କନକ ବ୍ୟୁରୋ : ଚାରିକାନ୍ଥରୁ ଚକ୍ରବ୍ୟୁହ । ଆଠ ଘଂଟାରେ ଆଠ କିଲୋମିଟର । ରାତିରେ ଖସିଲେ ଦିନରେ ଫସିଲେ । ଆଉ ଏ ହେଉଛି ମଧ୍ୟପ୍ରଦେଶ ପୁଲିସ ବିଛାଇଥିବା ମୃତ୍ୟୁର ଜାଲ । ଭୋପାଲ୍ ସେଂଟ୍ରାଲ ଜେଲ୍ ଠାରୁ ମାତ୍ର ୮ କିଲୋମିଟର ଦୂର ଖେଜରୀ ଗାଁ । ଦିଲ୍ଲୀରୁ ଗୃହମନ୍ତ୍ରୀଙ୍କ ଗାଳି ଭୋପାଳରେ ପହଁଚିବା ବେଳକୁ ଆଂଟିଟେରୋରିଷ୍ଟ ସ୍କ୍ୱାର୍ଡ ଓ କାଉଂଟର ଟେରରିଷ୍ଟ ଗ୍ରୃପ ସହାୟତାରେ ମଧ୍ୟପ୍ରଦେଶ ପୁଲିସ୍ ଫୁଟାଇ ସାରିଥିଲା ଆତଙ୍କବାଦୀଙ୍କ ଉପରେ ଗୁଳି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୀପାବଳି ରାତିରେ ପରସ୍ତ ପରସ୍ତ ଧୂଆଁ ଆକାଶରେ ମିଳେଇ ଯିବା ବେଳକୁ ମଣିଖେରାର ଖେଜରୀ ଅଂଚଳକୁ କବଜା କରିସାରିଥିଲା ମିଳିତ ଅପରେସନ ଟିମ୍ । ସୂଚନା କହିଲା ,ସିମି ସଦସ୍ୟଙ୍କ ପାଖରେ ଅଛି ମାରଣାସ୍ତ୍ର । ତେଣୁ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣର ସୁଯୋଗ ଦେଇଥିଲା ପୁଲିସ । ହେଲେ ଘେରାବନ୍ଦୀକୁ ଦେଖି ପାଗଳ ହୋଇଯାଇଥିବା ଫେରାର ସିମି ସଦସ୍ୟ ପୁଲିସ ଉପରକୁ ଚଳାଇଥିଲେ ଅନ୍ଧାଧୁନ୍ ଗୁଳି । ଆରମ୍ଭ ହେଲା ଆଟାକ୍ କାଉଂଟର ଆଟାକ୍ ।
ବାସି ଦୀପାବଳି ପୁଣି ଥରିଲା ଗୁଳିଗୋଳାର ଶଦ୍ଦରେ । ମାତ୍ର କେଇ ମିନିଟରେ ଦି ଏଣ୍ଡ । ଶୋଇ ପଡିଲେ ସିମି ସଦସ୍ୟ । ଶେଷ ହୋଇଗଲା ଅପରେସନ୍ । ସରିଗଲା ଆତଙ୍କି କାହାଣୀର ଏକ ରହସ୍ୟପୂର୍ଣ୍ଣ ଅଧ୍ୟାୟ । ସିମି ପାଇଁ ଇତିହାସ ପାଲଟି ଯାଇଥିବା ସନ୍ତ୍ରାସବାଦୀମାନେ ହେଲେ ମେହେବୁବ୍ ଗୁଡୁ ମଲ୍ଲିକ , ଅମଜାଦ୍ ଖାନ୍ ,ମୁଜିବ୍ ଶେଖ , ମହମ୍ମଦ ସଲିକ୍ ,ମହମ୍ମଦ ଖାଲିଦ୍ ଅହମ୍ମଦ ,ଜାକିର୍ ହୁସେନ୍ ସାଦିକ୍ ,ମହମ୍ମଦ ଅକିଲ୍ ଖିଲଜୀ ଓ ଅବଦୁଲ୍ ମାଜିଦ୍ । ଆଉ ଏ ଆଠ ଜଣଙ୍କ ମଧ୍ୟରୁ ୪ ଜଣ ଗିରଫ ହୋଇଥିଲେ ରାଉଲକେଲାରୁ । ତେଣୁ ଆଜି ଭୋପାଳରୁ ଚମ୍ପଟ ଖବର ଆସିବା ପରେ ଓଡିଶାରେ ଜାରି ହୋଇଥିଲୋ ରେଡ୍ ଆଲର୍ଟ । ତେବେ ଏନକାଉଂଟର ଖବର ଶୁଣିବା ପରେ ଆଶ୍ୱସ୍ଥ ହୋଇଥିଲା ଓଡିଶା ପୁଲିସ ।
ସାରା ଦେଶର ପୁଲିସ୍ ପାଇଁ ଏମାନେ ଥିଲେ ମୋଷ୍ଟୱାଂଟେଡ୍ । ୨୦୧୩ରେ ଖଣ୍ଡୱା ଜେଲରୁ ଚମ୍ପଟ୍ ମାରିବା ପରେ ଚେନ୍ନାଇ ଟ୍ରେନ୍ ବିସ୍ଫୋରଣ, ପୁନେରେ ବିସ୍ଫୋରଣ , ତେଲେଙ୍ଗାନାରେ ବ୍ୟାଙ୍କ୍ ଲୁଟ୍ ଓ ଆନ୍ଧ୍ରପ୍ରଦେଶରେ ପୁଲିସ୍ କର୍ମଚାରୀଙ୍କୁ ହତ୍ୟା କରିଥିଲେ ଏମାନେ । କେବଳ ସେତିକି ନୁହେଁ ଅନେକ ବଡ ବଡ ଅପରାଧରେ ମଧ୍ୟ ଏମାନଙ୍କ ନାଁ ଲିଷ୍ଟରେ ।ସେପଟେ ଜେଲରୁ ଫେରାର୍ ହେବାରେ କେମିତି ସଫଳ ହୋଇଥିଲେ , ତାକୁ ନେଇ ଉଠିଛି ପ୍ରଶ୍ନ ।