କେମିତି ମିଳିବ ଜିଓଫୋନ-୨ ? ଏଭଳି କରନ୍ତୁ ବୁକିଂ, ଘରେ ଆସି ମୋବାଇଲ ଦେଇଯିବ କଂପାନୀ

68

ଆଜି ଦିନ ୧୨ଟାରୁ ଆରମ୍ଭ ହୋଇଛି ଜିଓଫୋନ-୨ର ବିକ୍ରି । ଏହା ମାଇଜିଓ ଆପ ଓ ଜିଓଡଟକମରେ ବିକ୍ରି କରାଯାଇଛି । ପୂର୍ବରୁ କମ୍ପାନି ଘୋଷଣା କରିଥିଲା ଯେ ବିକ୍ରି ୧୫ତାରିଖରୁ ଆରମ୍ଭ ହେବ, କିନ୍ତୁ ଏବେ ତାହାକୁ ଗୋଟିଏ ଦିନ ଘୁଞ୍ଚାଇଦିଆଯାଇଛି । ଏହାର ମୂଲ୍ୟ ୨,୯୯୯ ଟଙ୍କା ରହିଥିବାବେଳେ ମନସୁନ ହଙ୍ଗାମା ଅଫର ମାଧ୍ୟମରେ ନିଜର ପୁରୁଣା ଫିଚର ଫୋନ ବଦଳାଇ ୫୦୧ ଟଙ୍କାରେ ମଧ୍ୟ ଏହା ମିଳିପାରିବ ।
ଗତ ଜୁଲାଇ ୪ରେ ମୁକେଶ ଅମ୍ବାନି ଏହି ଫୋନ ସଂପର୍କରେ ଘୋଷଣା କରିଥିଲେ । ଜିଓଫୋନ-୨ ଏକ ଫିଚର ଫୋନ ହେଲେ ମଧ୍ୟ ଏହା ୪ଜି ଏଲଟିଇକୁ ସପୋର୍ଟ କରେ । ଏଥିରେ କ୍ୱାର୍ଟି କିବୋର୍ଡ ରହିଛି, ଏହା ଭୋଲଟିକୁ ସପୋର୍ଟ କରେ ଓ କାଇ ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୧ଟି ମଧ୍ୟ ଏହି ଅପରେଟିଂ ସିଷ୍ଟମ ଦ୍ୱାରା ପରିଚାଳିତ । ଜିଓଫୋନ-୨ ରେ ୫୧୨ ଏମବି ର୍ୟାମ ଓ ୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି । କିନ୍ତୁ ଜିଓଫୋନ-୨ର ଆଉ ଏକ ଆକର୍ଷଣ ହେଲା ଏହା ସେସିଆଲ ମିଡିଆ ଆପ ଫେସବୁକ, ହ୍ଵାଟ୍ସଆପ ଓ ୟୁଟ୍ୟୁବକୁ ସପୋର୍ଟ କରେ । ଉପଭୋକ୍ତାମାନେ ଏହାକୁ ଆପ ଷ୍ଟୋରରୁ ଡାଉନଲୋଡ କରିପାରିବେ । ଗ୍ରାହକମାନେ ଭଏସ୍ କମାଣ୍ଡକୁ ବ୍ୟବହାର କରି କଲ୍, ମେସେଜ୍, ଇଣ୍ଟରନେଟରେ ସନ୍ଧାନ, ସଙ୍ଗୀତ ବଜାଇବା, ଭିଡିଓ ଦେଖିବା ଓ ସବୁ ପ୍ରକାର ଆପକୁ ପରିଚାଳନା କରିବା କାମ କରିପାରିବେ ।

ଜିଓ ମନସୁନ ଅଫର ସହିତ କଂପାନୀ ୯୯ ଟଙ୍କିଆର ଏକ ପ୍ଲାନ ମଧ୍ୟ ଲଂଚ କରିଛି । ଯାହାକି ଜିଓ ଫୋନ ପାଇଁ ସ୍ୱତନ୍ତ୍ର ଭାବରେ ଲଂଚ କରାଯାଇଛି । ସେହିପରି ଯଦି ଆପଣ ଜିଓ ଫୋନର ଏହି ୫୦୧ ଟଙ୍କିଆ ଫୋନ କିଣିବାକୁ ଚାହୁଛନ୍ତି ତେବେ ଆପଣ ଘରେ ବସି ମଧ୍ୟ ଏହି ଫୋନ ବୁକିଂ କରିପାରିବେ ଏବଂ ନିଜର ପୁରୁଣା ଫୋନକୁ ବଦଳାଇପାରିବେ । ତେବେ ଆସନ୍ତୁ ଜାଣିବା ୫୦୧ ଟଙ୍କିଆ ଜିଓ ଫୋନର ଅନଲାଇନ ବୁକିଂ ସଂପର୍କରେ…

