ବିଶ୍ୱ ରେକର୍ଡ ନିଶାରେ ବିଶ୍ୱ ଭ୍ରମଣ : ୧୫ ମାସରେ ୧୮୦ଟି ଦେଶ ବୁଲିଲେ ଜଣେ ମହିଳା

37

4ମଣିଷ ବଂଚି ରହିବା ସହ ଆଉ କିଛି ସୃଜନାତ୍ମକ ଓ ସାହସିକତାପୂର୍ଣ୍ଣ କାର୍ଯ୍ୟ କରିବାକୁ ଚାହିଁଥାଏ । ଏମିତି ଲୋକ ବିଶ୍ୱରେ ନିଜର ପରିଶ୍ରମ ଦ୍ୱାରା ନିଜର ପରାକାଷ୍ଠା ଦେଖାଇଥାନ୍ତି । ଆଉ କରି ଦେଖେଇଥାନ୍ତି କିଛି ଅସମ୍ଭବ କାର୍ଯ୍ୟ । ଡେଲି ମେଲ୍ ପ୍ରକାଶ କରିଛି ଏମିତି ଏକ ଖବର ।

ୱାଶିଂଟନର ୨୭ ବର୍ଷୀୟ କାଶି–ଡି–ପେକଲ । ଆଶା ରଖିଛନ୍ତି ବିଶ୍ୱର ସମସ୍ତ ୧୯୬ଟି ଦେଶ ଭ୍ରମଣ କରି କରିବେ ଗିନିଜ ରେକର୍ଡ । ଏଥିପାଇଁ ସେ ୨୦୧୫,ଜୁଲାଇରେ ଆରମ୍ଭ କରିଥିଲେ ନିଜର ମିଶନ । ଏବେସୁଦ୍ଧା କାଶି –ଡି –ପେକଲ ୨୫୪ଟି ଫ୍ଲାଇଟରେ ବୁଲି ସାରିଲେଣି ୧୮୦ଟି ଦେଶ । ଆଉ ଏହାକୁ ସେ ପୂରା କରିଛନ୍ତି ୧୫ ମାସରେ ।

Fastest female to travel worldମନରେ ସାହସିକତା କାମ କରିବାର ଜୁନୁନ ରଖିଥିବା କାଶି –ଡି –ପେକଲ ଆଶା ରଖିଛନ୍ତି ବିଶ୍ୱର ଦ୍ରୁତତମ ମହିଳା ଭାବେ ବିଶ୍ୱର ସବୁ ଦେଶ ଭ୍ରମଣ କରିବେ । ଆଉ ରେକର୍ଡ କରିବେ ଗିନିଜ ବୁକରେ । କାଶି –ଡି –ପେକଲ କୁହନ୍ତି ସ୍କୁଲରେ ପଢିବା ଦିନୁ ହିଁ ତାଙ୍କର ସ୍ୱପ୍ନ ଥିଲା ବିଶ୍ୱର ସବୁ ଦେଶ ବୁଲି ଦେଖିବେ । ଏଥିପାଇଁ ସେ ବିଭିନ୍ନ ଦେଶର ଜଳବାୟୁ , ସଂସ୍କୃତି , ଧର୍ମ ଓ ପରଂପରା ଆଦି ବିଷୟରେ ପଢୁଥିଲେ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସେ ଆରମ୍ଭ କରିଛନ୍ତି ନିଜର ଅଭିଯାନ ।

୧୮୦ଟି ଦେଶ ଭ୍ରମଣ ପରେ ଏବେ ଜାରି ରଖିଛନ୍ତି ସଂପୂର୍ଣ୍ଣ ୧୯୬ଟି ଦେଶ ଭ୍ରମଣ ପାଇଁ । ଜଣେ ମହିଳାଙ୍କର ଏପରି ସାହସିକତା ଉଦମ୍ୟକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ।

ଏହାସହ ଦେଖନ୍ତୁ – ଆଲୁଅ ପୂର୍ବରୁ ଅନ୍ଧାର : ସୁଇସାଇଡ୍ କଲେ ସଫ୍ଟୱେର ଇଂଜିନିୟର