ଗୁଜୁରାଟରେ ଗାଈ ସହ ସେଲଫି ! ନବରାତ୍ରିରେ କଣ୍ଡୋମ କଂପାନୀଙ୍କ ସେକ୍ସ ବିଜ୍ଞାପନ ବେଳେ ସରକାର ପ୍ରଚାର କଲେ ଗୋସେବା

159

ଗୁଜୁରାଟ : ଗୁରୁବାର(୨୧ ସେପ୍ଟେମ୍ବର ) ଶାରଦୀୟ ନବରାତ୍ରୀର ପ୍ରଥମ ଦିନ ଥିଲା । ଦେଶର ଅନ୍ୟ ଅଂଚଳ ଠାରୁ ଖୁବ୍ ଅଲଗା ଗୁଜୁରାଟରେ ନବରାତ୍ରିର ଅବସରରେ ୯ଦିନ ଯାଏ ଦେବୀ ପୂଜା ଓ ଗରବାର ଆୟୋଜନ ହୋଇଥାଏ । କିନ୍ତୁ ଏହି ନବରାତ୍ରିରେ ଗୁgarbaଜୁରାଟ ସରକାରଙ୍କର ଏକ ଖାସ୍ ବିଷୟ ଏବେ ଚର୍ଚ୍ଚାର ଖୋରାକ୍ ଯୋଗାଇଛି । ଭାଇବ୍ରାଣ୍ଟ ନବରାତ୍ରି ମହୋତ୍ସବରେ ଲାଗିଥିବା କଳା ଏବଂ ହସ୍ତଶିଳ୍ପ ପ୍ରଦର୍ଶନରେ ‘ ସେଲଫି ୱିଥ୍ ସରସ୍ୱତୀ’ ସମସ୍ତଙ୍କର ଧ୍ୟାନ ଆକର୍ଷଣ କରୁଛି । ରାଜ୍ୟର ଚର୍ଚ୍ଚିତ ଗୋଭକ୍ତ ବିଜୟ ପ୍ରସନ୍ନାଙ୍କ ଗାଈର ଚାରି ମାସର ବାଛୁରୀ ସରସ୍ୱତୀ ଅଟେ । ପ୍ରଦର୍ଶନୀରେ ସରସ୍ୱତୀକୁ ଚାନ୍ଦିର ଘୁଂଗୁର ଓ ଘଂଟି ପିନ୍ଧାଇ ଷ୍ଟଲ ନଂ ୭୫ର ମଂଚରେ ରଖାଯାଇଛି । ରାଜ୍ୟର ଗୋ-ସେବା ବୋର୍ଡ ଲୋକଙ୍କୁ ସରସ୍ୱତୀଙ୍କ ସହ ସେଲଫି ନେବା ପାଇଁ ପ୍ରେରିତ କରୁଛନ୍ତି । ଏହି ପ୍ରଦର୍ଶନୀ ଅହମ୍ମଦାବାଦର ଜିଡିଏମସି ଗ୍ରାଉଣ୍ଡରେ ଚାଲୁଅଛି । ଆଉ ବହୁ ସଂଖ୍ୟାରେ ଜନସମାଗମ ମଧ୍ୟ ହେଉଛିା

vijayବିଜୟ ପ୍ରସନ୍ନା ଏଥିରେ ପ୍ରଥମେ ନିଜର ଗାଈଙ୍କ ବିବାହ ଧୁମଧାମରେ କରିବା କାରଣରୁ ଚର୍ଚ୍ଚାକୁ ଆସିଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ର ଖବର ଅନୁସାରେ ଏହି ସେଲଫି ଅଭିଯାନର ଆରମ୍ଭ ବିଜେପି ନେତା ବଲ୍ଲଭ କଥାରିଆ କରିଛନ୍ତି । କଥାରିଆ ଗୁଜୁରାଟ ଗୋସେବା ଆୟୋଗ ଓ ଗୈାଚର ବିକାଶ ବୋର୍ଡର ଅଧ୍ୟକ୍ଷ । ରିପୋର୍ଟ ଅନୁସାରେ ପ୍ରଥମେ ଏହି ପ୍ରମୁଖ ସେଲଫି ଅଭିଯାନର ଶୁଭାରମ୍ଭ ରାଜ୍ୟର ସିଏମ୍ ବିଜୟ ରୁପାନୀ କରିଥାନ୍ତେ । କିନ୍ତୁ ସେ ଆସିପାରିନଥିଲେ ।

କଥାରିଆ ଟାଇମ୍ସ ଅଫ୍ ଇଣ୍ଡିଆକୁ କହିଛନ୍ତି , ଆଜିର ଯୁବପିଢି ହିନ୍ଦୀ ସଂସ୍କୃତି ଓ ପରମ୍ପରାରେ ଗାଈର ମହତ୍ୱକୁ ବୁଝିପାରିନାହାଁନ୍ତି । କଥାରିଆଙ୍କ ଅନୁସାରେ ଗୋସେବା ବୋର୍ଡ ‘ସେଲଫି ୱିଥ୍ ସରସ୍ୱତୀ’ ଜରିଆରେ ଯୁବପିଢିଙ୍କ ହୃଦୟରେ ଗାଈଙ୍କ ପ୍ରତି ପ୍ରେମ ଓ ସମ୍ମାନ ଜଗାଇବାକୁ ଚାହୁଁଛନ୍ତି । ରିପୋର୍ଟ ଅନୁସାରେ , ପ୍ରଦର୍ଶନୀକୁ ଆସୁଥିବା କିଛି ଲୋକ ବାଛୁରୀ ସରସ୍ୱତୀ ସହ ସେଲଫି ନେଉଥିବାର ନଜର ଆସିଛି । ଏହା ପୂର୍ବରୁ ଗୁଜୁରାଟରେ ଏକ କଣ୍ଡୋମ କଂପାନୀ ସନ୍ନି ଲିଓନଙ୍କ ବି ଜ୍ଞାପନ ସହ ନବରାତ୍ରିର ଶୁଭକାମନା ଦେଇଥିଲେ । ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଥିଲା । ଆଉ ଚାରିଆଡେ ଏ ବିଷୟରେ ଆଲୋଚନା ହୋଇଥିଲା । ଏବେ କୁହାଯାଉଛି ସେହି ବିଜ୍ଞାପନ ବିରୋଧରେ ଏହି ସେଲଫି କାର୍ଯ୍ୟକ୍ରମ ଏକ ସଫଳ ଉଦ୍ୟମ ।
(ସୌଜନ୍ୟ- ଜନସତ୍ତା)