ଚୋର ଘରେ ବାହାଘର : ଅତିଥି ସାଜିଲେ ୧ହଜାର ଲୁଟେରା

38

ମୁମ୍ବାଇ : ରବିବାର ଦିନ ମୁମ୍ବାଇରେ ହୋଇଥିଲା ଏକ ସୁନା ଚୋରର ବିବାହ । ଏହି ବିବାହ ଏମିତି ଆଡମ୍ବରରେ ହୋଇଥିଲା ଯେ ଆପଣ ଜାଣିଲେ ବିଶ୍ୱାସ କରିପାରିବେନି । ଏହି ବିବାହରେ ଯୋଗ ଦେଇଥିଲେ ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟ ଚୋର ଓ ଲୁଟେରାମାନେ । ଡେଲିମେଲରେ ପ୍ରକାଶିତ ଏହି ଖବର ଏବେ ଚର୍ଚ୍ଚାରେ ।

ମହାରାଷ୍ଟ୍ର କଂଟ୍ରୋଲ୍ ଅଫ୍ ଅର୍ଗାନାଇଜଡ କ୍ରାଇମର ତଥ୍ୟ ଅନୁସାରେ ଦୁଇଥର ଜେଲ ଯାଇଥିବା ଜଣେ ଚେନ୍ ସ୍ନେଚରର ରବିବାର ଦିନ ବିବାହ ହୋଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ଏହି ବିବାହରେ ଅତିଥି ସାଜିଥିଲେ ୧ ହଜାର ଚୋର । ଏମାନେ ସବୁ ଦେଶର ଅଲଗା ଅଲଗା ରାଜ୍ୟ-ଦିଲ୍ଲୀ ,ଭୋପାଳ, ଔରଙ୍ଗାବାଦ୍ ,କର୍ଣ୍ଣାଟକ ଓ ମୁମ୍ବାଇ ଆଦିରୁ ଆସିଥିଲେ । ପୁଲିସକୁ ଏହି ବିବାହ ଓ ଏଥିରେ ଗେଷ୍ଟ ସାଜିଥିବା ଚୋରଙ୍କ ବିଷୟରେ ଟିକିନିଖି ଖବର ଜଣାଥିଲେ ବି ହାତବାନ୍ଧି ବସିଥିଲା । ମୋଷ୍ଟ ୱାଣ୍ଟେଡ୍ ଏହି ଚୋର ମାନଙ୍କୁ ଗିରଫ କରିବାର ସୁଯୋଗ ହାତଛଡା କରିଛି ପିଲିସ୍ । ଯାହା ଏବେ ଚର୍ଚ୍ଚାର ବିଷୟ ସାଜିଛି ।

ପୁଲିସ ସୂତ୍ରାନୁସାରେ ମହାରାଷ୍ଟ୍ରର ଥାନେ ଜିଲ୍ଲାର ଅମ୍ବିବାଲିରେ ୨୦ ବର୍ଷୀୟ ଏହି ଚେନ୍ ସ୍ନେଚର ତୈାଫିକ୍ ତେଜି ଶାହ ଓରଫ୍ ଇରାନି ସାଜିଥିଲା ବର । ଏହି ତୈାଫିକ୍ ବିରୁଦ୍ଧରେ ଚେନ୍ ସ୍ନେଚିଂର ୨୫ଟି କେସ୍ ରହିଛି । ଏହି ଚୋରି କେସରେ ୨୦୧୨ରେ ଜେଲ ଯାଇଥିଲା ତୈାଫିକ୍ । ଜେଲରୁ ଫେରି ପୁଣି ଅପରାଧରେ ଜଡିତ ହୋଇ ୨୦୧୬ରେ ଜେଲ ଯାଇଥିଲା ।  ହେଲେ ତାର ବାହାଘର ପାଇଁ ପୁଲିସ କୈାଣସି ଗିରଫଦାରୀ କରିପାରିନି ।