୁତର ପୀଡିତା ପରେ ପ୍ରାଣ ହରାଇଥିଲେ । ହାଇକୋର୍ଟ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଥିଲେ । ପରେ ସୁପ୍ରିମକୋର୍ଟ ଏହି ଫାଶୀଦଣ୍ଡାଦେଶକୁ କାଏମ ରଖିଥିଲେ । ଏହା ବିରୋଧରେ ଦୋଷୀ ପବନ, ବିନୟ ଓ ମୁକେଶ ପୁନଃବିଚାର ଆବେଦନ କରିଥିଲେ । ଆଉ ଏହାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ମାମଲା ଚାଲିଥିବା ସମୟରେ ଆଉ ଜଣେ ଅଭିଯୁକ୍ତ ରାମ ସିଂ ପ୍ରାଣ ହରାଇଥିଲା ।