ପେଟପାଳିବା ପାଇଁ ଲୋକେ କିଛି ନା କିଛି କାମ କରି ନିଜ ପରିବାର ପୋଷିବାକୁ ବାଧ୍ୟ ହେଉଛନ୍ତି । ଏପରିକି କିଛି ଲୋକ ଘରେ ବସି ଟଙ୍କା ଖର୍ଚ୍ଚ କରି ବ୍ୟବସାୟ କରୁଥିବା ବେଳେ ଆଉ କିଛି ଲୋକ ଟଙ୍କା ଦି ପଇସା କମାଇବା ପାଇଁ କାହା ଅଧିନରେ ରହି ତଥା କୌଣସି ଘରୋଇ କଂପାନୀରେ ରହି କାମ କରିଥାନ୍ତି । ତେବେ ରୋଜଗାରର ମାଧ୍ୟମ ଯାହା ହେଉନା କାହିଁକି । କିନ୍ତୁ ଏବେ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ସୁବିଧା ଦିଆଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ତେବେ ଏଥି ମଧ୍ୟରୁ ମୋଦି ସରକାର ଘରୋଇ କର୍ମଚାରୀଙ୍କ ପାଇଁ ତିନୋଟି ମୁଖ୍ୟ ଆଇନ ଆଣିବାକୁ ଯାଉଛନ୍ତି ଯାହା ଦ୍ୱାରା କର୍ମଚାରୀମାନେ ଉପକୃତ ହେବେ । ତେବେ ସେଗୁଡିକ କଣ ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ..
Kanak News is now on WhatsApp
Join and get latest news updates delivered to you via WhatsApp
କର୍ମଚାରୀଙ୍କୁ ଚାକିରିରୁ ବାହାର କରିପାରିବେନି ମାଲିକ
ବହୁତ ସାରା କଂପାନୀଗୁଡିକ ଯେଉଁଥିରେ ମାତ୍ର ୧୦୦ କର୍ମଚାରୀ ଥିଲେ ଏବଂ ଏହି ନିୟମକୁ ଖୋଲା ଖୋଲି ଉଲ୍ଲଘଂନ କରୁଥିଲେ । କିନ୍ତୁ ଏବେ ସରକାରଙ୍କ ତରଫରୁ ଜାରି ହୋଇଥିବା ନିୟମ ଅନୁସାରେ, ୧୦୦ କର୍ମଚାରୀ ବିଶିଷ୍ଟ କଂପାନୀ ବି ନିଜ କର୍ମଚାରୀମାନଙ୍କୁ ବାହାର କରିପାରିବେ ନାହିଁ । ସରକାରଙ୍କ ଏହି ନିୟମରୁ ଘରୋଇ କଂପାନୀମାନଙ୍କର ମନମାନି ଉପରେ ରୋକ ଲଗାଯାଇପାରିବ ।
୨ରୁ୩ ସପ୍ତାହ ଭିତରେ ସରକାର ନୂଆ କୋଡକୁ ଦେଇପାରନ୍ତି ମଂଜୁରୀ
ଟ୍ରେଡ ୟୁନିୟନ ଚାପରେ ସରକାର କଡା ସୁଧାର ଦ୍ୱାରା ପଦକ୍ଷେପ ଫେରାଇ ନେଇଥିଲେ । ସଂଶୋଧିତ ଡ୍ରାଫ୍ଟ ବିଲକୁ ସରକାର କ୍ୟାବିନେଟର ପାସ ମଂଜୁରୀ ପାଇଁ ପଠାଇଥିଲେ ଏବଂ ଆଶା କରାଯାଉଛି କି ଦୁଇରୁ ତିନି ସପ୍ତାହ ମଧ୍ୟରେ ସରକାର ଏହି ନୂଆ କୋଡକୁ ମଂଜରୁୀ ଦେଇପାରନ୍ତି ।
ଚାକିରି ଚାଲିଗଲେ ବି ମିଳିବ ଦରମା
ଭୋଟରକୁ ନିଜ ପ୍ରତି ଆକୃଷ୍ଟ କରିବା ପାଇଁ ଅଂଟା ଭିଡିଛନ୍ତି ମୋଦି। ଏଥିପାଇଁ ଦେଶର ମୁଖ୍ୟ ସମସ୍ୟାର ସମାଧାନ ପାଇଁ ତଥା ବେରୋଜଗାରୀ ଏବଂ କୃଷକଙ୍କ ସୁବିଧା ନିମନ୍ତେ ଏକ ବହୁତ ବଡ ଯୋଜନାକୁ ଖୁବ୍ ଶୀଘ୍ର ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଉ ମୋଦି ସରକାରଙ୍କ ଏହି ଯୋଜନାଟିର ନାଁ ରହିଛି ୟୁନିଭର୍ସାଲ ବେସିକ୍ ଇନକମ (Universal Basic Income Scheme) ।
ଏହି ଯୋଜନାକୁ ଲାଗୁ କରାଯିବା ପରେ ଚାଷୀ, ବେପାରୀ ଏବଂ ବେରୋଜଗାର ଯୁବକ ଏବଂ ଯୁବତୀଙ୍କୁ ପ୍ରତିମାସ ୨ ହଜାରରୁ ଅଢେଇ ହଜାର ଟଙ୍କା ପର୍ୟ୍ୟନ୍ତ ଏକ ନିର୍ଧାରିତ ଅର୍ଥ ରାଶି ମିଳିବ । ମୋଦି ସରକାରଙ୍କର ଏହି ପ୍ଲାନ ଗେମଚେଂଜର ପ୍ରାମାଣିତ ହୋଇପାରେ । ହେଲେ ଏହା ନୁହେଁ କି ବେରୋଜଗାରୀଙ୍କୁ ଟଙ୍କା ଦେବାର ଏହି ଯୋଜନା ପ୍ରଥମ ଥର କୌଣସି ଦେଶରେ ଲାଗୁ ହୋଇଛି । ପୂର୍ବରୁ ଫ୍ରାନ୍ସ , ଜର୍ମାନୀ ଏବଂ ଜାପାନରେ ଭଳି ଦେଶରେ ଏଭଳି ପ୍ରକାରର ଯୋଜନାମାନ ବର୍ଷ ବର୍ଷ ଧରି ଚାଲି ଆସୁଛି । ଏଥିସହିତ ହିଁ ଭାରତର କିଛି ରାଜ୍ୟରେ ବି ଏଭଳି ପ୍ରକାରର ଯୋଜନା ଲାଗୁ ହୋଇସାରିଛି ।
ପ୍ରାଇଭେଟ୍ କର୍ମଚାରୀ ବି ପାଇବେ ପେନସନ
ଯଦି ଆପଣଙ୍କର ବି ଇଚ୍ଛା ରହିଛି କି, ସରକାରୀ କର୍ମଚାରୀଙ୍କ ଭଳି ଆପଣଙ୍କୁ ମଧ୍ୟ ପେନସନ ମିଳୁବୋଲି ତେବେ ଆପଣଙ୍କର ଏହି ସ୍ୱପ୍ନ ବି ପୁରଣ ହୋଇପାରିବ । କାରଣ ସରକାରଙ୍କ ତରଫରୁ କାର୍ଯ୍ୟକାରୀ ହୋଇଥିବା ନ୍ୟାସନାଲ ପେନସନ ସିଷ୍ଟମ ତଥା ଏନପିଏସ ମାଧ୍ୟମରେ ଆପଣ ମଧ୍ୟ ସରକାରୀ କର୍ମଚାରୀଙ୍କ ଭଳି ପ୍ରତିମାସ ପେନସନ ପାଇପାରିବେ ।