ବିଶ୍ୱର ଏହି ୬ଟି ସ୍ଥାନକୁ ପ୍ରବେଶ ନିଷେଧ ! ଏହି ସ୍ଥାନକୁ ଗଲେ ବିପଦ ଅଛି

45

ଏମିତି ତ ସମସ୍ତେ ନୂଆ ନୂଆ ସ୍ଥାନ ବୁଲିବାକୁ ଭାରି ପସନ୍ଦ କରନ୍ତି । ହେଲେ ଅନେକ ଅଛନ୍ତି ଖୁବ୍ ଭ୍ରମଣ ପ୍ରିୟ । ନୂଆ ନୂଆ ଦେଶ ବି ସେମାନେ ବୁଲିଥା’ନ୍ତି । ଏମିତି ସ୍ଥାନ ବିଶ୍ୱରେ ଅଛି ଯେଉଁସବୁ ସ୍ଥାନକୁ ଯିବାକୁ ବାରଣ ହୋଇଯାଏ । କିଛି ବିଶେଷଜ୍ଞ ଓ ଅଧିକାରୀ କେବଳ ସେହି ସ୍ଥାନକୁ ଯାଇପାରିବେ । ସେଠାକୁ ଗଲେ ମଧ୍ୟ ବିପଦ ରହିଛି । ଦୁନିଆର ଏହି ୬ଟି ସ୍ଥାନକୁ ସାଧାରଣ ଲୋକ ଯିବାକୁ ନିଷେଧ କରାଯାଇଛି । ଆସନ୍ତୁ ଜାଣିବା ସେ ସ୍ଥାନ ଗୁଡିକ ବିଷୟରେ ।

୧ – ଭାଟିକାନ୍ ସିକ୍ରେଟ୍ ଆର୍କାଇଭ୍, ରୋମ୍ – ଭାଟିକାନ୍ ସହରରେ ଏହି ଆକ୍ରାଇଭ୍ ହାଉସ୍ କୁ କାନ୍ଥରେ ସମାଧି ଦିଆଯାଇଛି । ଏଥିରେ ଅନେକ ଐତିହାସିକ ଓ ମହତ୍ୱପୂର୍ଣ୍ଣ ତଥ୍ୟ ସବୁ ସାଇତା ରହିଛି । ଏହି ଆର୍କାଇଭ୍ ରୋମର ଅଫିସିଆଲ୍ ସଂପତ୍ତ ଅଟେ । ଏଣୁ ଏଠାକୁ ଯିବାକୁ ନିଷେଧ କରାଯାଇଛି । ମୂଲ୍ୟବାନ ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ସମସ୍ତେ ଏଠାକୁ ଯିବାକୁ ବାରଣ ହୋଇଛି ।

୨ – ଇସା ଶ୍ରାଇନ୍ , ଜାପାନ – ଏଠାରେ ଶ୍ରାଇନ୍ ଦେବୀ ଅମାତେରସୁ-ଓମିକାମୀଙ୍କୁ ସମର୍ପିତ ଅଟେ । ବିଶ୍ୱାସ କରାଯାଏ ଏହି ଶ୍ରାଇନକୁ ତୃତୀୟ ଶତାଦ୍ଦୀରେ ତିଆରି କରାଯାଇଥିଲା । ଏହାର କୋଠା ପୁରା ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ । ଏଣୁ ଏଠାକୁ ଗଲେ ବିପଦ ରହିଛି । କେତେ ବେଳେ ଏହା ଭୁଷୁଡି ପଡିବ କିଏ କହିବ ।
୩- କୋକା କୋଲା ଭାଲତୁ, ଜର୍ଜିଆ – ଆଟଲାଣ୍ଟାର ସନ ଟ୍ରଷ୍ଟ ବ୍ୟାଙ୍କରେ କୋଲା ଡ୍ରିଙ୍କ ତିଆରି ଫର୍ମୁଲା ବହୁତ ଅଧିକ ସୁରକ୍ଷା ବଳୟରେ ରଖାଯାଇଛି । ଏହା ୧୯୨୫ ମସିହା ଠାରୁ ସୁରକ୍ଷିତ ରହିଛି । ଏହି ଫର୍ମୁଲାକୁ ରଖିବା ପାଇଁ ପୁରା ଲକର ରୁମ୍ ନିଆଯାଇଛି । ଯେଉଁଠି କେବଳ କିଛି ଖାସ୍ ଲୋକଙ୍କ ଯିବାକୁ ଅନୁମତି ରହିଛି ।

୪ – ସ୍ୱାଲବାର୍ଡ ଗ୍ଲୋବାଲ ସିଡ୍ ,ନରୱେ – ଏହି ବ୍ୟାଙ୍କରେ ୪ହଜାର ବିଭିନ୍ନ ପ୍ରଜାତିର ମଂଜିର ୮,୪୦,୦୦୦ ସ୍ପେଶାଲ ରଖାଯାଇଛି । ଏହି ବ୍ୟାଙ୍କ ପାହାଡକୁ କାଟି ତିଆରି ହୋଇଛି । ଏମିତି ତିଆରି କରିବାର ଉଦ୍ଦେଶ୍ୟ କୈାଣସି ଭୈାଗୋଳିକ ବିପଦ ବା ଯୁଦ୍ଧ ପରିସ୍ଥିତି ରେ ଏହି ମୂଲ୍ୟବାନ ମଂଜିକୁ ସୁରକ୍ଷା କରାଯାଇପାରିବ । ଏଣୁ ଏହି ସ୍ଥାନକୁ ସାଧାରଣରେ ପ୍ରବେଶ ନିଷେଦ କରାଯାଇଛି ।

୫ – ନର୍ଥ ସେଣ୍ଟିନଲ ଆଇଲ୍ୟାଣ୍ଡ, ଭାରତ – ପ୍ରଶାନ୍ତ ମହାସାଗରର ନର୍ଥ ସେଣ୍ଟିନଲ ଆଇଲ୍ୟାଣ୍ଡରେ ଏକ ଏମିତି ରହସ୍ୟମୟ ଆଦିମ ଜନଜାତି ରୁହନ୍ତି ,ଯାହାଙ୍କର ଏହି ଆଧୁନିକ ଯୁଗର ଲୋକଙ୍କ ସହ କୈାଣସି ସଂପର୍କ ନାହିଁ । ସେମାନେ ବାହାର ଲୋକଙ୍କ ସହ କୈାଣସି ସଂପର୍କ ରଖନ୍ତି ନାହିଁ କି ନିଜ ସହ ସଂପର୍କ ଯୋଡିବାକୁ ଚେଷ୍ଟା କରନ୍ତି ନାହିଁ । ଏଣୁ ସେଠାକୁ ଯିବା ବିପଦପୂର୍ଣ୍ଣ ଥାଏ ।

୬ – ସ୍ନେକ ଆଇଲ୍ୟାଣ୍ଡ,ବ୍ରାଜିଲ୍ – ବ୍ରାଜିଲର ଏହି ଛୋଟ ଆଇଲ୍ୟାଣ୍ଡଟିରେ ପାଖାପାଖି ୨୦ଲକ୍ଷ ସାପର ଘର । ଏଠାରେ ବିଷଧର ଗୋଲଡେନ୍ ପିଟ୍ ଭାଇପର ସାପର ହୁକୁମ ଚାଲେ । ଏଠାରେ କେବଳ ବ୍ରାଜିଲର କିଛି ନେଭି ନେଭି ଅଫିସର ଓ ଗବେଷକ ଯାଇଛନ୍ତି ।

(ସୈାଜନ୍ୟ-ନବଭାରତ ଟାଇମ୍ସ)