ଖାଦ୍ୟ ଓ କପଡା ଭଳି ଏଣିକି ମଦର ବି ହେବ ହୋମ ଡେଲିଭରି ! ଅନଲାଇନ୍ ବରଦା କରୁଥିବା ବ୍ୟକ୍ତିଙ୍କ ବୟସ ଜାଣିବା ପାଇଁ ଦେଖାଇବାକୁ ହେବ ଆଧାରକାର୍ଡ
ଖାଦ୍ୟ, କପଡା, ମୋବାଇଲ ଫୋନ କିମ୍ବା ଅନ୍ୟ କୌଣସି ଜିନିଷ ଭଳି ଏଣିକି ମଦର ବି ହେବ ହୋମ ଡେଲିଭରି । ଆଜ୍ଞା ହଁ ! ମଦର ବି ହେବ ହୋମ ଡେଲିଭରି । କଥାଟା ଅଜବ ଲାଗୁଥିବେ କି ଶତପ୍ରତିଶତ ସତ । ତେବେ ଏଭଳି ଏକ ନୂଆ ବ୍ୟବସ୍ଥା ପ୍ରଚଳନ କରିବାକୁ ମନ ବଳାଇଛନ୍ତି ମହାରାଷ୍ଟ୍ର ସରକାର ।
ମିଳିଥିବା ସୂଚନା ମୁତାବକ, ମହାରାଷ୍ଟ୍ର ସରକାର ଏକ ନୂଆ ନୀତି ପ୍ରଚଳନ କରିବାକୁ ଯୋଜନା କରୁଛନ୍ତି, ଯେଉଁଥିରେ ମଦ ହୋମ୍ ଡେଲିଭରି କରାଯିବ। ରାଜ୍ୟ ଅବକାରୀ ମନ୍ତ୍ରୀ ଚନ୍ଦ୍ରଶେଖର ବଓ୍ଵାଙ୍କୁଲେ ଏନେଇ ସୂଚନା ଦେଇ କହିଛନ୍ତି କି, ଏହା ମଦ ଶିଳ୍ପର ଧାରା ବଦଳାଇ ଦେବ। ଏଭଳି ନୀତି ପ୍ରଣୟନ କରିବାରେ ମହାରାଷ୍ଟ୍ର ହେବ ଦେଶର ପ୍ରଥମ ରାଜ୍ୟ।
Kanak News is now on WhatsApp
Join and get latest news updates delivered to you via WhatsApp
ବାଓ୍ଵାଙ୍କୁଲେ ଆହୁରୀ ମଧ୍ୟ କହିଛନ୍ତି ଯେ, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଢ଼ି ଚାଲିଥିବା ମଦ୍ୟପାନ କରି ଗାଡ଼ି ଚଳାଇବା ଘଟଣା ହ୍ରାସ କରାଇବା। ଏହା ଫଳରେ ଅନେକ ଦୁର୍ଘଟଣା ଘଟି ବହୁ ଜୀବନହାନି ଘଟୁଛି। ଜାତୀୟ ଓ ଅନ୍ତର୍ଜାତୀୟ ଇ-କମର୍ସ ୱେସାଇଟ୍ ଭଳି ପ୍ଲାଟଫର୍ମ ଜରିଆରେ ମଦ ହୋମ୍ ଡେଲିଭରି କରାଯିବ। ଲୋକେ ଯେମିତି ଘରେ ଥାଇ ସଉଦାପତ୍ର ଓ ପନିପରିବା ପାଉଛନ୍ତି, ସେମିତି।
କିନ୍ତୁ ଅନଲାଇନରେ ମଦ କିଣିବାକୁ ବରାଦ କରୁଥିବା ବ୍ୟକ୍ତିବିଶେଷଙ୍କ ବୟସ ତନଖି କରାଯିବ। ଗ୍ରାହକମାନଙ୍କର ପୂର୍ଣ୍ଣ ବିବରଣୀ ନେବାକୁ ପ୍ରତ୍ୟେକ୍ଷ ବିକ୍ରେତାମାନଙ୍କୁ କୁହାଯିବ। ଏଥିରେ ଆଧାର ନମ୍ବର ସାମିଲ କରାଗଲେ ସେମାନଙ୍କର ପରିଚୟ ଯାଞ୍ଚ କରିହେବ ବୋଲି ମନ୍ତ୍ରୀ କହିଛନ୍ତି।