ବିନା ଇଂଟରନେଟରେ ଫେସବୁକ୍, ହ୍ୱାଟସଆପ ଓ ଜିମେଲ ବ୍ୟବହାର କରିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ସହଜ ତରିକା
ଆଜିକା ଦିନରେ ବିନା ଇଂଟରନେଟରେ ସ୍ମାର୍ଟଫୋନ କୌଣସି କାମକୁ ନୁହେଁ । ବିଶେଷ କରି ଯୁବପିଢୀଙ୍କ ପାଇଁ ସୋସିଆଲ ମିଡିଆରେ ସକ୍ରିୟ ରହିବା ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ଏଭଳି ପରିସ୍ଥିତିରେ ଯଦି ଆପଣଙ୍କ ମୋବାଇଲର ଇଂଟରନେଟ୍ ଶେଷ ହୋଇଯାଇଛି କିମ୍ବା ଆପଣ ଏଭଳି ଏକ କୌଣସି ଜାଗାରେ ରହିଛନ୍ତି ଯେଉଁଠାରେ କି ଆପଣ ଇଂଟରନେଟ୍ ବ୍ୟବହାର କରିପାରୁ ନାହାଁନ୍ତି ତେବେ ଏହାଦ୍ୱାରା ଆପଣଙ୍କୁ ସାମ୍ନା କରିବାକୁ ପଡିଥାଏ ଅନେକ ସମସ୍ୟା । କାରଣ ବିନା ଇଂଟରନେଟରେ ଆପଣ ନା ତ ଫେସବୁକରେ କିଛି ଅପଡେଟ୍ କରିପାରିବେ ନା ନିଜର କିଛି ବିଶେଷ ମୁହୂର୍ତ୍ତକୁ ସେୟାର କରିପାରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ବୋଧହୁଏ ଆପଣଙ୍କୁ ଏଥିପାଇଁ ଆଉ ଚିନ୍ତା କରିବାକୁ ନପଡେ କାରଣ ଆଜି ଆମେ ଆପଣଙ୍କୁ ଏଭଳି ଏକ ତରିକା ତଥା ଟେକନିକ୍ ସଂପର୍କରେ ଜଣାଇବୁ ଯାହାଦ୍ୱାରା କି ଆପଣ ବିନା ଇଂଟରନେଟ୍ ସହାୟତାରେ ଫେସବୁକ ବ୍ୟବହାର କରିପାରିବେ । ଯଦି ଆପଣଙ୍କ ନିକଟରେ ଇଂଟରନେଟ୍ ସେବା ନାହିଁ କିମ୍ବା ଆପଣଙ୍କର ମୋବାଇଲର ଡାଟା ଶେଷ ହୋଇଯାଇଛି ତେବେ ଏଥିପାଇଁ ଆପଣଙ୍କୁ ଆପଣଙ୍କର ମୋବାଇଲରେ ଡାଏଲ କରିବାକୁ ପଡିବ ମାତ୍ର ଗୋଟିଏ ନମ୍ବର । ଆଉ ଏହାପରେ ଆପଣଙ୍କ ଫେସବୁକ୍ ଅପଡେଟ୍ ହୋଇଯିବ । ତେବେ କିପରି ଆସନ୍ତୁ ଜାଣିବା ।
ବିନା ଇଂଟରନେଟରେ କିପରି କରିବେ ଫେସବୁକର ବ୍ୟବହାର
• ବିନା ଇଂଟରନେଟରେ ଫେସବୁକ ଅପଡେଟ କରିବା ପାଇଁ ଆପଣଙ୍କୁ ଏକ ନମ୍ବର ଡାଏଲ କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ଗୋଟିଏ ଦିନ ପାଇଁ ୧ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ।
• ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ କି, ‘ଫୋନେଟୱିସ୍’ ଫେସବୁକ୍ ପାଇଁ ‘ୟୁଏସଏସଡି’ ସେବା ଦେଉଛି । ଯେଉଁଥିରେ କି ଆପଣ ବିନା ଇଂଟରନେଟରେ ଆପଣଙ୍କର ଫେସବୁକ୍ ଷ୍ଟାଟସ ଅପଡେଟ୍ କରିବା ପାଇଁ ନିଜ ମୋବାଇଲରୁ ୩୨୫ ହାସ୍ କିମ୍ବା ଏଫବିକେ ହାସ ଡାଏଲ କରିବାକୁ ପଡିବ ।
• ଏହାପରେ ଆପଣଙ୍କୁ ଆପଣଙ୍କର ଫେସବୁକ ଆଇଡି ଏବଂ ପାସୱାର୍ଡ ଦେବାକୁ ପଡିବ ।
• ଏଭଳି କରିବା ପରେ ଆପଣଙ୍କ ମୋବାଇଲକୁ ଏକ ମେସେଜ ଆସିବ ଆଉ ଯାହାର ରିପ୍ଲାଏ କରିବା ପରେ ଆପଣଙ୍କର ଫେସବୁକ୍ ଆକ୍ଟିଭ ହୋଇଯିବ ।
• ଏଥିରେ ଆପଣ ମେସେଜ ଜରିଆରେ ହିଁ ନିଜର ଫେସବୁକ ଷ୍ଟାଟସ ଅପଡେଟ କରିପାରିବେ । ଏଥିସହିତ ଆପଣ ନୋଟିଫିକେସନ, ଷ୍ଟାଟସ ଅପଡେଟ, ପୋଷ୍ଟ, ଫ୍ରେଣ୍ଡ ରିକ୍ୱେଷ୍ଟ ଆଦି ଚଲାଇ ମଧ୍ୟ କରିପାରିବେ ।
• ଯଦି ଆପଣ ଏହି ସେବାକୁ ଡିଆକ୍ଟିଭ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ମୋବାଇଲରୁ *325*22# ଡାଏଲ କରି ଏହାକୁ ଡିଆକ୍ଟିଭ କରିପାରିବେ ।
ବିନା ଇଂଟରନେଟରେ ଜିମେଲର ବ୍ୟବହାର
• ସର୍ବପ୍ରଥମେ ଆପଣଙ୍କ ମୋବାଇଲ କିମ୍ବା ଲାପଟପରେ ଜିମେଲ ଅଫଲାଇନ ଏକ୍ସଟେନସନ ଡାଉନଲୋଡ କରି ତାକୁ ଇନଷ୍ଟଲ କରନ୍ତୁ ।
• ଏହାପରେ ଜିମେଲକୁ ଲଗଇନ କରନ୍ତୁ ।
• ଏହାପରେ ଜିମେଲ ଅଫଲାଇନ ବ୍ୟବହାର ପାଇଁ ଆପଣଙ୍କୁ ଏଠାରେ ଅନୁମତି ମଗାଯିବ, ଯାହା ଉପରେ ଆପଣଙ୍କୁ କ୍ଲିକ୍ କରିବାକୁ ହେବ ।
• ଏହାପରେ କନଂଟିନ୍ୟୁ ଉପରେ କ୍ଲିକ୍ କରନ୍ତୁ ।
• ବାସ୍ ଏହାପରେ ଆପଣଙ୍କର କାମ ହୋଇଯିବ ଅର୍ଥାତ୍ ଏବେ ଆପଣ ବିନା ଇଂଟରନେଟରେ ଅତି ସହଜରେ ଜିମେଲ ବ୍ୟବହାର କରିପାରିବେ ।