• ଅନଲାଇନ ବୁକିଂରେ ଏହା ମଧ୍ୟ କୁହାଯାଇଛି କି, ଆପଣଙ୍କର ଫୋନ କେଉଁ କଂପାନୀର ରହିଛି ଏବଂ ତାର ମଡେଲ କଣ । ସର୍ବ ପ୍ରଥମେ ଜିଓ.କମକୁ ଯାଆନ୍ତୁ । ଏବେ ଆପଣଙ୍କୁ ଜିଓ ମନସୁନ ହଙ୍ଗାମା ଅଫରର ବ୍ୟାନର ନଜର ଆସିବ ଏବଂ ଏଥିସହିତ ହିଁ ଦୁଇଟି ବଟନ ମଧ୍ୟ ନଜର ଆସିବ । ଯେଉଁଥିରେ ଗୋଟିଏରେ ‘ଗେଟ୍ ନାଓ’ ଏବଂ ଅନ୍ୟଟିରେ ‘ନୋ ମୋର’ ଲେଖା ଯାଇଥିବ ।

• ତେବେ ‘ନୋ ମୋର’ ଉପରେ କ୍ଲିକ କରି ତଳକୁ ଯିବା ପରେ ଆପଣଙ୍କୁ ଆପଣଙ୍କୁList of mobile phones eligibile for exchangeର ଆସିବ ।ଏହାର ଠିକ୍ ତଳକୁ ଆପଣଙ୍କ ଫୋନର ବ୍ରାଣ୍ଡ ପଚରା ଯିବ ଏବଂ ଏହାପରେ ଫୋନର ମଡେଲ । ଯେଉଁଠି ଆପଣ ଆପଣଙ୍କର ପୁରୁଣା ଫିଚର ଫୋନ ସଂପର୍କରେ କହିବାକୁ ପଡିବ ।

• ପୁରୁଣା ଫୋନର କଂପାନୀ ଏବଂ ମଡେଲ ନମ୍ବର କହିବା ପରେ ଆପଣ ଜାଣିପାରିବେ କି ଆପଣଙ୍କ ପୁରୁଣା ଫୋନ ଏକ୍ସଚେଂଜ ହୋଇପାରିବ କି ନାହିଁ । ଯଦି ଆପଣଙ୍କର ଫୋନ ଏକ୍ସଚେଂଜ ହେବାର ସାମର୍ଥ ଥିବ ତେବେ ମଡେଲ ଏବଂ ବ୍ରାଣ୍ଡ ନାଁ ଦେବା ପରେ Congratulationsଲେଖାଯିବ । ତେବେ ୧ ଜାନୁଆରୀ ୨୦୧୫ରୁ ପୂର୍ବରୁ କିଣାଯାଇଥିବା ଫିଚର ଫୋନ ଏଠାରେ ଆପଣ ବଦଳାଇପାରିବେ ନାହିଁ ।

• ସେହିପରି ଗେଟ ନାଓ ଅପସନ ଉପରେ କ୍ଲିକ୍ କରିବା ଦ୍ୱାରା ଆପଣଙ୍କଠାରୁ ଆପଣଙ୍କର ମୋବାଇଲ ନମ୍ବର ମଗାଯିବ । ନମ୍ବର ଦେବା ପରେ ଆପଣଙ୍କର ଫୋନରେ ଏକ ଓଟିପି କୋଡ ଚାଲିଆସିବ । ଯାହାକୁ ଆପଣଙ୍କୁ ଏଠାରେ ଦେବାକୁ ପଡିବ । ଏହାପରେ ଏଠାରେ ଏକ ପେଜ ଓପନ ହୋଇଯିବ , ଯେଉଁଥିରେ ନାଁ, ଇ-ମେଲ ଆଇଡି, ପିନ କୋଡ ଏବଂ ଡେଲିଭରୀ ଆଡ୍ରେସ ଦେବାକୁ ପଡିବ ।

• ପିନ କୋଡ ଦେବା ପରେ ଆପଣଙ୍କୁ ପଚରା ଯିବ କି ଆପଣ ଫୋନକୁ ନିଜ ଘରକୁ ମଗାଇବାକୁ ଚାହୁଁଛନ୍ତି ନା କୌଣସି ଦୋକାନକୁ ଯାଇ ଆଣିବାକୁ ଚାହୁଁଛନ୍ତି । ତେବେ ଘରକୁ ଫୋନ ମଗାଇଲେ ୯୯ ଟଙ୍କା ଡେଲିଭରି ଚାର୍ଜେସ ଲାଗିବ । ଘରକୁ ଡେଲିଭରିର ବିକଳ୍ପକୁ ଚୟନ କରିବାଦ୍ୱାରା ଏଠାରେ ଆପଣଙ୍କୁ ସମୟ ମଧ୍ୟ କହିବାକୁ ହେବ ।

• ସେହିପରି ଯଦି ଆପଣ ଫୋନକୁ କୌଣସି ଦୋକାନରୁ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଦୋକାନର ଠିକଣା ମିଳିଯିବ ଏବଂ ଆପଣଙ୍କୁ ନିର୍ଧାରିତ ସମୟ ମଧ୍ୟ ଏଠାରେ ଲେଖିବାକୁ ପଡିବ । ଏଠାରେ ଆମେ କହି ରଖୁଛୁ କି,ତାରିଖ ଚୟନ କରିହେଉଛି କିନ୍ତୁ ସମୟ ଚନୟରେ ଏବେ କିଛି ସମସ୍ୟା ହେଉଛି ।