ଅଚଳ ନୋଟର ଚଢାଉ : ଗୁପ୍ତ ଗାଧୁଆ ଘରୁ ଜବତ ୫.୭ କୋଟିର ନୂଆ ନୋଟ୍

33

ବିମୁଦ୍ରାକରଣର ପ୍ରଭାବରେ ସାଇତି ରଖିଥିବା କଳାଟଙ୍କାକୁ ରଖିବା ନେଇ ଲୋକଙ୍କର ବୁଦ୍ଧିବଣା । କିଏ ନୋଟ ବିଡାକୁ ନାଳରେ ଫୋପାଡି ଦେଉଛିତ କିଏ ଜାଳି ଦେଉଛି । ଏମିତି ସ୍ଥିତି ଦେଖିବାକୁ ମିଳୁଛି । ବିମୁଦ୍ରାକରଣକୁ ଇତିମଧ୍ୟରେ ମାସେ ପୂରିଥିବା ବେଳେ ବିଭିନ୍ନ ସ୍ଥାନରେ ଆୟକର ଚଢାଉ ଜୋରଦାର୍ ହେବାରେ ଲାଗିଛି । ଏମିତି ଏକ ଚଢାଉ କର୍ଣ୍ଣାଟକରେ ହୋଇଛି । ଏକ ଗୁପ୍ତ ଗାଧୁଆ ଘରୁ ଜବତ ହୋଇଛି ୫.୭ କୋଟି ଟଙ୍କା ଓ ୩୨ କେଜି ସୁନା ।

ଆୟକର ଅଧିକାରୀମାନେ କର୍ଣ୍ଣାଟକର ଚଲାକେରେଠାରେ ଜଣେ ହାଓଲା ଅପରେଟରଙ୍କ ଗୁପ୍ତ ଗାଧୁଆଘରୁ ୫.୭ କୋଟି ଟଙ୍କାର ନୂଆ ନୋଟ୍ , ୩୨ କିଲୋଗ୍ରାମ୍ ସୁନା ଓ ୯୦ ଲକ୍ଷର ପୁରୁଣା ନୋଟ ଜବତ କରିଛନ୍ତି । ଗୋଇନ୍ଦା ଏଜେନ୍ସିଗୁଡିକ ନିକଟରୁ ସୂଚନା ପାଇ ଅଧିକାରୀମାନେ ଏହି ଚଢାଉ କରିଥିବା ଜଣାପଡିଛି ।

ଗତ ସସ୍ତାହରେ ଆୟକର ଅଧିକାରୀମାନେ ଚେନ୍ନାଇର ୩ଜଣ ବ୍ୟବସାୟୀଙ୍କ ବାସଭବନ ଉପରେ ଚଢାଉ କରିଥିଲେ । ସେମାନଙ୍କ ନିକଟରୁ ୧୪୨ କୋଟିର ନଗଦ ଟଙ୍କା ଓ ସୁନା ଜବତ କରାଯାଇଥିଲା ।

ଏହା ସହ ଦେଖନ୍ତୁ ଏହି ଭିଡିଓ –