ହୁସିଆର୍ ! ଟ୍ରାଏଲ ରୁମରେ ଲାଗିଥାଇପାରେ ହିଡେନ କ୍ୟାମେରା, ଜାଣିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ
ଲୋକମାନେ ଖାସ୍ କରି ଯୁବତୀମାନେ କୌଣସି ବି ଜିନିଷ କିଣିବା ପୂର୍ବରୁ ଟ୍ରାଏଲ ରୁମ୍ ଯାଇ ତାହାର ଫିଟ୍ ଠିକ୍ ହେଉଛି ନାହିଁ ଦେଖିଥାନ୍ତି । କିନ୍ତୁ ଆଜିକାଲି ପୋଷାକ ଦୋକାନରେ ଲାଗୁଥିବା ହିଡ଼େନ୍ କ୍ୟାମେରା ପାଇଁ କିଛି ଲୋକ ଡ଼ରରେ ଟ୍ରାଏଲ ରୁମ୍କୁ ଯାଆନ୍ତି ନାହିଁ । ଏ ନେଇ ଆପଣମାନଙ୍କୁ ସତର୍କ ହେବା ଅତ୍ୟନ୍ତ ଜରୁରୀ । କୌଣସି ବି ସ୍ଥାନକୁ ପୋଷାକ କିଣିବାକୁ ଯାଉଥିଲେ ଟ୍ରାଏଲ ରୁମ୍ର ଭଲ ଭାବରେ ତଦାରଖ କରନ୍ତୁ । ବେଳେ ବେଳେ ଟ୍ରାଏଲ ରୁମ୍ରେ କ୍ୟାମେରାଗୁଡ଼ିକୁ କବାଟର ହ୍ୟାଣ୍ଡେଲ ବା ହୁକ୍ରେ ଲୁଚାଇ ରଖା ଯାଇଥାଏ । ଯଦି ଟ୍ରାଏଲ ରୁମ୍ରେ ଲାଗିଥିବା କବାଟର ତଳ ପଟୁ କିଛି ଫାଙ୍କ ରହିଛି । ତେବେ ତଳୁ କେହି ଭିଡ଼ିଓ ବନାଉଛି କି ନାହିଁ ତାହା ଦେଖିବା ଦରାକାର । ଆସନ୍ତୁ ଜାଣିବା ଏଭଳି ସମସ୍ୟାରୁ ବଞ୍ଚିବାର ଉପାୟ..
Kanak News is now on WhatsApp
Join and get latest news updates delivered to you via WhatsApp
୧. ନିଜ ସ୍ମାର୍ଟ ଫୋନରେ ବଡ଼ିଗାର୍ଡ଼ ଆପ୍ ଡ଼ାଉନ୍ଲୋଡ଼ କରି ନିଅନ୍ତୁ । ଏହି ଆପ୍କୁ ଖୋଲି ଟ୍ରାଏଲ ରୁମ୍ରେ ଫୋନକୁ ବୁଲାନ୍ତୁ । ଏହି ସମୟରେ ଯଦି କୌଣସି କୋଣରେ ଲାଲ ରଙ୍ଗର ଲାଇଟ୍ ଦିଶୁଛି ତେବେ କ୍ୟାମେରା ଲଗାଯାଇଛି ବୋଲି ଜାଣି ନିଅନ୍ତୁ ।
୨. ଯଦି ଟ୍ରାଏଲ ରୁମ୍ ଭିତରେ ଫୋନରେ ନେଟ୍ଓ୍ଵାର୍କ ନ ଆସେ ବା କାହାର କଲ୍ ନ ଆସେ ତେବେ ଟ୍ରାଏଲ ରୁମ୍ରେ କ୍ୟାମେରା ଲାଗିଛି ବୋଲି ଜାଣି ନିଅନ୍ତୁ । ଟ୍ରାଏଲ ରୁମ୍ର ଲାଇଟ ବନ୍ଦ କରି କପଡ଼ା ବଦଳିବାକୁ ଚେଷ୍ଟା କରନ୍ତୁ ।
୩. ନିଜ ଫୋନରେ ଫଟୋ ଉଠାନ୍ତୁ । ଯଦି ଫଟୋ ଉଠାଇବା ସମୟରେ କିଛି ଅଜବ ଶବ୍ଦ ଶୁଣୁଛନ୍ତି ତେବେ କ୍ୟାମେରା ଲାଗିଛି ବୋଲି ଜାଣି ନିଅନ୍ତୁ ।