ଗୋଟିଏ ଆପ ଡାଉନଲୋଡ କରି ପାଆନ୍ତୁ ୧୬୨ଟି ସେବାର ଲାଭ ! ଗ୍ୟାସ ବୁକିଂ, ପିଏଫ ବାଲାନ୍ସ, ଡିଟିଏଚ ରିଚାର୍ଜ ଭଳି ସୁବିଧା ବି ସାମିଲ
କେନ୍ଦ୍ର ସରକାର ଲୋକଙ୍କ ସୁବିଧା ପାଇଁ କଷ୍ଟମର ସେଂଟ୍ରିକ୍ ଡିଜିଟାଲ ପ୍ଲାଟଫର୍ମ ସହ ଜଡିତ ଅନେକ ସେବାର ଶୁଭାରମ୍ଭ କରିଛନ୍ତି । ଯାହାର ଏକମାତ୍ର ଉଦ୍ଦେଶ୍ୟ ରହିଛି ସରକାରଙ୍କର ସମସ୍ତ ସେବା ବା ଯୋଜନା ଜନତାଙ୍କଠାରେ ପହଂଚାଇବା ଏବଂ ଦେଶକୁ ଡିଜିଟାଲ ଇକୋନମୀ କ୍ଷେତ୍ରରେ ସାମିଲ କରିବା । ତେବେ ୟୁନିଫାଇଡ୍ ମୋବାଇଲ ଆପ୍ଲିକେସନ (ଉମଙ୍ଗ), ଭାରତ ସରକାରଙ୍କର ଏଭଳି ଏକ ସେବା ବା ପ୍ଲାଟଫର୍ମ ଅଟେ, ଯାହା ଗୋଟିଏ ହିଁ ମଂଚ ବା ଆପ୍ଲିକେସନ ଜରିଆରେ ଡିଜିଟାଲ ଆଧାରରେ ଉପଲବ୍ଧ ଏବଂ ଡିଜିଲକର ଭଳି ପାଖାପାଖି ଅନେକ ସେବା ଲୋକଙ୍କଠାରେ ଅତି ସହଜରେ ପହଂଚାଇବ । ଅର୍ଥାତ ପ୍ରତ୍ୟେକ ସେବା ପାଇଁ ଅଲଗ ଅଲଗା ଆପ୍ଲିକେସନକୁ ଇନଷ୍ଟଲ କରିବା ପରିବର୍ତ୍ତେ ଆପଣ ଏସବୁକୁ ‘ଉମଙ୍ଗ’ ଆପ ଜରିଆରେ ହିଁ ଆକ୍ସେସ କରିପାରିବେ । ଏହି ଆପରେ ବର୍ତ୍ତମାନ ୧୬୨ଟି ସର୍ଭିସ ଉପଲବ୍ଧ ।
Kanak News is now on WhatsApp
Join and get latest news updates delivered to you via WhatsApp
‘ଉମଙ୍ଗ’ ଗୋଟିଏ ହିଁ ପ୍ଲାଚଫର୍ମରେ ଆଧାର, ଇପିଏଫ, ଆଇଡିଆର, ଫାଇନିଂ, ପିଏମଏୱାଇ ଆବେଦନ, ପାନ ଆବେଦନ, ଡିଜିଲକର ସୁବିଧା, ଏନପିଏସ, ଗ୍ୟାସ ବୁକିଂ, ଡ୍ରାଇଭିଂ ଲାଇସେନ୍ସ ସେବା, ପାସପୋର୍ଟ ସେବା, ପେନସନ ସେବା ଭଳି ସର୍ଭିସ ସହିତ ଅନେକ ସେବାଗୁଡିକୁ ଯୋଗାଇ ଦେଉଛି । ଏହି ଆପ ଆପଣଙ୍କର ସମୟ ବଂଚାଇବା ସହିତ ସବୁ ଯୋଜନାକୁ ଅତି ସହଜରେ ବ୍ୟବହାର କରିବାରେ ସହାୟତା କରିବ । ଏପରିକି ଏହି ଆପ ଆପଣଙ୍କର କୌଣସି ବି ଅଭିଯୋଗକୁ ସିଧା ଗ୍ରାହକ ସେବା ବିଭାଗ ସହିତ ସଂଯୋଗ ମଧ୍ୟ କରିଦେବ ।
ଖାଲି ସେତିକି ନୁହେଁ ଉମଙ୍ଗ ଆପ ୟୁନିଭର୍ସାଲ ଆକାଉଂଟ ନମ୍ବର ବା ୟୁଏଏନ ଏବଂ ଆପଣଙ୍କର ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ଓଟିପି ସହାୟତାରେ ଇପିଏଫରେ ବାଲାନ୍ସ ଚେକ୍ କରିବା ଭଳି ପ୍ରକ୍ରିୟାକୁ ମଧ୍ୟ ସହଜ କରିବାରେ ସହଯୋଗ କରିବ । ଏହି ଆପ ଜରିଆରେ ମୋବାଇଲରୁ ଆପଣଙ୍କ ପାଇଁ ଇନକମ ଟାକ୍ସ ଫାଇଲ କରିବା ସହଜ ହେବ । ନିଜର ପେନସନ ଏବଂ ଗ୍ରାଚ୍ୟୁଟି ଇତ୍ୟାଦିର ହିସାବ କରିବା ପାଇଁ ମଧ୍ୟ ଆପଣ ଏହି ଆପ ଜରିଆରେ ପେନସନ ପୋର୍ଟାଲରେ ଲଗଇନ ମଧ୍ୟ କରିପାରିବେ ଏବଂ ଲାଭ ଉଠାଇ ପାରିବେ ।