ଡ୍ରାଇଭିଂ ଲାଇସେନ୍ସ ପାଇଁ ଚିନ୍ତିତ କି ? ତେବେ ଆପଣାନ୍ତୁ ଏହି ସହଜ ତରିକା

82

କାର,ବାଇକ ଏବଂ ଟ୍ରକ ଚଲାଇବାକୁ ହେଲେ ଡ୍ରାଇଭିଂ ଲାଇସେନ୍ସ ଜରୁରୀ ଅଟେ । ଯଦି ଆପଣଙ୍କ ଡିଏଲ୍ କୌଣସି ବାହାର ରାଜ୍ୟର ହୋଇଥାଏ ଆଉ ଆପଣ ଦିଲ୍ଲୀ କିମ୍ବା ମୁମ୍ବାଇରେ ରହୁଛନ୍ତି ତେବେ କେମିତି କରିବେ ଆପଣଙ୍କ ଡିଏଲର ଟ୍ରାନ୍ସଫର । ଏଠାରେ ଆମେ କହି ରଖୁଛୁ କି କୌଣସି ରାଜ୍ୟରେ ବନାଯାଇଥିବା ଡିଏଲ ସଂପୂର୍ଣ୍ଣ ଦେଶରେ ଗ୍ରହଣ ଯୋଗ୍ୟ ଅଟେ ।

ଦୁଇ ଓ ଚାରି ଚକିଆ ଯାନ ପାଇଁ ଦେଶର କୌଣସି ବି ରାଜ୍ୟରେ ଆପଣ ଯଦି ଡିଏଲ ବନାଇଛନ୍ତି ତେବେ ପ୍ରଥମ କଥା ଜାଣି ରଖନ୍ତୁ କି ଆପଣ ଯେଉଁଠାରେ ବି ରୁହନ୍ତୁ କେବେ ଆପଣଙ୍କର ଡିଏଲ୍ ଟ୍ରାନ୍ସଫର ହୋଇ ନଥାଏ ବରଂ ରିନ୍ୟୁୟାଲ ବା ନବୀକରଣ କରାଯାଇଥାଏ । ଡିଏଲ୍ ମାମଲାରେ ଅନ୍ୟ ବଡ କଥାଟି ହେଲା କି, ଆପଣଙ୍କ ଡିଏଲ୍ କେଉଁଠାର ବି ହୋଇଥିଲେ ମଧ୍ୟ ତାହା ସାରା ଦେଶରେ ଗ୍ରହଣଯୋଗ୍ୟ ଅଟେ ।

ଯଦି ଆପଣ ଆପଣଙ୍କ ପୁର୍ବ ଘର ଛାଡି ଅନ୍ୟ କୌଣସି ରାଜ୍ୟକୁ ସିଫ୍ଟି କରିନେଇଛନ୍ତି । ତେବେ ଆପଣଙ୍କର ଆବଶ୍ୟକତା ପଡିପାରେ କି ଆପଣଙ୍କ ଡିଏଲ୍ କରେଂଟ ଷ୍ଟେଟର ହେଉ । ଯାହାଦ୍ୱାରା ଭବିଷ୍ୟତରେ କେବେ ଏହାକୁ ରିନ୍ୟୁୟୁ କରିହେବ । ତେବେ ଏହି ଅବସ୍ଥାରେ ଡିଏଲ ଜାରି କରିଥିବା ପ୍ରଥମ କତୃପକ୍ଷଙ୍କଠାରୁ ଆପଣଙ୍କୁ ଏନଓସି ଅର୍ଥାତ୍ ନୋ ଅବଜେକସନ ସାର୍ଟିଫିକେଟ୍ ଆଣିବାକୁ ପଡିବ । ଏହାକୁ ଦେଖାଇ ଆପଣ ନିଜର କରେଂଟ ଲୋକେସନ ଉପରେ ଏକ ନୂଆ ଡିଏଲ୍ ବନାଇ ପାରିବେ । ତେବେ ସରକାରୀ ବିଭାଗରୁ ଏନଓସି ନେବାର ପ୍ରକ୍ରିୟା ପାଇଁ ଆପଣଙ୍କୁ ଏହାର ମୁଖ୍ୟ କତୃପକ୍ଷଙ୍କ ନିକଟକୁ ଯିବାକୁ ପଡିଥାଏ । ଯେଉଁଥିପାଇଁ ଆପଣଙ୍କୁ ପାଖାପାଖି ଏକମାସରୁ ଅଧିକ ସମୟ ଲାଗିବା ସହ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ ।

