ବାପ ପୁଅଙ୍କ କାମୁକ କାରନାମା : ଯାଆଁଳା ଭଉଣୀଙ୍କୁ କରୁଥିଲେ ଦୁଷ୍କର୍ମ

100

crimes-against-women_3feb5c54-a1f9-11e6-93ed-ab826829dd0bଦିନକୁ ଦିନ ସମାଜରେ ମାନ ସମ୍ମାନ ଯେ ଲୋପ ପାଇବାକୁ ବସିଲାଣି ଏହାର ଅନେକ ଉଦାହରଣ ଦେଖିବାକୁ ମିଳୁଛି । କାମନା ବାସନାରେ ମଣିଷ ଭୁଲି ଯାଉଛି ସ୍ଥାନ କାଳ ପାତ୍ର । ଏମିତି ଏକ ଖବର ଟାଇମ୍ସ ଅଫ୍ ନ୍ୟୁଜରେ ପ୍ରକାଶିତ ହୋଇଛି । ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବାପ-ପୁଅ ମିଶି ୯ ବର୍ଷର ଯାଆଁଳା ଭଉଣୀଙ୍କୁ ଦୁଷ୍କର୍ମ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି ।

ଏଘଟଣା ଘଟିଛି ହାଇଦ୍ରାବାଦର ମେଲାରଦେଭପାଲୀ ଅଂଚଳରେ । ପୁଲିସର ସୂଚନା ଅନୁସାରେ ୪୦ ବର୍ଷିୟ ଜାଫର ନାମ୍ନୀ ଜଣେ ବ୍ୟକ୍ତି ଓ ତାଙ୍କର ନାବାଳିକ ୧୬ ବର୍ଷର ପୁଅ ମିଶି ଦୁଇ ଯାଆଁଳା ଭଉଣୀଙ୍କୁ କରିଛନ୍ତି ଦୁଷ୍କର୍ମ । ପୁଣି ଏହା ଦିନେ କି ଦୁଇ ଦିନ ନୁହେଁ । ଲଗାତାର ଏକ ବର୍ଷ ଧରି ଏହି କାମୁକ ବାପ-ପୁଅ ଦୁଇଜଣ ମେଂଟାଇ ଚାଲିଥିଲେ ସେମାନଙ୍କର କାମନାର ସୁଖ ।

rape-3ଏଭଳି ଏକ ନିର୍ଯାତନାରେ ସାମିଲ ହୋଇଥିଲେ ସେହି ପୀଡିତା ଦୁଇ ଭଊଣୀର ପରିବାର ଲୋକେ । ଟଙ୍କା ନେଇ ପୀଡିତାଙ୍କ ନିଜ ଜନ୍ମ କଲା ମା’ ବାପ-ପୁଅକୁ ଦେଇଥିଲା ପ୍ରଶୟ ଓ ସୁଯୋଗ । ଯେତେବେଳେ ନିଜ ମା’ ଏଥିରେ ସାମିଲ କଣ କରିଥାନ୍ତେ ଏହି ନାଚାର ନାବାଳିକା ଦୁଇଭଉଣୀ ।

ଅସହ୍ୟ ଅତ୍ୟାଚାରରେ ଶୀକାର ହୋଇ ନିଜ ସ୍କୁଲର ଶିକ୍ଷକଙ୍କୁ ସବୁ କଥା କହିଥିଲେ ଏହି ପୀଡିତା । ସ୍କୁଲ ଶିକ୍ଷକ ଏହା ଜଣାଇଥିଲେ ଚାଇଲଡ ରାଇଟ୍ସ ପାଇଁ କାମ କରୁଥିବା ସ୍ଥାନୀୟ ଏକ ଏନଜିଓକୁ । ପୁଲିସ ସହାୟତାରେ ସେହି ଏନଜିଓ ଉଦ୍ଧାର କରିଛି ଏହି ଦୁଇ ଯାଆଁଳା ଭଉଣୀଙ୍କୁ । ପୁଲିସ ଗିରଫ କରିଛି ସେହି କାମୁକ ବ୍ୟକ୍ତି ଓ ପୀଡିତାର ପରିବାର ଲୋକଙ୍କୁ ।
ଏଘଟଣା ଜଣାପଡିବା ପରେ ଚାରିଆଡେ ବାପ-ପୁଅର ଏଭଳି କାରନାମାକୁ ନେଇ ଚର୍ଚ୍ଚା ଏବଂ ଟଙ୍କା ପାଇଁ ଯେ ମା’ ଏମିତି କରିପାରେ ଝିଅ ସହ ଆଶ୍ଚର୍ଯ୍ୟ କରିଛି ଅନେକଙ୍କୁ ।

ଏହାସହ ଦେଖନ୍ତୁ –ଉଡନ୍ତା ବିମାନରେ ପାଇଲଟଙ୍କ ଅଶ୍ଳୀଳ କାରନାମା : ବିପଦରେ ଯାତ୍ରୀଙ୍କ ଜୀବନ