ତେବେ ଏହି ସବୁ ଧନ୍ଦାରେ ନ ପଡି ଆପଣାନ୍ତୁ ଏହି ସହଜ ତରିକା-

ଡିଏଲ୍ ଟ୍ରାନ୍ସଫର କରିବା ଅପେକ୍ଷା ସବୁଠାରୁ ସହଜ ଉପାୟ ହେଲା ଏକ ନୂଆ ଡିଏଲ ବନାଇ ଦିଅନ୍ତୁ । ନିଜର ପୁରୁଣା ଡିଏଲକୁ ଟ୍ରାନ୍ସଫର କରିବା ପାଇଁ ଏତେ ସବୁ ଭିଡ ଭିତରେ ନ ଯାଇ ଆପଣ ଆପଣଙ୍କ କରେଂଟ ଆଡ୍ରେସରେ ଅନ୍ୟ ଏକ ନୂଆ ଡିଏଲ ବନାଇ ପାରିବେ । ତେବେ ଏକଥା ଆମେ କହୁନାହୁଁ ବରଂ ଟ୍ରାନ୍ସପର୍ଟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ କରେଂଟ ଲୋକେସନ ଉପରେ ପ୍ରିଶିକ୍ଷଣ ଲାଇସେନ୍ସ ବନାଇବାକୁ ପଡିବ ।

ମୁଖ୍ୟ କଥା ହେଲା, ଆପଣଙ୍କ ନିକଟରେ ପୂର୍ବରୁ ଥିବା ଡିଏଲ କାରଣରୁ ଆପଣଙ୍କ ଏହି ପ୍ରକ୍ରିୟା ଆହୁରୀ ସହଜ ହୋଇଥାଏ । କରେଂଟ ଲୋକେସନ ଉପରେ ଆପଣଙ୍କୁ ପ୍ରିଶିକ୍ଷଣ ଲାଇସେନ୍ସ ମିଳିଯିବା ପରେ ଏହାର ମାତ୍ର ମାସକ ମଧ୍ୟରେ ଆପଣଙ୍କୁ ପର୍ମାନେଂଟ ଲାଇସେନ୍ସ ମଧ୍ୟ ମିଳିଯାଇଥାଏ । ଏଥିପାଇଁ ଆପଣଙ୍କୁ ଡ୍ରାଇଭିଂ ଟେଷ୍ଟ ଦେବାକୁ ପଡିଥାଏ । ତେବେ ମୋଟ୍ ଉପରେ କହିବାକୁ ଗଲେ ଯଦି ଆପଣ ଆପଣଙ୍କର ଡିଏଲ ଟ୍ରାନ୍ସଫର ପାଇଁ ଚିନ୍ତା କରୁଛନ୍ତି ତେବେ ଆପଣଙ୍କୁ ଏହାର ମୁଖ୍ୟ କତୃପକ୍ଷଙ୍କଠାରୁ ଏନଓସି ପାଇଁ ଦୌଡିବା ଅପେକ୍ଷା ନୁଆ ଭାବେ ପ୍ରିଶିକ୍ଷଣ ଏବଂ ପର୍ମାନେଂଟ ଲାଇସେନ୍ସ ବନାଇନେବା ଅତ୍ୟନ୍ତ ଭଲ ଅଟେ ।